ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ସେପ୍ଟେମ୍ବର ପୃଷ୍ଠା ୨
  • ଶୁଦ୍ଧ ଉପାସନା ଆପଣଙ୍କ ପାଇଁ କାହିଁକି ବହୁମୂଲ୍ୟ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶୁଦ୍ଧ ଉପାସନା ଆପଣଙ୍କ ପାଇଁ କାହିଁକି ବହୁମୂଲ୍ୟ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଗଲା!
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ଯିହୋବା ଚାହାନ୍ତି ଯେ ତାହାଙ୍କ ଲୋକେ ଶୁଦ୍ଧ ରହନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ସେପ୍ଟେମ୍ବର ପୃଷ୍ଠା ୨

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଶୁଦ୍ଧ ଉପାସନା ଆପଣଙ୍କ ପାଇଁ କାହିଁକି ବହୁମୂଲ୍ୟ?

ବନ୍ଦୀ ଥିବା ଯିହୁଦୀମାନେ ଯିହିଜିକଲଙ୍କ ମନ୍ଦିରର ଦର୍ଶନରୁ ସାହସ ପାଇଲେ, କାରଣ ଏହା ଯୋଗୁଁ ସେମାନଙ୍କ ମନରେ ଆଶା ଜାଗି ଉଠିଲା ଯେ ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଯିବ। ଆଜିର ଏହି ଶେଷ କାଳରେ ଶୁଦ୍ଧ ଉପାସନା “ପର୍ବତଗଣର ଶିଖର ଉପରେ ସ୍ଥାପିତ” ହୋଇଛି ଏବଂ ଆମେ ସେଆଡ଼କୁ ଯାଇଥିବା ସମସ୍ତ ଗୋଷ୍ଠୀଗୁଡ଼ିକରୁ ଆସିଅଛୁ। (ଯିଶା ୨:୨) ଯିହୋବାଙ୍କୁ ଜାଣିବା ଏବଂ ତାହାଙ୍କ ସେବା କରିବାର କେତେ ବଡ଼ ସମ୍ମାନ ଆମକୁ ମିଳିଛି! କʼଣ ଆପଣ ଏବିଷୟରେ ନିୟମିତ ଭାବେ ଚିନ୍ତନ କରନ୍ତି?

ଶୁଦ୍ଧ ଉପାସନାରୁ ମିଳୁଥିବା ଆଶିଷ:

  • ଜଣେ ଭାଇ ବାଇବଲ ପଛନ୍ତି

    ଭରପୁର ଆଧ୍ୟାତ୍ମିକ ଭୋଜନ। ଏହା ଯୋଗୁଁ ଆମକୁ ଜୀବନର ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର, ବ୍ୟବହାରିକ ସିଦ୍ଧାନ୍ତ ଏବଂ ଭବିଷ୍ୟତ ପାଇଁ ନିଶ୍ଚିତ ଆଶା ମିଳେ।—ଯିଶା ୪୮:୧୭, ୧୮; ୬୫:୧୩; ରୋମୀ ୧୫:୪

  • ବିଶ୍ୱବ୍ୟାପୀ ଭ୍ରାତୃପ୍ରେମ।—ଗୀତ ୧୩୩:୧; ଯୋହ ୧୩:୩୫

  • ଈଶ୍ୱରଙ୍କ ସହକର୍ମୀ ହେବାର ସମ୍ମାନ ଏବଂ ତାହାଙ୍କ ସେବାରୁ ମିଳୁଥିବା ପ୍ରକୃତ ଖୁସି।—ପ୍ରେରି ୨୦:୩୫; ୧କରି ୩:୯

  • “ଈଶ୍ୱରଙ୍କ ଶାନ୍ତି,” ଯାହା ସମସ୍ୟାପୂର୍ଣ୍ଣ ସମୟରେ ଆମକୁ ସାହସ ପ୍ରଦାନ କରେ।—ଫିଲିପ୍‌ ୪:୬, ୭

  • ଶୁଦ୍ଧ ବିବେକ।—୨ତୀମ ୧:୩

  • “ଯିହୋବାଙ୍କ ସହିତ ଘନିଷ୍ଠ ମିତ୍ରତା।”—ଗୀତ ୨୫:୧୪, NW

ମୁଁ କିପରି ଦେଖାଇପାରିବି ଯେ ଶୁଦ୍ଧ ଉପାସନାକୁ ମୁଁ ବହୁମୂଲ୍ୟ ମନେ କରେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ