ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୦/୯୭ ପୃଷ୍ଠା ୧
  • “ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?”
  • ଆମ ରାଜ୍ୟ ସେବା—୧୯୯୭
  • ପ୍ରାୟ ସମାନ ଲେଖା
  • ରାଜ୍ୟ ସମାଚାରର ଉତ୍ସାହକୁ ଅନୁସରଣ କରନ୍ତୁ
    ଆମ ରାଜ୍ୟ ସେବା—୧୯୯୭
  • ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି ?
    ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?
ଆମ ରାଜ୍ୟ ସେବା—୧୯୯୭
km ୧୦/୯୭ ପୃଷ୍ଠା ୧

“ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?”

ବିଶ୍ୱସାରା ୧୬୯ ଭାଷାରେ ଏକ ସୁନ୍ଦର ଚାଞ୍ଚଲ୍ୟକର ଏବଂ ହୃଦୟସ୍ପର୍ଶୀ ବାର୍ତ୍ତା ଘୋଷଣା କରାଯିବ । ଏହି ବାର୍ତ୍ତାଟି କଣ? କିପରି ଏହା ପ୍ରଚାର କରାଯିବ?

୨ ଏହା ପ୍ରତିବାସୀପ୍ରେମ ସମନ୍ଧୀୟ ବାର୍ତ୍ତା । ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ରେ ଏହା ମିଳିପାରିବ ଯାହାର ନାମପତ୍ର “ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?” ଦିଆଯାଇଛି । ଏହି ରାଜ୍ୟ ସୁସମାଚାର ସାରା ବିଶ୍ୱର ବର୍ତ୍ତମାନ ପରିସ୍ଥିତିକୁ ପରୀକ୍ଷା କରେ ଏବଂ ଦେଖାଏ ଯେ ଏତେ ବେଶୀ ଦୁଃଖ ଓ ଯନ୍ତ୍ରଣାର ମୂଳ କାରଣ ହେଉଛି ଲୋକମାନଙ୍କ ମଧ୍ୟରେ ପ୍ରେମର ଆଭାବ । ଏହା ବ୍ୟାଖ୍ୟା କରେ ଯେ କେବଳ ଆମ ସମୟରେ ହିଁ କହିଁକି ପ୍ରତିବାସୀଙ୍କ ପ୍ରେମ ଏତେ ଶୀତଳ ହୋଇଅଛି ଏବଂ ଭବିଷ୍ୟତ ପାଇଁ ଏହାର ଅର୍ଥ କʼଣ ।

୩ ଆହୁହି ମଧ୍ୟ ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ଦେଖାଏ ଯେ ଆଜିର ଜଗତରେ ବାସ କରୁଥିବା କୋଟି ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ମଧ୍ୟ ପ୍ରକୃତ ପ୍ରତିବାସୀ ପ୍ରେମ ଦେଖାଯାଏ । ଏହା ସେହି ଲୋକମାନଙ୍କୁ ଚିହ୍ନିତ କରେ, ଯେଉଁମାନେ ପ୍ରାଚୀନ ଖ୍ରୀଷ୍ଟ ଧର୍ମ—ପ୍ରଥମ ଶତାଦ୍ଧୀ ଉପାସନାର ପୁନର୍ଜାଗରଣରେ ଭାଗ ନେଉଛନ୍ତି ଯାହା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଶିଖା ଯାଇଥିବା ପ୍ରତିବାସୀଙ୍କ ପ୍ରେମ ଦ୍ୱାରା ଚିହ୍ନିତ ହୋଇଥିଲା ।—ଲୁକ ୧୦:୨୫-୩୭.

୪ ଖ୍ରୀଷ୍ଟଙ୍କ ଦ୍ୱାରା ଶାସୀତ ରାଜ୍ୟ ପ୍ରଶାସନର ଅଧିନରେ ଜଗତର ସସସ୍ତ ମାନବଜାତି କିପରି ପ୍ରତିବାସୀଙ୍କ ପ୍ରେମ ଶୀଘ୍ର ଆଭ୍ୟସ କରିବେ ତାହର ଗୋଟିଏ ସ୍ପଷ୍ଟୀକରଣ ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ ଉଲ୍ଲେଖ କରି ସମାପ୍ତ କରେ । ଏହି ସବୁ ବାର୍ତ୍ତା ଯେଉଁ ଲୋକମାନେ ପଢୁଛନ୍ତି, ସେମାନଙ୍କୁ ପରମେଶ୍ୱର ଆମ୍ଭମାନଙ୍କ ଠାରୁ କʼଣ ଚାହାଁନ୍ତି? ନାମକ ବ୍ରୋସର ପାଇବା ପାଇଁ ଏବଂ କିପରି ଇଶ୍ୱରଙ୍କ ବାକ୍ୟରେ ବିସ୍ତାରିତ ରୂପେ ବର୍ଣ୍ଣିତ ଏହି ପୃଥିବୀ-ବ୍ୟପୀ ପ୍ରେମମୟ ବ୍ୟବସ୍ଥାରେ ଅଂଶ ହେବାକୁ ହୁଏ, ତାହା ଶିଖିବା ପାଇଁ ଉତ୍ସାହିତ କରେ ।

୫ କିଏ ଏହି ବାର୍ତ୍ତା ଅର୍ପଣ କରିବ? ସାରା ବିଶ୍ୱରେ ଅକ୍ଟୋବର ଓ ନଭେମ୍ବର ମାସରେ ଯିହୋବା ସାକ୍ଷୀମାନେ ଏହି ପ୍ରତିବାସୀ ପ୍ରେମ ବାର୍ତ୍ତାକୁ ପରଚିତ ବ୍ୟକ୍ତି, ପଡ଼ୋଶୀ, ଆତ୍ମିୟମାନଙ୍କ ପାଖେରେ ଭାଗ କରିବେ । ଏହି ରାଜ୍ୟ ସୁସମାଚାର କ୍ରମିକ ନମ୍ବର ୩୫ କୁ ପ୍ରତ୍ୟକ୍ଷଭାବେ ଘୋଷଣା କରିବା ପାଇଁ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଉତ୍ସାହିତ କରାଯାଉଛି ।

୬ ଏହି ଅଭିଯାନର ଚରମ ଲକ୍ଷ ହେଲା ଚହିଁବା ବ୍ରାସର କିମ୍ବା ଜ୍ଞାନ ବହିରୁ ଗୋଟିଏ ବାଇବଲ ଅଧ୍ୟୟନ କରିବା ପାଇଁ ଲୋକମାନଙ୍କ ଆଗ୍ରହକୁ ପ୍ରୋତ୍ସାହିତ କରିବା । ଏହା ଛଡା ଏହି ବିଷୟରେ ପ୍ରତ୍ୟେକେ ଯିହୋବାଙ୍କ ଦାସ ପକ୍ଷରୁ ସମ୍ପୂର୍ଣ୍ଣ ଆନ୍ତରିକ ପ୍ରଚେଷ୍ଟା କରି ପ୍ରେମର ଈଶ୍ୱର ଯିହୋବା ଏବଂ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ସମନ୍ଧରେ ଗୋଟିଏ ବୃହତସାକ୍ଷୀ ଉତ୍ପନ କରିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ