ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୂନସ ବହିରୁ ଆମେ କʼଣ ଶିଖିପାରିବା
ଯିହୋବା ନିଜ ବାକ୍ୟରେ ତାହାଙ୍କ ବିଶ୍ୱସ୍ତ ସେବକମାନଙ୍କର ଜୀବନ କାହାଣୀ ଲେଖାଇଛନ୍ତି, କାରଣ ସେ ଚାହାନ୍ତି ଯେ ଆମେ ଏଗୁଡ଼ିକରୁ ବହୁମୂଲ୍ୟ ଶିକ୍ଷା ପାଉ। (ରୋମୀ ୧୫:୪) ଯୂନସ ବହିରୁ ଆପଣ କʼଣ ଶିଖିଲେ? ପାରିବାରିକ ଉପାସନା: ଯୂନସ—ଯିହୋବାଙ୍କ ଦୟାରୁ ଶିଖନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଭିଡିଓରେ ଦେଖାଯାଇଥିବା ତିନି ପ୍ରଚାରକ କେଉଁ ସମସ୍ୟାଗୁଡ଼ିକର ସାମନା କଲେ?
ଯଦି ଆମ ଭିତରେ ସୁଧାର ଅଣାଯାଏ କିମ୍ବା ଆମକୁ ଈଶ୍ୱରଙ୍କ ସେବାରେ ମିଳିଥିବା କୌଣସି ଦାୟିତ୍ୱ ହରାଇବାକୁ ପଡ଼େ, ତେବେ ଯୂନସ ବହିରୁ କିପରି ପ୍ରୋତ୍ସାହନ ମିଳେ? (୧ଶାମୁ ୧୬:୭; ଯୂନ ୩:୧, ୨)
ପ୍ରଚାର କ୍ଷେତ୍ରରେ ଲୋକଙ୍କ ବିଷୟରେ ସଠିକ୍ ଦୃଷ୍ଟିକୋଣ ରଖିବାରେ ଯୂନସଙ୍କଠାରୁ ଆମେ କʼଣ ଶିଖିପାରିବା? (ଯୂନ ୪:୧୧; ମାଥି ୫:୭)
ଯଦି ଆମେ ଦୀର୍ଘ ସମୟ ଧରି ରୋଗରେ ପୀଡ଼ିତ ଥାଉ, ତେବେ ଯୂନସଙ୍କ ଅନୁଭୂତିରୁ ଆମେ କିପରି ସାନ୍ତ୍ୱନା ପାଇପାରିବା? (ଯୂନ ୨:୧, ୨, ୭, ୯)
ଏହି ଭିଡିଓରୁ ଆପଣ ବାଇବଲ ପଠନ ଓ ଚିନ୍ତନ କରିବା ବିଷୟରେ କʼଣ ଶିଖିଲେ?