ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୨-୧୩
ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ
ଯୀଶୁ ଖ୍ରୀଷ୍ଟ ମାନବଜାତି ମଧ୍ୟରୁ ଗହମ ସଦୃଶ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ସମ୍ପୂର୍ଣ୍ଣ ସମୂହକୁ କେବେ ଓ କିପରି ଏକତ୍ରିତ କରିଥାʼନ୍ତେ, ତାହା ବୁଝାଇବା ପାଇଁ ସେ ଗହମ ଓ ବାଳୁଙ୍ଗା ଘାସର ଦୃଷ୍ଟାନ୍ତ ଦେଲେ। ବିହନ ବୁଣିବା ଅର୍ଥାତ୍ ଶିଷ୍ୟମାନଙ୍କୁ ଅଭିଷେକ କରିବାର କାମ ୩୩ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା।
୧୩:୨୪
‘ଜଣେ ବ୍ୟକ୍ତି ଆପଣା କ୍ଷେତରେ ଭଲ ବିହନ ବୁଣିଲେ’
ବିହନ ବୁଣାଳୀ: ଯୀଶୁ ଖ୍ରୀଷ୍ଟ
ଭଲ ବିହନ ବୁଣାଗଲା: ଯୀଶୁଙ୍କର ଶିଷ୍ୟମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷେକ କରାଗଲା
କ୍ଷେତ: ସମଗ୍ର ମାନବଜାତି
୧୩:୨୫
“ଲୋକେ ନିଦ୍ରା ଯାଇଥିବା ସମୟରେ ତାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲା”
ଶତ୍ରୁ: ଶୟତାନ
ଲୋକେ ନିଦ୍ରା ଯାଇଥିଲେ: ପ୍ରେରିତମାନଙ୍କର ମୃତ୍ୟୁ
୧୩:୩୦
“ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ”
ଗହମ: ଅଭିଷିକ୍ତ ଖ୍ରୀଷ୍ଟିୟାନ
ବାଳୁଙ୍ଗା: ନକଲି ଖ୍ରୀଷ୍ଟିୟାନ
‘ଆଗେ ବାଳୁଙ୍ଗା ଏକାଠି କର, କିନ୍ତୁ ଗହମ ସଂଗ୍ରହ କରି ରଖ’
ଦାସ/କଟାଳି: ସ୍ୱର୍ଗଦୂତ
ବାଳୁଙ୍ଗା ଏକାଠି କରାଗଲା: ନକଲି ଖ୍ରୀଷ୍ଟିୟାନମାନଙ୍କୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କଠାରୁ ଅଲଗା କରାଗଲା
ଅମାରରେ ସଂଗ୍ରହ କରି ରଖାଯାଉଛି: ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ପୁନରୁଦ୍ଧାର କରାଯାଇଥିବା ମଣ୍ଡଳୀରେ ଏକତ୍ରିତ କରାଗଲା
ଯେତେବେଳେ ଶସ୍ୟ କାଟିବାର ସମୟ ଆରମ୍ଭ ହେଲା, ସେତେବେଳେ ସତ୍ୟ ଖ୍ରୀଷ୍ଟିୟାନ ଓ ନକଲି ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଦେଖାଗଲା?
ଏହି ଦୃଷ୍ଟାନ୍ତର ଅର୍ଥ ଜାଣିବା ଦ୍ୱାରା ମୋର କʼଣ ଲାଭ ହୁଏ?