ରାଜ୍ୟ ସମାଚାରର ଉତ୍ସାହକୁ ଅନୁସରଣ କରନ୍ତୁ
ଆମେ ଗତ କେତେ ସପ୍ତାହ ଧରି “ସମସ୍ତ ଲୋକ ପରସ୍ପରକୁ ପ୍ରେମ କରନ୍ତି କି?” ନାମକ ନାମପତ୍ର ଥିବା ରାଜ୍ୟ ସମାଚାର କ୍ରମିକ ନମ୍ବର ୩୫ ର ବିତରଣର ବିଶେଷ ସୁବିଧା ଉପଭୋଗ କରିଆସୁଅଛୁ । ପ୍ରକାଶକମାନେ ରାଜ୍ୟ ସମାଚାରର ଏହି ପ୍ରତିଲିପି ସହିତ ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖକୁ ଯେତେଦୂର ସମ୍ଭବ ସବୁଜାଗାକୁ ପହଞ୍ଚିବା ପାଇଁ ଚେଷ୍ଟା କରୁଅଛନ୍ତି । (ମାଥିଉ ୧୦:୧୧) ଯଦିଓ ନଭେମ୍ବର ୧୬ ରବିବାର ଦିନ ଅଭିଯାନ ସମାପ୍ତ କରିବା ପାଇଁ ତାଲିକାଭୁକ୍ତ ହୋଇଛି, କିନ୍ତୁ ଯେ ପର୍ଯ୍ୟନ୍ତ ମଣ୍ଡଳୀର ଯୋଗଣ ସରିନାହିଁ, ରାଜ୍ୟ ସମାଚାର କ୍ରମିକ ୩୫ ର ବିତରଣ ଚାଲୁ ରଖିବା ପାଇଁ ପ୍ରାଚୀନମାନେ ଆପଣଙ୍କୁ କହିପାରନ୍ତି ।
୨ ଅନେକ ଲୋକଙ୍କୁ ଏହି ରାଜ୍ୟ ସମାଚାରର ପ୍ରତିଲିପି ଉତ୍ତେଜିତ କରିଅଛି । ଅଧିକାଂଶ ମଣିଷ ଭତରେ ପ୍ରାକୃତିକ ସ୍ନେହ ଶୀତଳ ହୋଇଅଛ ବୋଲି ସେମାନେ ଲକ୍ଷ କରୁଛନ୍ତ । ତେଣୁ ଭବିଷ୍ୟତ କʼଣ ହେବ ବୋଲି ସେମାନେ ବିସ୍ମିତ ହୁଅନ୍ତି । (୨ ତୀମଥି ୩:୩) ଆମେ ଭବିଷ୍ୟତ ଉତ୍ସାହକୁ ଅନୁସରଣ କରିବାକୁ ଚାହୁଁଛୁ ଯାହା ସୃଷ୍ଟି ହୋଇଅଛି ।
୩ ରାଜ୍ୟ ସମାଚାରର ଫଳ ବାହାରୁଅଛି: ୧୯୯୫ ର ଅଭିଜାନରେ ଗୋଟିଏ ସ୍ତ୍ରୀଲୋକ ରାଜ୍ୟ ସମାଚାର ଗୋଟିଏ ପ୍ରତିଲିପି ସହ ରାଜ୍ୟ ଗୃହର ସଭାକୁ ଆସିଥିଲା, କରଣ ସେ ଏହି ବିଷୟରେ ଅଧିକ ଶିଖିବାକୁ ଇଚ୍ଛା କରୁଥିଲା ଯେ ଯିହୋବା ସାକ୍ଷୀମାନେ କʼଣ ବିଶ୍ୱାସ କରୁଛନ୍ତି । ସେହି ସଭାରେ ସେ ବାଇବଲ ଅଧ୍ୟୟନକୁ ଆଗ୍ରହର ସହିତ ଗ୍ରହଣ କରିଥିଲା ଏବଂ ତାʼ ପରେ କ୍ୱଚିତ ସେ ସଭାରେ ଅନୁପସ୍ଥିତ ହେଉଥିଲା । ଖୁବ୍ ଶୀଘ୍ର ସେ ତାଙ୍କର ସଦସ୍ୟତାକୁ ସମାପ୍ତ କରିବା ପାଇଁ ପୂର୍ବେ ଯାଉଥିବା ଗିର୍ଜାକୁ ଲେଖି ଦେଇଥିଲେ !
୪ ଆଜି ପର୍ଯ୍ୟନ୍ତ କ୍ଷେତ୍ରରେ ଥିବା ଶହଶହ ଲୋକ ରାଜ୍ୟ ସମାଚାର କ୍ରମିକ ନ୍ୱରର ୩୫ ରେ ଦିଆଯାଇଥିବା ବାର୍ତ୍ତା ପଡ଼ି ସାରିଥିବେ । କିନ୍ତୁ ସେଥି ପ୍ରତି ସେମାନଙ୍କର ପ୍ରତିକ୍ରଆ କʼଣ ଥିଲା? ଯଦିଓ ଏହା ପଢ଼ିବା ଦ୍ୱାରା ସେମାନେ ଉପଯୁକ୍ତଭାବେ ପ୍ରଭାବିତ ହୋଇଥିଲେ, କିନ୍ତୁ ଯିହୋବା ସାକ୍ଷୀମାନେ ସେମାନଙ୍କୁ ପୁର୍ନସାକ୍ଷାତ କରି ନଥିବା ପର୍ଯ୍ୟନ୍ତ ଅନେକେ କାର୍ଯ୍ୟରେ ପରିଣତ କରି ନଥିଲେ । ଆପଣ କʼଣ ପୁର୍ନସାକ୍ଷାତ କରିବା ପାଇଁ ଯୋଜନା କରିବେ? ଏହା କରିବାକୁ ଆମର ସହମାନବଙ୍କ ପ୍ରେମ ଆମକୁ ପରିଚାଳିତ କରିବା ଉଚିତ । ରାଜ୍ୟ ସମାଚାର ପ୍ରତି ଉତ୍ସାହ ଦେଖାଉଥିବା ବ୍ୟକ୍ତିମାନେ ପୁନର୍ବାର ନିମନ୍ତ୍ରିତ ହେବା ଉଚିତ ।
୫ ଆପଣ ଫେରିଲା ବେଳେ କʼଣ କହିବେ? ରାଜ୍ୟ ସମାଚାରରେ ସମୟୋଚୀତ ବାର୍ତ୍ତା ପ୍ରତି ଆପଣ କିଛି ମନ୍ତବ୍ୟ ଦେଇ ପାରନ୍ତି ଏବଂ ଚିନ୍ତା-ଉଦ୍ରେକକାରୀ ଯେ କୌଣସି ଗୋଟିଏ ପ୍ରଶ୍ନ ପଚାରି ପାରନ୍ତି । ଯେତେବେଳେ ଗୃହସ୍ଥ ତାʼର ବକ୍ତବ୍ୟ ପ୍ରକାଶ କରେ, ମନୋଯୋଗସହ ଶୁଣନ୍ତୁ । ତେଣୁ ଆପଣ ଜାଣିପାରିବେ ତାʼ ମନରେ କʼଣ ଅଛି । ଚାହିଁବା ବ୍ରୋସରରେ ଥିବା ଗୋଟିଏ ଉପଯୁକ୍ତ ବଷୟର ମୁଖ୍ୟ ବୈଶିଷ୍ଟ୍ୟ ପ୍ରତି ଧ୍ୟାନ ଆକର୍ଶଣ କରାନ୍ତୁ ଯାହା ରାଜ୍ୟ ସମାଚାରରେ ଦିଆଯାଇଛି । ଯଦି ଆପଣ ଗୋଟିଏ ଉପଯୋଗୀ ପ୍ରତିଉତ୍ତର ପାଇଲେ, ସେହି ସ୍ଥାନରେ ଗୋଟିଏ ବାଇବଲ ଅଧ୍ୟୟନ ଆରମ୍ବ କରିବାକୁ ଚେଷ୍ଟା କରନ୍ତୁ ।
୬ ଏଠାରେ କିଛି ପ୍ରସ୍ତାବିତ ଉପସ୍ଥାପନା ଦିଆଯାଇଛି, ଆପଣ ସେମାନଙ୍କ ପାଖରୁ ଫେରିଲା ବେଳେ ଚେଷ୍ଟାକରି ପାରନ୍ତି ଯେଉଁମାନଙ୍କ “ରାଜ୍ୟ ସମାଚାର” କ୍ରମିକ ନମ୍ବର ୩୫ ରେ ଉତ୍ସାହ ଦେଖାଉଛନ୍ତି:
◼ “ଆପଣଙ୍କ ମନେଥିବ ଯେ ସମ୍ପ୍ରତି ମୁଁ ଗୋଟିଏ ବିଜ୍ଞାପନ ଦେଇଥିଲି । ଏହି ବାର୍ତ୍ତା ଗୋଟିଏ ମୁକ୍ଷ ଭୁମିକା ଉପରେ ଚର୍ଚ୍ଚା କରେ ଯାହା ମନୁଷ୍ୟଜାତିକୁ ବିଭାଜିତ କରୁଅଛି—ଅନ୍ୟମାନଙ୍କ ପ୍ରତି ପ୍ରେମର ଅଭାବ ।” ରାଜ୍ୟ ସମାଚାରର ୨ ପୃଷ୍ଠାରେ ଦିଆଯାଇଥିବା “ପ୍ରତିବାସୀଙ୍କ ପ୍ରେମ ଶୀତଳ ହେଅଛି” ନାମକ ଉପ ଶିର୍ଷକର ତଳେ ଦିଆଯାଇଥିବା ପ୍ରମାଣଆଡ଼କୁ ଧ୍ୟାନ ଆକର୍ଶଣ କରାନ୍ତୁ । ତାʼ ପରେ ପଚାରନ୍ତୁ, “ମନବଜାତିଙ୍କ ପାଇଁ ଏହିପରିଭାବେ ବଞ୍ଚିବା ଈଶ୍ୱରଙ୍କ ଉଦେଶ୍ୟ କି?” ପ୍ରତିଉତ୍ତର ପାଇଁ ଅନୁମତି ଦିୟନ୍ତୁ । ଚାହିଁବା ବ୍ରୋସରର ଅଧ୍ୟାୟ ୫ ଖୋଲନ୍ତୁ ଏବଂ ଗୋଟିଏ ବାଇବଲ ଅଧ୍ୟୟନ ପାଇଁ ଚେଷ୍ଟାକରନ୍ତୁ ।
◼ “ପ୍ରଥମ ସାକ୍ଷାତ ସମୟରେ, ‘ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?’ ନାମକ ବିଷୟ ଉପରେ ମୁଁ କିଛି ସୂଚନା ଛାଡ଼ିଥିଲି । ଆପଣ କʼଣ ଭାବୁଛନ୍ତ ଯେ ଏହି ପ୍ରକାର ଗୋଟିଏ ଜଗତ ସମ୍ଭବ ହେବ?” ପ୍ରତିଉତ୍ତର ପାଇଁ ଅନୁମତି ଦିୟନ୍ତୁ । ଚାହିଁବା ବ୍ରୋସର ଅଧ୍ୟାୟ ୬ ଖୋଲନ୍ତୁ ଏବଂ ଅନୁଚ୍ଛେଦ ୬ ପଠନ କରନ୍ତୁ । ତାʼ ପରେ ମୀଖା ୪:୩, ୪ ପଦରୁ ଈଶ୍ୱରଙ୍କ ପ୍ରତିଜ୍ଞା ପଢ଼ନ୍ତୁ । ଯଦି ଗୃହସ୍ଥ ଉତ୍ସାହ ଦେଖାଏ, ଗୋଟିଏ ବ୍ରୋସର ଦିୟନ୍ତୁ ଏବଂ ଅଧ୍ୟୟନ ପାଇଁ ପ୍ରତ୍ସାହିତ କରାନ୍ତୁ ।
◼ “ଗତ ସାକ୍ଷାତ ସମୟରେ ମୁଁ ତୁମକୁ ‘ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି?’ ନାମକ ଶିର୍ଷକ ଥିବା ଗୋଟିଏ କାଗଜ ଦେଇଥିଲି । ଏହା ମାଗଣାରେ ଗୋଟିଏ ଘରୋଇ ବାଇବଲ ଅଧ୍ୟୟନ ଯୋଗଏ । ଆମେ ଅଭ୍ୟାସ କରୁଥିରବା ଅଧ୍ୟନୟ ବହି ଦେଖାଇବା ପାଇଁ ମୁଁ ଫେରିଲି । [ଜ୍ଞାନ ବହିକୁ ଦେଖାନ୍ତୁ] ଏହି ବହି ଭଲ ଭାବରେ ବୁଝାଏ ଯେ କେଉଁ ସମୟରେ ଲୋକମାନେ ପରସ୍ପରକୁ ଭଲ ପାଇବେ ଏବଂ ଏହା ଅନ୍ୟ ପ୍ରଶ୍ନମାନଙ୍କର ଉତ୍ତର ମଧ୍ୟ ଦିଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ: “ଆମେ କାହିଁକି ବୃଦ୍ଦ ହେଉ ଓ ମୃତ୍ୟବରଣ କରୁ? ପରପେଶ୍ୱର ଦୁଃଖଭୋକକୁ ଅନୁମତି ଦିଯନ୍ତି କାହିଁକି? ଆମର ମୃତ ପ୍ରିୟଜନଙ୍କ ଅବସ୍ଥା କʼଣ ହୁଏ?” ତାହାହେଲେ ପଚାରନ୍ତୁ, “ମୁଁ ଅଧ୍ୟୟନ କାର୍ଯ୍ୟ ତୁମକୁ ଦେଖାଇପାରେ କି?” ଯଦି ଗୃହସ୍ଥ ତୁମର ଅଧ୍ୟୟନକୁ ଅଗ୍ରାହ୍ୟ କରେ, ତେବେ ତାକୁ ପଚାରନ୍ତୁ ସେ ନିଜେ ବହି ପଢିବାକୁ ଇଚ୍ଛା କରେ କି । ଗୋଟିଏ ପ୍ରତିଲିପି ତାକୁ ଦିୟନ୍ତୁ । ଆଉଥରେ ପୁର୍ନସାକ୍ଷାତ କରିବାକୁ ଉଦ୍ୟମ କରନ୍ତୁ ।
୭ ଥରେ ରାଜ୍ୟ ସମାଚାର କ୍ରମିକ ନମ୍ବର ୩୫ ର ଯୋଗାଣ ସରିଗଲେ ଆମେ ଜ୍ଞାନ ବହିକୁ ସେହି ମାସର ବାକି ଥିବା ଦିନଗୁଡ଼ିକରେ ଦେଇପାରିବା । ୧୯୯୬ ମାର୍ଚ୍ଚ, ଜୁନ ଓ ନଭେମ୍ବର ଏବଂ ୧୯୯୭ ଜୁନ ମାସରେ ଅମ ରାଜ୍ୟ ପରିଚର୍ଯ୍ୟାର ପଛ ଭାଗରେ ଏହି ବହି ପାଇଁ ଗୋଟିଏ ସୁନ୍ଦର ପ୍ରସ୍ତାବିତ ଉପସ୍ଥାପନା ମିଳିପାରିବ ।
୮ ରାଜ୍ୟ ସମାଚାର ଏହି ବିଶେଷ ବିତରଣ ପରିଚର୍ଯ୍ୟା କାର୍ଯ୍ୟରେ ଆମର ଉଦ୍ୟମକୁ ତୀବ୍ରତର କରି ଆମସମସ୍ତଙ୍କୁ ପ୍ରୋରଚିତ କରିବା ଉଚିତ । ଯିହୋବାଙ୍କ ସାହାଯ୍ୟରେ ଆମେ ବିଶ୍ୱାସ କରି ପାରିବା ଯେ ଏହି ଅଭିଯାନ ନିଶ୍ଚିତଭାବେ ସଫଳ ହେବ ଏବଂ ଈଶ୍ୱରଙ୍କ ଉଦ୍ଦେଶ୍ୟ ପାଇଁ ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବାରେ ସାହାଯ୍ୟ କରିବେ । ଆମର କର୍ମିଷ୍ଟ ଉଦ୍ୟମ ପାଇଁ ଯିହୋବା ଆମକୁ ଆଶୀର୍ବାଦ କରନ୍ତୁ, ଯେପରି ଆମେ ରାଜ୍ୟ ସମାଚାରର ଉତ୍ସାହକୁ ଅନୁସରଣ କରିବା ।