ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବା ଆପଣଙ୍କୁ ସାହସ ଦେବେ
ଆପଣ ଜଣେ ଯିହୋବାଙ୍କ ସାକ୍ଷୀ ବୋଲି ସ୍କୁଲରେ ଅନ୍ୟମାନଙ୍କୁ ଜଣାଇବାରେ କେବେ ଭୟ କରିଛନ୍ତି କି? ଯଦି ହଁ, ତେବେ ଆପଣ ପ୍ରଚାର କରିବା ପାଇଁ କିପରି “ସାହସ” ପାଇପାରିବେ? (୧ଥେସ ୨:୨) ଆପଣ ବିନା ଭୟରେ ପ୍ରଚାର କାହିଁକି କରିବା ଉଚିତ୍? ଯିହୋବା ଆପଣଙ୍କୁ ସାହସ ଦେବେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଆଗକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
୧. ବାଇବଲରେ ଥିବା କାହାର ଉଦାହରଣରୁ ରିଙ୍କି ସାହସ ପାଇଲା?
୨. ପ୍ରଚାର କରିବା ପାଇଁ ପ୍ରସ୍ତୁତି କରିବା ଯୋଗୁଁ ରିଙ୍କିକୁ କିପରି ସାହାଯ୍ୟ ମିଳିଲା?
୩. ଆପଣଙ୍କ ସହିତ ପଢ଼ୁଥିବା ପିଲାମାନଙ୍କୁ ଆପଣ କାହିଁକି ପ୍ରଚାର କରିବା ଉଚିତ୍?
୪. ହୁଏତ ଆପଣଙ୍କ ସ୍କୁଲ ପାଠପଢ଼ା ସରିଯାଇଛି, ତଥାପି ଏହି ଭିଡିଓରୁ ଆପଣ କʼଣ ଶିଖିଲେ?