ଅବିଶ୍ୱାସୀ ବିବାହ ସାଥୀମାନଙ୍କୁ ସାହାଯ୍ୟ କରନ୍ତୁ
ଏହା ଖୁସିର କାରଣ ହୋଇଥାଏ ଯେତେବେଳେ ବିବାହ ଦମ୍ପତି ସତ୍ୟ ଉପାସନାରେ ଯୋଗ ଦିୟନ୍ତି । କିନ୍ତୁ ଅନେକ ପରିବାରରେ କେବଳ ଜଣେ ବିବାହ ସାଥୀ ସତ୍ୟରାସ୍ତାକୁ ଗ୍ରହଣ କରିଥାଏ । ଆମେ କିପରି ସେହି ଅବିଶ୍ୱାସୀ ବିବାହ ସାଥୀଙ୍କୁ ସାହାଯ୍ୟ କରିପାରିବା ଏବଂ ସେମାନଙ୍କୁ ଆମ ସହିତ ଯିହୋବାଙ୍କୁ ଉପାସନା କରିବାରେ ଉତ୍ସାହିତ କରି ପାରିବା?—୧ ତୀମଥି ୨:୧-୪.
୨ ସେମାନଙ୍କ ଚିନ୍ତାଧାରକୁ ବୁଝିବା: ଯଦିଓ କେତେକ ଅବିଶ୍ୱାସୀ ସାଥୀ ବିରୋଧ କରନ୍ତି, ତଥାପି ଉଦାସୀନଭାବ କିମ୍ବା ଅବୁଝାବଣାର ସମସ୍ୟା ଅଧିକାଂଶ ସମୟରେ ହୋଇ ନଥାଏ । ଜଣେ ବ୍ୟକ୍ତି ଭାବିପାରେ ଯେ ତାକୁ ଉପେକ୍ଷା କରାଯାଉଛି କିମ୍ବା ସେ ତାʼ ସାଥୀର ନୂତନ ଆଧ୍ୟାତ୍ମିକ ଉତ୍ସାହ ଉପରେ ଇର୍ଷା କରିପାରେ । ଜଣେ ପତି ସ୍ମରଣ କରି କହୁଅଛି, “ଏକାକୀ ଘରେ ରହି ମୁଁ ଭବିଲି ମୋତେ ପରିତ୍ୟକ୍ତ କରାଯାଇଛି ।” ଅନ୍ୟ ଜଣେ କହୁଅଛି, “ମୁଁ ଅନୁଭବ କଲି ଯେ ମୋ ସ୍ତ୍ରୀ ଓ ପିଲାମାନେ ଛାଡ଼ି ପଳାଇଗଲେ ।” କିଛି ଲୋକମାନେ ଭାବିପାରନ୍ତି ଯେ ଧର୍ମ ଯୋଗୁଁ ତାଙ୍କର ପରିବାର ତାଙ୍କୁ ପରିତ୍ୟାଗ କରିଅଛି । (ଅଗଷ୍ଟ ୧୫, ୧୯୯୦, ପ୍ରହରୀଦୁର୍ଗ [ଇଂଗ୍ରାଜୀ], ପୃଷ୍ଠା ୨୦-୩ ଦେଖନ୍ତୁ ।) ତେଣୁ ଯଦି ସମ୍ଭବ ହୁଏ, ଆରମ୍ଭରୁ ଗୃହ ବାଇବଲ ଅଧ୍ୟୟନର ବ୍ୟବସ୍ଥାରେ ପତି ସହିତ ପତ୍ନିକୁ ସମ୍ମିଳିତ କଲେ ଭଲ ।
୩ ସମ୍ମିଳିତ ହୋଇ କାମ କରନ୍ତୁ: ବିବାହିତ ଲୋକଙ୍କୁ ସତ୍ୟରେ ସମ୍ମଳିତ କରିବା ପାଇଁ ଜଣେ ସାକ୍ଷୀ ଦମ୍ପତି ପ୍ରଭାବକାରୀରୂପେ ଏକାଠି କମ କରିଥିଲେ । ଜଣେ ଭଉଣୀ ସ୍ତ୍ରୀ ସହିତ ଅଧ୍ୟୟନ ସ୍ଥାପିତ କଲା ପରେ ଭାଇଙ୍କୁ ପତି ସହିତ ସାକ୍ଷାତ କରିପାରନ୍ତି । ସେ ପତି ସହିତ ଅଧ୍ୟୟନ ଆରମ୍ଭ କରିବାରେ ସମର୍ଥ ହୋଇପାରନ୍ତି ।
୪ ବନ୍ଧୁତ୍ୱ ଓ ଅତିଥି ପରାୟଣ ହୁଅନ୍ତୁ: ମଣ୍ଡଳୀର ପରିବାରଗୁଡ଼ିକ ସେହି ପରିବାରଗୁଡ଼ିକର ଆଗ୍ରହ ନେଇ ସାହାଯ୍ୟ କରିପାରନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସତ୍ୟ ଉପାସତାରେ ସମ୍ମିଳିତ ହୋଇନାହାନ୍ତି । କିଛି ବନ୍ଧୁତ୍ୱଭାବାପନ୍ନ ସାକ୍ଷାତ ଅବିଶ୍ୱାସୀ ବିବାହ ସାଥୀମାନଙ୍କୁ ଏହା ଦେଖାଇବାରେ ସାହାଯ୍ୟ କରିପାରେ ଯେ ଯିହୋବା ସାକ୍ଷୀମାନେ ପ୍ରେମରେ ଯତ୍ନ ନେଉଥିବା ଖ୍ରୀଷ୍ଟୀୟ ଅଟନ୍ତି ଏବଂ ସେମାନେ ହୃଦୟରେ ସମସ୍ତଙ୍କର ଭଲ ଚାହାନ୍ତି ।
୫ ବେଳେବେଳେ ପ୍ରାଚୀନ ଅବିଶ୍ୱାସୀ ସାଥୀମାନଙ୍କୁ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ କରାଯାଉଥିବା ଉଦ୍ୟମ ଉପରେ ବିଚାର କରିପାରନ୍ତି ଏବଂ ସ୍ଥିର କରିପାରନ୍ତ ଯେ ସେମାନଙ୍କୁ ଯିହୋବାଙ୍କ ପ୍ରତି ଆକୃଷ୍ଠ କରିବା ପାଇଁ କʼଣ କରାଯାଇ ପାରିବ—୧ ପିତର ୩:୧, ଫୋଟ୍ନୋଟ୍ NW.