ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୧/୯୯ ପୃଷ୍ଠା ୪
  • ପୁରୁଣା ବହିର ଭଲ ପ୍ରୟୋଗ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୁରୁଣା ବହିର ଭଲ ପ୍ରୟୋଗ କରନ୍ତୁ
  • ଆମ ରାଜ୍ୟ ସେବା—୧୯୯୯
ଆମ ରାଜ୍ୟ ସେବା—୧୯୯୯
km ୧/୯୯ ପୃଷ୍ଠା ୪

ପୁରୁଣା ବହିର ଭଲ ପ୍ରୟୋଗ କରନ୍ତୁ

ପୃଥିବୀର ପ୍ରତ୍ୟେକ କୋଣରେ, ମଣିଷଜାତି ପୁସ୍ତକାଳୟଗୁଡ଼ିକରେ ଲକ୍ଷ ଲକ୍ଷ ପୁରୁଣା ବହି ଗଚ୍ଛିତ କରି ରଖିଛି । କିନ୍ତୁ, ଏହି ବହିଗୁଡ଼ିକ ଦ୍ୱାରା ମଣିଷଜାତିକୁ ଚିରକାଳ ନିମିତ ଲାଭ ହେଲା କି? (ଉପ. ୧୨:୧୨) କିନ୍ତୁ, ପରମେଶ୍ୱରଙ୍କ ରାଜ୍ୟ ଓ ଏହା ମଣିଷଜାତିଙ୍କ ପାଇଁ କʼଣ କରିବ ବୋଲି ଧ୍ୟାନ ଆକର୍ଷଣ କରୁଥିବା ବହିଗୁଡ଼ିକର ମହତ୍ୱ ଅତ୍ୟଧିକ । ଅଧିକାଂଶ ମଣ୍ଡଳୀରେ ଏହି ପ୍ରକାର ବିଭିନ୍ନ ବହି ଗଚ୍ଛିତ ଅଛି । ଏହି ପୁରୁଣା ବହିଗୁଡ଼ିକୁ ଆମେ ଜାନୁଆରି ମାସରେ ଲୋକମାନଙ୍କୁ ଦେବା ।

୨ ସେଥିରେ ପ୍ରକୃତ ମୂଲ୍ୟ ଅଛି: ଆମ ଭିତରୁ କେତେକ ବ୍ୟକ୍ତି ଭାବି ପାରନ୍ତି ଯେ, ନୂତନ ବହିଗୁଡ଼ିକ ତୁଳନାରେ ଏହି ବହିଗୁଡ଼ିକ ଅତି ପୁରୁଣା, କିନ୍ତୁ ଆମେ ମନେ ରଖିବା ଉଚିତ୍‌ ଯେ ସେଥିରେ ବାଇବଲୀୟ ସତ୍ୟ ଅଛି । ସେହି ବହିଗୁଡ଼ିକରେ ଯେଉଁ ରାଜ୍ୟ ସନ୍ଦେସ ଉଲ୍ଲେଖ ଅଛି, ତାହା ଆଜି ମଧ୍ୟ ମୂଲ୍ୟବାନ ଏବଂ ସେହି ଅନୁସାରେ କାର୍ଯ୍ୟ କରାଗଲେ ଲୋକଙ୍କ ଜୀବନ ଉଦ୍ଧାର କରାଯାଇ ପାରିବ । (ଯୋହ. ୧୭:୩) ତେଣୁ, ଆମେ ଏହି ପୁରୁଣା ବହିଗୁଡ଼ିକର ଉତ୍ତମ ପ୍ରୟୋଗ କରିବା ପାଇଁ ଅତ୍ୟଧିକ ପରିଶ୍ରମ କରିବା ଉଚିତ୍‌ ।

୩ ଏହାର ମୂଲ୍ୟ ବୁଝିବା ନିମନ୍ତେ ଜଣେ ସ୍ତ୍ରୀଲୋକର ଅନୁଭବ ଆମକୁ ସାହାଯ୍ୟ କରିପାରିବ । ତାଙ୍କର ଆଈଙ୍କ ମୃତ୍ୟୁ ସମୟରେ ପ୍ରହରୀଦୁର୍ଗ ସଂସ୍ଥାର କେତେକ ପୁରୁଣା ବହି ଉକ୍ତ ସ୍ତ୍ରୀଲୋକ ପାଖରେ ରଖିଥିଲେ । ଏହି ପ୍ରକାଶନଗୁଡ଼ିକର ମୂଲ୍ୟ ସମ୍ବନ୍ଧରେ ସେ କିଛି ଜାଣନ୍ତି କି ବୋଲି ଜଣେ ସାକ୍ଷୀ ସେହି ସ୍ତ୍ରୀଲୋକଙ୍କୁ ପଚାରିଲେ । ସେହି ସ୍ତ୍ରୀଲୋକ ଉତ୍ତର ଦେଲେ: “ଏହାର ପ୍ରକୃତ ମୂଲ୍ୟ ସମ୍ବନ୍ଧରେ ମୁଁ କିଛି ଜାଣେ ନାହିଁ, କିନ୍ତୁ ମୁଁ କିପରି ଏହା ଜାଣି ପାରିବି?” ସେହି ସ୍ତ୍ରୀଲୋକଟି ବାଇବଲ ଅଧ୍ୟୟନ ନିମିତ୍ତ ରାଜି ହେଲେ, ତାʼପରେ ସେ ସତ୍ୟକୁ ଗ୍ରହଣ କରିଥିଲେ । ସେହି ସମୟଠାରୁ ସେ ତାଙ୍କର ଆଈଙ୍କ ପୁସ୍ତକାଳୟକୁ ବହୁମୂଲ୍ୟ ବୋଲି ଭାବିଥିଲେ । ଉତ୍ତରାଧୀକାର ସୂତ୍ରରେ ପାଇଥିବା ସେହି ପୁରୁଣା ବହିଗୁଡ଼ିକ କେତେ ମୂଲ୍ୟବାନ ବୋଲି ପ୍ରମାଣିତ ହୋଇଥିଲା !

୪ ଏଗୁଡ଼ିକୁ ବିତରଣ କରନ୍ତୁ: ଏହି ପୁରୁଣା ବହିଗୁଡ଼ିକୁ ଘର-ଘର ପରିଚର୍ଯ୍ୟା କାର୍ଯ୍ୟରେ ବିତରଣ କରନ୍ତୁ । ଏହାଛଡ଼ା ପୁନର୍ସାକ୍ଷତ ସମୟରେ, ଆମର ପ୍ରକାଶନଗୁଡ଼ିକ ପଢ଼ିବାରେ ଆନନ୍ଦ ପାଉଥିବା ଲୋକମାନଙ୍କୁ ଦିଅନ୍ତୁ ଏବଂ ଯେଉଁମାନେ ପ୍ରହରୀଦୁର୍ଗ ଓ ଜାଗ୍ରତ ହୁଅନ୍ତୁ ! ପତ୍ରିକାର ଅଭିଦାନ କରିଛନ୍ତି ଓ ଯେଉଁମାନେ ଆମର ପତ୍ରିକା ମାର୍ଗରେ ଅଛନ୍ତି, ସେମାନଙ୍କୁ ଏହି ବହିଗୁଡ଼ିକ ଦିଅନ୍ତୁ । ଯେଉଁମାନଙ୍କ ସହିତ ଆପଣ ବାଇବଲ ଅଧ୍ୟୟନ କରୁଛନ୍ତି, ସେମାନଙ୍କୁ କେତେକ ବିଶେଷ ପୁରୁଣା ବହି ଦେଲେ, ସତ୍ୟ ସମ୍ବନ୍ଧରେ ସେମାନଙ୍କ ଜ୍ଞାନ ଅଧିକ ବୃଦ୍ଧି ହେବ । ଯଦି ଆପଣଙ୍କ ବ୍ୟକ୍ତିଗତ ପୁସ୍ତକାଳୟରେ ଏଥିମଧ୍ୟରୁ କୌଣସି ପୁରୁଣା ବହି ନାହିଁ, ତେବେ ସେଗୁଡ଼ିକ ନେବାକୁ ଭୁଲନ୍ତୁ ନାହିଁ । ଏହିପରିଭାବେ, ଆପଣ ମୂଲ୍ୟବାନ ଈଶତନ୍ତ୍ରୀୟ ପୁସ୍ତକାଳୟ ଗଠନ କରିପାରିବେ, ଯାହା ବ୍ୟକ୍ତିଗତ ଅଧ୍ୟୟନ ସମୟରେ ଆପଣଙ୍କ ଜ୍ଞାନକୁ ଅଧିକ ବଢ଼ାଇବାରେ ସାହାଯ୍ୟ କରିବ ।

୫ ଆମେ ପୁରୁଣା ବହିଗୁଡ଼ିକୁ କେବଳ ପୁସ୍ତକାଳୟରେ ନ ରଖି ଲୋକଙ୍କୁ ଉତ୍ତେଜିତ କରିବା ପାଇଁ ସେଗୁଡ଼ିକର ଉତ୍ତମ ପ୍ରୟୋଗ କରିବା, ଯଦ୍ୱାରା ସେମାନେ ‘ପରମେଶ୍ୱରଙ୍କୁ ଭୟ କରିବେ ଓ ତାହାଙ୍କର ଆଜ୍ଞାସବୁ ପାଳନ କରିବେ ।’—ଉପ. ୧୨:୧୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ