ଭବିଷ୍ୟତ ବିଷୟରେ ସତ୍ୟ
ଆପଣ କେବେ ଭାବିଛନ୍ତି ଯେ ଭବିଷ୍ୟତ କିପରି ହେବ ? ବାଇବଲରେ ଦିଆଯାଇଛି ଯେ ଆଗକୁ ଯାଇ କିଛି ବିଶେଷ ଘଟଣା ଘଟିବ, ଯାହାର ପ୍ରଭାବ ପୃଥିବୀରେ ରହୁଥିବା ସମସ୍ତ ଲୋକଙ୍କ ଉପରେ ପଡ଼ିବ ।
ଯୀଶୁ କହିଲେ ଯେ ଆମେ କିପରି ଜାଣିପାରିବା ଯେ ‘ଈଶ୍ୱରଙ୍କ ରାଜ୍ୟ ନିକଟ’ ଅଛି । (ଲୂକ ୨୧:୩୧) ସେ ଭବିଷ୍ୟତବାଣୀ କଲେ ଯେ ହେବାକୁ ଯାଉଥିବା ଘଟଣାଗୁଡ଼ିକରେ ବଡ଼ ବଡ଼ ଯୁଦ୍ଧ ଓ ଭୂମିକମ୍ପ, ଦୁର୍ଭିକ୍ଷ ଓ ମହାମାରୀଗୁଡ଼ିକ ହେବ । ଆଜି ଆମେ ଏହି ସବୁ ଘଟଣାକୁ ଘଟିବାର ଦେଖୁଛୁ ।—ଲୂକ ୨୧:୧୦-୧୭.
ବାଇବଲରେ ଏହା ବି ଦିଆଯାଇଛି ଯେ ଲୋକମାନଙ୍କ ଖରାପ ବ୍ୟବହାରରୁ ଜଣାପଡ଼ିବ ଯେ ଏହା ମଣିଷ ସରକାରର “ଶେଷକାଳ” ଅଟେ । ଏବିଷୟରେ ଆପଣ ୨ ତୀମଥି ୩:୧-୫ ପଦରେ ପଢ଼ିପାରିବେ । ଆଜି ଆମେ ଯେବେ ଲୋକମାନଙ୍କୁ ଏସବୁ ଦୁଷ୍ଟତାଗୁଡ଼ିକୁ କରିବାର ଦେଖୁ, ତେବେ ନିଶ୍ଚୟ ଆପଣ ବାଇବଲର ଏହି ଭବିଷତବାଣୀଗୁଡ଼ିକ ସହ ସହମତ ହେବେ, ଯାହା ଆଜି ଆମ ଆଗରେ ପୂରା ହେଉଛି ।
ଏହାର ଅର୍ଥ କʼଣ ଅଟେ ? ସେହି ସମୟ ବହୁତ ନିକଟରେ ଅଛି ଯେବେ ଈଶ୍ୱରଙ୍କ ରାଜ୍ୟ ବଡ଼ ବଡ଼ ପରିବର୍ତ୍ତନ ଆଣିବ, ଯାହାର ବଢ଼ିଆ ପ୍ରଭାବ ପୃଥିବୀରେ ରହୁଥିବା ସମସ୍ତ ଲୋକଙ୍କ ଉପରେ ହେବ । (ଲୂକ ୨୧:୩୬) ବାଇବଲରେ ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ପୃଥିବୀରେ ଅନେକ ପରିବର୍ତ୍ତନ ଆଣିବେ ଏବଂ ସେଥିରେ ରହୁଥିବା ଲୋକମାନଙ୍କୁ ଅନେକ ଆଶିଷ ମିଳିବ । ଏହାର କିଛି ଉଦାହରଣ ଏଠାରେ ଦିଆଯାଇଛି ।
ବଢ଼ିଆ ଶାସନ
“ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ, ଏଥିପାଇଁ ତାହାଙ୍କୁ [ଯୀଶୁଙ୍କୁ] କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା; ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ, ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ ।”—ଦାନିୟେଲ ୭:୧୪.
ଏହାର ଅର୍ଥ କʼଣ ଅଟେ: ଈଶ୍ୱରଙ୍କ ରାଜ୍ୟରେ ଆପଣ ଖୁସିଭରା ଜୀବନ ବିତାଇବେ । ଏହି ରାଜ୍ୟ ସାରା ପୃଥିବୀରେ ଶାସନ କରିବ ଆଉ ଏହାର ରାଜା ଯୀଶୁ ହେବେ ।
ଭଲ ସ୍ୱାସ୍ଥ୍ୟ
“ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବ ନାହିଁ ।”—ଯିଶାଇୟ ୩୩:୨୪.
ଏହାର ଅର୍ଥ କʼଣ ଅଟେ: ଆପଣ କେବେ ରୋଗରେ ପଡ଼ିବେ ନାହିଁ ଆଉ ନା କେବେ ବିକଳାଙ୍ଗ ହେବେ । ଆପଣ ସବୁଦିନ ପାଇଁ ବଞ୍ଚିବେ ।
ଚାରିଆଡ଼େ ଶାନ୍ତି
“ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି” —ଗୀତସଂହିତା ୪୬:୯.
ଏହାର ଅର୍ଥ କʼଣ ଅଟେ: ସେଠାରେ ଆମକୁ କୌଣସି ଯୁଦ୍ଧ ଆଉ ନା ତାʼଯୋଗୁଁ ହେଉଥିବା କଷ୍ଟ ପାଇଁ ଡର ଲାଗିବ ।
ସାରା ପୃଥିବୀରେ ଭଲ ଲୋକମାନେ ଭରିଯିବେ
“ଦୁଷ୍ଟଲୋକ ନ ଥିବ . . . ନମ୍ର ଲୋକମାନେ ଦେଶ ଅଧିକାର କରିବେ ।”—ଗୀତସଂହିତା ୩୭:୧୦, ୧୧.
ଏହାର ଅର୍ଥ କʼଣ ଅଟେ: ପୃଥିବୀରେ ଖରାପ ଲୋକମାନେ ରହିବେ ନାହିଁ । କେବଳ ସେହି ଲୋକମାନେ ରହିବେ, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ ରହନ୍ତି ।
ପୃଥିବୀ ଏକ ପାରଦୀଶ ହୋଇଯିବ
“ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ ।”—ଯିଶାଇୟ ୬୫:୨୧, ୨୨.
ଏହାର ଅର୍ଥ କʼଣ ଅଟେ: ସାରା ପୃଥିବୀକୁ ସୁନ୍ଦର କରିଦିଆଯିବ । ଈଶ୍ୱରଙ୍କୁ ଯେଉଁ ପ୍ରାର୍ଥନା କରାଯାଏ ଯେ ତାଙ୍କ ଇଚ୍ଛା “ପୃଥିବୀରେ” ସଫଳ ହେଉ, ତାହା ପୂରା ହେବ ।—ମାଥିଉ ୬:୧୦.