ନେତୃତ୍ୱ ନେଉଥିବା ଅଧ୍ୟକ୍ଷମାନେ—ମଣ୍ଡଳୀର ପୁସ୍ତକ ଅଧ୍ୟୟନ ସଞ୍ଚାଳକ
ଯୋଗ୍ୟ ପ୍ରାଚୀନ କିମ୍ବା ସହାୟକ ସେବକମାନଙ୍କ ନିମନ୍ତେ ମଣ୍ଡଳୀରେ ପୁସ୍ତକ ଅଧ୍ୟୟନ ସଞ୍ଚାଳନ କରିବା ଏକ ବିଶେଷ ସୁଯୋଗ। ତାଙ୍କ ଦଳରେ ଥିବା ଲୋକମାନଙ୍କ ଆଧ୍ୟାତ୍ମିକ ଆବଶ୍ୟକତାର ବୁଝାସୁଝା କରିବା ଏକ ଗୁରୁଦାଇତ୍ୱ । ତାଙ୍କର ଦାଇତ୍ୱଗୁଡ଼ିକୁ ତିନୋଟି ଶ୍ରେଣିରେ ବିଭକ୍ତ କରାଯାଇପାରେ।
୨ ଭଲଭାବରେ ଶିକ୍ଷା ଦେବା: ମଣ୍ଡଳୀର ପୁସ୍ତକ ଅଧ୍ୟୟନ ସଞ୍ଚାଳକଙ୍କୁ ପ୍ରତ୍ୟେକ ସପ୍ତାହ ଭଲରୂପେ ପ୍ରସ୍ତୁତ କରିବା ଆବଶ୍ୟକ, ତାହାକଲେ ତାଙ୍କ ଦଳ ସବୁ ବିଷୟ ଭଲଭାବେ ବୁଝିପାରିବ। ସେ ଚେଷ୍ଟା କରନ୍ତି ଯେ ଅଧ୍ୟୟନ କରାଯାଉଥିବା ବିଷୟ ପ୍ରତି ଭାଇମାନେ ମୂଲ୍ୟାଙ୍କନ ବଢ଼ାନ୍ତୁ। ଅଧ୍ୟୟନ ସମୟରେ, ନିଜେ ଅତ୍ୟଧିକ କଥାବାର୍ତ୍ତା କରିବା ପରିବର୍ତ୍ତେ ସେ ଆବଶ୍ୟକ ସ୍ଥଳରେ ଅଧ୍ୟାୟର ମୁଖ୍ୟ ବିଷୟ ବୁଝାଇବା ନିମନ୍ତେ ଅତିରିକ୍ତ ପ୍ରଶ୍ନ ପଚାରିପାରେ। ଅଧ୍ୟୟନକୁ ଆକର୍ଷକ ଓ ଶିକ୍ଷାପ୍ରଦ କରାଇବା ଏବଂ ସମସ୍ତଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଇବା ତାଙ୍କର ଦାୟିତ୍ୱ ଅଟେ। ସମସ୍ତଙ୍କୁ ଆଧ୍ୟାତ୍ମିକ ରୂପେ ପ୍ରୋତ୍ସାହିତ କରାଇବା, ଅଧ୍ୟୟନର ବିଷୟବସ୍ତୁକୁ ଜୀବନରେ ପ୍ରୟୋଗ କରାଇବା ଏବଂ ବିଷୟବସ୍ତୁକୁ ସମସ୍ତଙ୍କ ହୃଦୟ ଓ ମନ ଭିତରେ ପହଞ୍ଚାଇବା ତାଙ୍କର ମୁଖ୍ୟ ଉଦେଶ୍ୟ ।—୨ ଥେସ. ୨:୧୩.
୩ ସାହାଯ୍ୟକାରୀ ତତ୍ତ୍ୱାବଧାନ: ପୁସ୍ତକ ଅଧ୍ୟୟନ ସଞ୍ଛାଳକ “ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ” ସ୍ଥାନ ସ୍ୱରୂପ ଅଟନ୍ତି । (ଯିଶା. ୩୨:୨) ସେ ପ୍ରକୃତରେ ତାଙ୍କ ଦଳର ପ୍ରତ୍ୟେକ ଲୋକଙ୍କର ଯତ୍ନ ନିୟନ୍ତି ଏବଂ ତାଙ୍କ ଅଧୀନରେ ଥିବା କୌଣସି ବ୍ୟକ୍ତି ଯଦି ହତୋତ୍ସାହ ହୁଏ, ତେବେ ତାଙ୍କୁ ଆଧ୍ୟାତ୍ମିକ ସାହାଯ୍ୟ କରିବା ତାଙ୍କର ଦାଇତ୍ୱ ଅଟେ।—ଯିହି. ୩୪:୧୫, ୧୬; ୧ ଥେସ. ୨:୭, ୮.
୪ ଉତ୍ସାହପୂର୍ବକ ପ୍ରଚାର କାର୍ଯ୍ୟ: ସମସ୍ତ ଲୋକ କ୍ଷେତ୍ର ପରିଚର୍ଯ୍ୟାରେ ଭାଗନେଇ ପାରିବେ, ସେଥିପାଇଁ ପୁସ୍ତକ ଅଧ୍ୟୟନ ସଞ୍ଚାଳକ ଭଲ ବ୍ୟବସ୍ଥା କରିବା ନିମିତ ଧ୍ୟାନ ଦିଅନ୍ତି। ପ୍ରଚାର କାର୍ଯ୍ୟରେ ସେ ତାଙ୍କ ଦଳର ନେତୃତ୍ୱ ନିଅନ୍ତି, କାରଣ ସେ ଜାଣନ୍ତି ଯେ ପ୍ରଚାର କାର୍ଯ୍ୟରେ ଯେଉଁ ନିୟମିତତା, ଉତ୍ସାହ ଓ ଉଦ୍ଦୀପନା ସେ ଦେଖାନ୍ତି, ତାହା ତାଙ୍କ ଦଳ ମଧ୍ୟ ଦେଖାଇବ। (କଲ. ୪:୧୭; ୨ ଥେସ. ୩:୯) ଯଥା ସମୟରେ ସେ ତାଙ୍କ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହିତ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ପରିଚର୍ଯ୍ୟାରେ ଯଦି ଆମେ ଆମର ପ୍ରଚାର ଓ ଶିକ୍ଷାଦାନ କାର୍ଯ୍ୟକୁ ଅଧିକ ଭଲରୂପେ କରିବାକୁ ଚାହୁଁ, ତେବେ ପୁସ୍ତକ ଅଧ୍ୟୟନ ସଞ୍ଚାଳକ ଆମର ଏହି ଲକ୍ଷକୁ ପାଇବାରେ ସାହାଯ୍ୟ କରନ୍ତି।—୧ ତୀମ. ୪:୧୬; ୨ ତୀମ. ୪:୫.
୫ ଏହି ଭାଇମାନେ ମନୁଷ୍ୟମାନଙ୍କ ରୂପେ ବରଦାନ ଅଟନ୍ତି, ସେମାନେ ଆମ ପାଇଁ ଆଶୀର୍ବାଦ ହୋଇଥାନ୍ତି । ଏମାନେ ଆମକୁ ଆଧ୍ୟାତ୍ମିକ ସାହାଯ୍ୟ ଓ ପ୍ରେମମୟ ସମର୍ଥନ ଦେବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହନ୍ତି । (୧ ଥେସ. ୫:୧୪) ଯିହୋବା ଆମ ପାଇଁ ସୁସ୍ତକ ଅଧ୍ୟୟନର ଉତ୍ତମ ବ୍ୟବସ୍ଥା କରିଛନ୍ତି, ତେଣୁ ଆମେ ଏଥିରେ ନିୟମିତରୂପେ ଭାଗ ନେବା ଦ୍ୱାରା ଓ ନିୟମିତରୂପେ ପ୍ରଚାର କାର୍ଯ୍ୟ କରିବା ଦ୍ୱାରା ମୂଲ୍ୟାଙ୍କନ ଦେଖାଉ ।—ଏବ୍ରୀ ୧୦:୨୫.