ଆମର ମହାନ ସୃଷ୍ଟିକର୍ତ୍ତା ଆମ ସମସ୍ତଙ୍କର ଯତ୍ନ ନିଅନ୍ତି!
ଯିହୋବା ଅମାନ୍ୟକାରୀ ଇସ୍ରାଏଲୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସମୟରେ ପଚାରିଥିଲେ: ‘ତୁମ୍ଭେ କି ଜାଣି ନାହଁ? ତୁମ୍ଭେ କି ଶୁଣି ନାହଁ? ପୃଥିବୀର ପ୍ରାନ୍ତସକଳର ସୃଷ୍ଟିକର୍ତ୍ତା ଅନାଦି ଅନନ୍ତ ପରମେଶ୍ୱର ଯିହୋବା ଅଟନ୍ତି ।’ (ଯିଶା. ୪୦:୨୮) ଆମେ ଆମର ମହାନ ସୃଷ୍ଟିକର୍ତ୍ତାଙ୍କୁ ଜାଣୁ ଏବଂ ସେ ଆମର ପ୍ରେମପୂର୍ଣ୍ଣ ଯତ୍ନ ନିଅନ୍ତି ବୋଲି ମଧ୍ୟ ଆମେ ଜାଣୁ । କିନ୍ତୁ, ଲକ୍ଷ ଲକ୍ଷ ଲୋକ ପରମେଶ୍ୱରଙ୍କ ଅସ୍ତିତ୍ୱକୁ ସନ୍ଦେହ କରନ୍ତି କିମ୍ବା ପରମେଶ୍ୱରଙ୍କ ବିଷୟରେ ସେମାନଙ୍କ ଧାରଣା ବାଇବଲ ଅନୁଯାଇ ନୁହଁ । ଆମେ ସେମାନଙ୍କୁ କିପରି ସାହାଯ୍ୟ କରିପାରିବା?
୨ କʼଣ ଏପରି ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ଯିଏ ଆପଣଙ୍କ ଯତ୍ନ ନିଅନ୍ତି? (ଇଂଗ୍ରାଜୀ) ନାମକ ନୂତନ ବହି, ଏପରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଲେଖାଯାଇଛି । ଏହି ବହିରେ ପ୍ରକୃତ ସତ୍ୟ ଦିଆଯାଇଛି ଏବଂ ଏହି ବିଷୟରେ ଲୋକମାନଙ୍କୁ ଚିନ୍ତା କରିବା ପାଇଁ ଆମନ୍ତ୍ରଣ କରାଯାଉଛି । ଯଦି ଜଣେ ବ୍ୟକ୍ତି ଏହି ବହିଟିକୁ ପଢ଼େ, ତେବେ ଏଥିରେ ଥିବା ମନ ଆକର୍ଷଣକାରୀ ବିଷୟ ଏବଂ ବିଶ୍ୱାସ ଜନ୍ମାଇବା ତର୍କ ଉକ୍ତ ଲୋକଟିକୁ ପ୍ରଭାବିତ କରିବ ।
୩ ସୃଷ୍ଟିକର୍ତ୍ତା ବହି ସହିତ ଭଲଭାବରେ ପରିଚିତ ହୁଅନ୍ତୁ: ଏହାର ସୂଚୀପତ୍ରର ମୂଳ ରୂପରେଖକୁ ମନେ ରଖନ୍ତୁ । ୨-୫ ଅଧ୍ୟାୟରେ ଥିବା ବିଷୟଗୁଡ଼ିକରେ ବିଶ୍ୱମଣ୍ଡଳ, ଜୀବନ ଓ ମଣିଷର ଅସ୍ତିତ୍ୱ କିପରି ହେଲା ଏବଂ ଏଗୁଡ଼ିକ ପଛରେ କେଉଁ କାରଣ ଅଛି, ସେହି ବିଷୟରେ ବର୍ଣ୍ଣନା କରାଯାଇଛି । ଅଧ୍ୟାୟ ୬-୯ ରେ ବାଇବଲ ଓ ଏହାର ଲେଖକ ଏବଂ ବିଶେଷଭାବେ ଆଦିପୁସ୍ତକରେ ଦିଆଯାଇଥିବା ସୃଷ୍ଟିର ବୃତାନ୍ତଗୁଡ଼ିକ ବିଶ୍ୱାସଯୋଗ୍ୟ କି ନୁହେଁ, ତାହାର ବିଶ୍ଳେଷଣ କରାଯାଇଛି । ଅଧ୍ୟାୟ ୧୦ ରେ ମଣିଷମାନେ ପଚାରୁଥିବା ଏକ ସବୁଠାରୁ ଜଟିଳ ପ୍ରଶ୍ନର ସନ୍ତୋଷପ୍ରଦ ଉତ୍ତର ଦିଆଯାଇଛି: “ଯଦି ଜଣେ ସୃଷ୍ଟିକର୍ତ୍ତା ଆମର ଯତ୍ନ ନିଅନ୍ତି, ତେବେ ଏବେ ଦୁଖଃକଷ୍ଟ କାହିଁକି ଅଛି?”
୪ ସନ୍ଦେହ କରୁଥିବା ବ୍ୟକ୍ତିମାନଙ୍କ ସହିତ ତର୍କ କରିବା ପାଇଁ ଚେଷ୍ଟା କରନ୍ତୁ: ସୃଷ୍ଟିକର୍ତ୍ତା ବହିର ପୃଷ୍ଠା ୭୮-୯ ରେ ଯେଉଁ ପ୍ରକାର ତର୍କ ଦିଆଯାଇଛି, ତାକୁ ପ୍ରୟୋଗ କରି ଆପଣ ପରମେଶ୍ୱରଙ୍କ ବିଷୟରେ ଏକ ସଠିକ୍ ନିଷ୍କର୍ଷରେ ପହଁଞ୍ଚାଇବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ । ସେମାନଙ୍କୁ ପଚାରନ୍ତୁ: “ବିଶ୍ୱମଣ୍ଡଳର ଆରମ୍ଭ ହୋଇଥିଲା କି?” ଅଧିକାଂଶ ଲୋକ କହିବେ ହିଁ, ଆରମ୍ଭ ହୋଇଥିଲା । ତେବେ ସେମାନଙ୍କୁ ପଚାରନ୍ତୁ: “ଏହି ସୃଷ୍ଟି ଆପେ ଆପେ ହୋଇଥିଲା ଅବା ଏହାର ପଛରେ କୌଣସି କାରଣ ଥିଲା?” ଅଧିକାଂଶ ଲୋକ ଏହି ବିଶ୍ୱମଣ୍ଡଳ ପଛରେ କୌଣସି କାରଣ ଥିଲା ବୋଲି ରାଜି ହେବେ । ତେବେ ଆମେ ତାଙ୍କୁ ଏକ ଶେଷ ପ୍ରଶ୍ନ ପଚାରିପାରିବା: “ଏହି ବିଶ୍ୱମଣ୍ଡଳର ଆରମ୍ଭ ପଛରେ କʼଣ ଶାଶ୍ୱତ ବସ୍ତୁ ଥିଲା କିମ୍ବା କେହି ଜଣେ ଶାଶ୍ୱତ ବ୍ୟକ୍ତି ଥିଲେ?” ଏହି ପ୍ରକାର ପ୍ରଶ୍ନ ପଚାରିଲେ କେତେକ ଲୋକ ନିଶ୍ଚିତଭାବେ ସୃଷ୍ଟିକର୍ତ୍ତା ଅଛନ୍ତି ବୋଲି ନିଷ୍କର୍ଷରେ ଉପନିତ ହୋଇପାରିବେ ।
୫ ଅଧିକାଂଶ ଲୋକଙ୍କୁ ସୃଷ୍ଟିକର୍ତ୍ତା ବହିଟି ହିଁ ଆବଶ୍ୟକ ହୁଏ । ଏହି ବହିଟିକୁ ଆପଣଙ୍କ ବନ୍ଧୁବାନ୍ଧବ, ସହକର୍ମି, ସହପାଠୀ ଏବଂ ଅନ୍ୟ ପରିଚିତ ବ୍ୟକ୍ତିମାନଙ୍କୁ ଦିଅନ୍ତୁ । ପରିଚର୍ଯ୍ୟାରେ ଏହି ବହିଟିକୁ ଆପଣଙ୍କ ସହିତ ନିଅନ୍ତୁ । ଯେଉଁମାନଙ୍କର ପରମେଶ୍ୱରଙ୍କ ଅସ୍ତିତ୍ୱ ବିଷୟରେ ସନ୍ଦେହ ଥାଏ, ସେମାନଙ୍କ ସଙ୍ଗରେ ଆପଣଙ୍କ ସାକ୍ଷାତ ହେଲେ ଏହି ବହିଟି ସେମାନଙ୍କୁ ଆପଣ ଦେଇପାରନ୍ତି । ଆମେ ଏହି ବହିଟିକୁ ଯେତେ ଭଲଭାବରେ ବୁଝିପାରିବା, ଆମ ସୃଷ୍ଟିକର୍ତ୍ତାଙ୍କ ପ୍ରତି ଆମର ପ୍ରେମ ସେତେ ନିବିଡ଼ ହେବ ଏବଂ ତାଙ୍କର ଉନ୍ନତ୍ତ ସ୍ତର ଅନୁସାରେ ଚାଲିବା ପାଇଁ ଆମେ ପ୍ରେରଣା ପାଇବା ।—ଏଫି. ୫:୧; ପ୍ରକା. ୪:୧୧.