ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିହିଜିକଲ ୪୨-୪୫
ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଗଲା!
ଯିହିଜିକଲଙ୍କ ମନ୍ଦିରର ଦର୍ଶନରୁ ବାବିଲରେ ବନ୍ଦୀ ଥିବା ବିଶ୍ୱସ୍ତ ଯିହୁଦୀମାନଙ୍କୁ ପ୍ରତିଶ୍ରୁତି ମିଳିଲା ଯେ ଏପରି ଦିନ ଆସିବ ଯେତେବେଳେ ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ କରାଯିବ। ଏହି ଦର୍ଶନରେ ସେମାନଙ୍କୁ ଶୁଦ୍ଧ ଉପାସନା ବିଷୟରେ ଯିହୋବାଙ୍କର ଉଚ୍ଚ ସ୍ତର ମଧ୍ୟ ମନେ ପକାଇ ଦିଆଗଲା।
ଯାଜକମାନେ ଲୋକମାନଙ୍କୁ ଯିହୋବାଙ୍କର ସ୍ତର ଶିଖାଇଥାʼନ୍ତେ
୪୪:୨୩
କିଛି ଉଦାହରଣ ଦିଅନ୍ତୁ ଯେ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିପରି ଆମକୁ ଅଶୁଚି ଓ ଶୁଚି ବିଷୟଗୁଡ଼ିକ ମଧ୍ୟରେ ପ୍ରଭେଦ ଶିଖାଇଛନ୍ତି। [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୧୧୦-୧୧୭]
ଯେଉଁମାନେ ନେତୃତ୍ୱ ନେଇଥାʼନ୍ତେ, ସେମାନଙ୍କୁ ଲୋକେ ସହଯୋଗ କରିଥାʼନ୍ତେ
୪୫:୧୬
ଆମେ କିପରି ଦେଖାଇପାରିବା ଯେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆମେ ସହଯୋଗ କରିଥାଉ?