ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୧ ପୃଷ୍ଠା ୧୨-୧୩
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପ୍ରାୟ ସମାନ ଲେଖା
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଈଶ୍ୱରଙ୍କ ରାଜ୍ୟ କʼଣ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୧ ପୃଷ୍ଠା ୧୨-୧୩
ମହାକାଶରୁ ପୃଥିବୀର ଚିତ୍ର, ଯେଉଁଥିରେ ସୂର୍ଯ୍ୟର କିରଣ ପଡ଼ୁଛି

ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ

ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ଶିଖାଇଲେ, “ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।” (ମାଥିଉ ୬:୯, ୧୦) ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ? ଏହି ରାଜ୍ୟର ଉଦ୍ଦେଶ୍ୟ କʼଣ ? ଏବଂ ଆମେ ତାʼପାଇଁ ପ୍ରାର୍ଥନା କାହିଁକି କରିବା ଉଚିତ୍‌ ?

ଯୀଶୁ ଈଶ୍ୱରଙ୍କ ରାଜ୍ୟର ରାଜ୍ୟ ଅଟନ୍ତି ।

ଲୂକ ୧:୩୧-୩୩: ‘ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ । ସେ ମହାନ ହେବେ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, ସେ ଯାକୁବବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ, ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ ।’

ଯୀଶୁଙ୍କ ପ୍ରଚାର କରିବାର ମୁଖ୍ୟ ବିଷୟ ଥିଲା, ଈଶ୍ୱରଙ୍କ ରାଜ୍ୟ ।

ମାଥିଉ ୯:୩୫: “ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର, ପୁଣି ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ ।”

ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ଏହା ଜଣାଇବା ପାଇଁ ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ ଚିହ୍ନ ଦେଲେ ।

ମାଥିଉ ୨୪:୭: “ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ।”

ଆଜି ଯୀଶୁଙ୍କ ଶିଷ୍ୟମାନେ ସାରା ପୃଥିବୀରେ ରାଜ୍ୟର ପ୍ରଚାର କରନ୍ତି ।

ମାଥିଉ ୨୪:୧୪: “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।”

ଈଶ୍ୱରଙ୍କ ରାଜ୍ୟ ବିଷୟରେ ତଥ୍ୟ

ଜାଗା: ଈଶ୍ୱରଙ୍କ ରାଜ୍ୟ ଗୋଟିଏ ପ୍ରକୃତ ସରକାର ଅଟେ ଯାହାକୁ ଈଶ୍ୱର ସ୍ୱର୍ଗରେ ସ୍ଥାପିତ କରିଛନ୍ତି ।—ଦାନିୟେଲ ୨:୪୪; ମାଥିଉ ୪:୧୭.

ଉଦ୍ଦେଶ୍ୟ: ଈଶ୍ୱରଙ୍କ ରାଜ୍ୟ ଏହି ପୃଥିବୀକୁ ପାରଦୀଶରେ ପରିବର୍ତ୍ତନ କରିଦେବ । ସେଠାରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ଏକତା ଥିବ ଆଉ କେହି ରୋଗରେ ପୀଡ଼ିତ ହେବେ ନାହିଁ ଆଉ ନା କାହାରି ମୃତ୍ୟୁ ହେବ ।—ଗୀତସଂହିତା ୩୭:୧୧, ୨୯.

ଶାସକମାନେ: ଈଶ୍ୱର ଯୀଶୁଙ୍କୁ ସ୍ୱର୍ଗରୁ ଶାସନ କରିବା ପାଇଁ ନିଯୁକ୍ତ କରିଛନ୍ତି । ତାଙ୍କ ସହ ୧,୪୪,୦୦୦ ଜଣ ଶାସନ କରିବେ ଯେଉଁମାନଙ୍କୁ ପୃଥିବୀରୁ ବଛାଯାଇଛି ।—ଲୂକ ୧:୩୦-୩୩; ୧୨:୩୨; ପ୍ରକାଶିତ ବାକ୍ୟ ୧୪:୧, ୩.

ପ୍ରଜା: ଏହି ରାଜ୍ୟର ପ୍ରଜା ପୃଥିବୀରେ ଥିବେ । ସେମାନେ ହୃଦୟରୁ ଯୀଶୁଙ୍କ ଅଧୀନରେ ରହିବେ ଏବଂ ରାଜ୍ୟର ନିୟମଗୁଡ଼ିକୁ ମାନିବେ ।—ମାଥିଉ ୭:୨୧.

ମାନବଜାତି ଉପରେ ଶାସନ କରିବା ପାଇଁ ଯୀଶୁ ହିଁ କାହିଁକି ସବୁଠୁ ବଢ଼ିଆ ରାଜା ଅଟନ୍ତି

ଯେବେ ଯୀଶୁ ପୃଥିବୀରେ ଥିଲେ ତେବେ ସେ ପ୍ରମାଣ ଦେଲେ ଯେ ସେ ଜଣେ ଦକ୍ଷ ଓ ପ୍ରେମ କରୁଥିବା ରାଜା ହେବେ କାରଣ ସେ

  • ଗରିବମାନଙ୍କ ଚିନ୍ତା କଲେ ।—ଲୂକ ୧୪:୧୩, ୧୪.

  • ଭ୍ରଷ୍ଟାଚାର ଓ ଅନ୍ୟାୟକୁ ଘୃଣା କଲେ ।—ମାଥିଉ ୨୧:୧୨, ୧୩.

  • ପ୍ରାକୃତିକ ଶକ୍ତିଗୁଡ଼ିକୁ କାବୁ କଲେ ।—ମାର୍କ ୪:୩୯.

  • ହଜାର ହଜାର ଲୋକଙ୍କୁ ଖାଇବାକୁ ଦେଲେ ।—ମାଥିଉ ୧୪:୧୯-୨୧.

  • ରୋଗୀମାନଙ୍କୁ ଦୟା କଲେ ଏବଂ କଷ୍ଟ ସହୁଥିବା ଲୋକମାନଙ୍କୁ ଠିକ୍‌ କଲେ ।—ମାଥିଉ ୮:୧୬.

  • ମରିଯାଇଥିବା ଲୋକମାନଙ୍କୁ ପୁଣିଜୀବିତ କଲେ ।—ଯୋହନ ୧୧:୪୩, ୪୪.

ଈଶ୍ୱରଙ୍କ ରାଜ୍ୟରୁ ଆଜି ଆପଣଙ୍କୁ କିପରି ଲାଭ ହୋଇପାରିବ

ଯଦି ଆପଣ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବେ ତେବେ ଆପଣ ଖୁସିଭରା ଜୀବନ ଜୀଇଁବେ । ଉଦାହରଣ ପାଇଁ ରାଜ୍ୟର ପ୍ରଜାମାନେ

  • “ସମସ୍ତଙ୍କ ସହିତ ଶାନ୍ତିରେ” ରହିବେ ।—ଏବ୍ରୀ ୧୨:୧୪.

  • ପରିବାରରେ ଶାନ୍ତି ଓ ଏକତାର ମଜା ନେବେ କାରଣ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ପ୍ରେମ କରିବେ ଏବଂ ଆଦରର ସହ ବ୍ୟବହାର କରିବେ ।—ଏଫିସୀୟ ୫:୨୨, ୨୩, ୩୩.

  • ଏକ ଖୁସିଭରା ଓ ସନ୍ତୋଷଭରା ଜୀବନ ବଞ୍ଚିବେ କାରଣ ସେମାନେ ‘ଧାର୍ମିକତା ପାଇଁ କ୍ଷୁଧିତ ଓ ତୃଷିତ’ ଥିବେ ।—ମାଥିଉ ୫:୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ