ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧୦/୯୭ ପୃଷ୍ଠା ୧
  • ଉଦାସୀନତା ପ୍ରତି ଅପଣ କିପରି ପ୍ରତିକ୍ରଆ ଦେଖାନ୍ତି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉଦାସୀନତା ପ୍ରତି ଅପଣ କିପରି ପ୍ରତିକ୍ରଆ ଦେଖାନ୍ତି?
  • ଆମ ରାଜ୍ୟ ସେବା—୧୯୯୭
  • ପ୍ରାୟ ସମାନ ଲେଖା
  • ରାଜ୍ୟ ସମାଚାରର ଉତ୍ସାହକୁ ଅନୁସରଣ କରନ୍ତୁ
    ଆମ ରାଜ୍ୟ ସେବା—୧୯୯୭
ଆମ ରାଜ୍ୟ ସେବା—୧୯୯୭
km ୧୦/୯୭ ପୃଷ୍ଠା ୧

ଉଦାସୀନତା ପ୍ରତି ଅପଣ କିପରି ପ୍ରତିକ୍ରଆ ଦେଖାନ୍ତି?

ଆଗ୍ରହ କିମ୍ବା ଉଦ୍‌ବେଗର ଅନୁପସ୍ଥିତି, ଅନୁଭବ କିମ୍ବା ଆବେଗର ଅଭାବକୁ ଉଦାସୀନତା କୁହାଯାଏ । ଏହା ଗୋଟିଏ ଅତି ସାଧାରଣ ଦୁର୍ବୋଧ୍ୟ ମନୋଭାବ ଯାହା ଆମେ ପରିଚର୍ଯ୍ୟାରେ ସମ୍ମୁଖୀନ ହେଉ । ଏହାକୁ ଆପଣ କିପରି ପ୍ରତିକ୍ରିୟା ଦେଖାନ୍ତି? ଆପଣ ଆପଣଙ୍କର ପରିଚର୍ଯ୍ୟାରେ ଧିମେଇ ଯିବା ଏକ କାରଣ କି? ଆପଣ କିପରି ଏଥିରୁ ମୁକ୍ତ ହେବେ ଯଦ୍ୱାରା କି ରାଜ୍ୟ ବାର୍ତ୍ତା ସହ ଆପଣ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ?

୨ ପ୍ରଥମେ ଏହା ନିର୍ଦ୍ଧାରଣ କରନ୍ତୁ ଯେ କାହିଁକ ଆପଣଙ୍କ ଅଞ୍ଚଳର ଲୋକମାନେ ଉଦାସୀନ ରହନ୍ତି । ଏହାର କାରଣ କʼଣ ସେମାନେ ରାଜନୈତିକ ଓ ଧାର୍ମିକ ନେତାମାନଙ୍କ ଦ୍ୱାରା ନିରାଶ ହୋଇଛନ୍ତି? ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେଥିରୁ ମୁକୁଳିବାର ବାଟ ନାହିଁ ବୋଲି ସେମାନେ ଅନୁଭବ କରୁଛନ୍ତି କି? କିଛି ଭଲ ବିଷୟ ସମନ୍ଧରେ ପ୍ରତିଜ୍ଞା ପ୍ରତି ସେମାନେ କʼଣ ସଂନ୍ଧେହ କରୁଛନ୍ତି? ଯଦି ସେମାନେ ତୁରନ୍ତ କିଛି ଆଖିଦୃଶିଆ ଉପକାର ନ ଦେଖନ୍ତି ତେବେ ସେମାନେ କʼଣ ଆଧ୍ୟାତ୍ମିକ ବିଷୟରେ ଚିନ୍ତା କରିବା ପାଇଁ ଅରାଜି ଅଛନ୍ତି?

୩ ରାଜ୍ୟ ଆଶା ପ୍ରତି ଆଲୋକପାତ କରନ୍ତୁ: ଏପରି କୌଣସି ସମସ୍ୟ ନାହଁ ଯାହା ରାଜ୍ୟ ସମାଧାନ କରିପାରିବ ନାହିଁ । ତେଣୁ ଯେତେବେଳ ଏହା ଆମେ କରୁ, ସେତେବେଳେ ଗୋଟିଏ ବାଇବଲ ପଦ ଦେଖାଇବା ଯଦି ସମ୍ଭବ କିମ୍ବା ବ୍ୟବହାରିକ ନ ହୁଏ, ଆମେ ଶାସ୍ତ୍ରୀୟ ଆଧାରକୁ ଉଲ୍ଲେଖ କରି ରାଜ୍ୟର ପ୍ରତିଜ୍ଞା ବିଷୟରେ କହିବା ଉଚିତ । (ଏବ୍ରୀ ୪:୧୨) ସେ ଯାହାହେଉ, ଆମେ କିପରି ଆମ ମୂଳ କଥନ ପାଖକୁ ନେଇ ପାରିବା?

୪ ଲୋକମାନେ ଆମର ସାକ୍ଷାତର ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ । ସେମାନେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଆମେ ପ୍ରତିବାସୀ ପ୍ରତି ପ୍ରେମ ଏବଂ ସମାଜ ପ୍ରତି ଉଦ୍‌ବିଗ୍ନତାର କାରଣରୁ ସେଠାକୁ ଯାଉ । ଆମେ ଗୋଟିଏ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ ପଚାରି ପାରିବା, ଯେପରି “[ସମାଜରେ ପ୍ରଭାବ ପକାଇବା ଗୋଟିଏ ସମସ୍ୟାର] ସମାଧାନ ବିଷୟରେ ଆପଣ କʼଣ ଭାବୁଛନ୍ତି? ଯଦି ଏକ ପ୍ରକାର ଉପାୟ କାର୍ଯ୍ୟକାରୀ ହେଲା ନାହଁ, ତେବେଆଉ ଗୋଟିଏ ଚେଷ୍ଟା କରନ୍ତୁ ।

୫ ଗୋଟିଏ ଅତି ସମୃଦ୍ଧିଶାଳୀ ଅଞ୍ଚଳରେ ଗୃହସ୍ଥମାନେ ରାଜ୍ୟ ବାର୍ତ୍ତା ପ୍ରତି ଉଦାସୀନ ଥିଲେ, ପ୍ରକାଶକମାନେ ଗୋଟିଏ ଏପରି ପ୍ରସ୍ତାବନା ଦେବାପାଇଁ ଉଦ୍ୟମ କରିଥିଲେ ଯାହାକି ଉତ୍ସାହ ବଢ଼ାଇଥିଲା । ଜ୍ଞାନ ବହିକୁ ଦେଖାଇଲା ବେଳେ ଜଣେ ଦମ୍ପତି ଏହି ପ୍ରସ୍ତାବନା ଦେବାକୁ ଚେଷ୍ଟା କରିଥିଲେ: “ଆପଣ କʼଣ ଭାବୁଛନ୍ତି ଯେ ଗୋଟିଏ ଭଲ ଶିକ୍ଷା ଆଜିର ଜଗତର ସଫଳତା ପାଇଁ ମହତ୍ୱପୂର୍ଣ୍ଣ? ଆପଣ କʼଣ ଏଥିରେ ଏକମତ ଯେ ବ୍ୟାପକ ଶିକ୍ଷାରେ ବାଇବଲ ଜ୍ଞାନ ଅନ୍ତର୍ଭୁକ୍ତ କରାଯାଇ ପାରିବ? ଗୋଟିଏ ଅପରାହ୍ନରେ ସେମାନେ ତିନୋଟି ବହି ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀଲୋକ ପରମୁହୁର୍ତ୍ତରେ କହିଥିଲେ, ସେ ସମ୍ପୂର୍ଣ୍ଣ ଜ୍ଞାନ ବହିଟିକୁ ପଢିଥିଲେ ଏବଂ ବାଇବଲ ଅଧ୍ୟୟନ ପାଇଁ ରାଜି ହୋଇଥିଲେ ।

୬ ଯେତେବେଳେ ଆପଣ ଉଦାସୀନତାର ସମ୍ମୁଖୀନ ହୁଅନ୍ତି, ବିଭିନ୍ନ ପ୍ରକାର କଥାଭଷା କରିବାକୁ ଚେଷ୍ଟା କରନ୍ତୁ, ବିବେଚନାତ୍ମକ ପ୍ରଶ୍ନ ପଚାରନ୍ତୁ ଏବଂ ଈଶ୍ୱରଙ୍କ ବାକ୍ୟର ଶକ୍ତକୁ ପ୍ରୟୋଗ କରନ୍ତୁ । ଏହିପରି ଆପଣ ଆମ ଚମତ୍କାର ରାଜ୍ୟର ଆଶାକୁ ଆଲିଙ୍ଗନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହୋଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ