ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୬
  • ସାହସର ସହ ପ୍ରଚାର କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସାହସର ସହ ପ୍ରଚାର କରନ୍ତୁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯୀଶୁ କʼଣ କଲେ ?
  • ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
  • ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଦିଅ ନିର୍ଭୟର ବରଦାନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ଆପଣଙ୍କୁ ସାହସ ଦେବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୬

କଥାବାର୍ତ୍ତା ଆରମ୍ଭ କରିବା

ଯୀଶୁ ଜଖୀୟଙ୍କୁ ଗଛରୁ ଓହ୍ଲାଇବା ପାଇଁ କହୁଛନ୍ତି । ଏହା ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଲୂକ ୧୯:୧-୭

ପାଠ ୬

ସାହସର ସହ ପ୍ରଚାର କରନ୍ତୁ

ସିଦ୍ଧାନ୍ତ: ‘ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସପ୍ରାପ୍ତ ହୋଇଥିଲୁ ।’—୧ ଥେସ. ୨:୨.

ଯୀଶୁ କʼଣ କଲେ ?

ଯୀଶୁ ଜଖୀୟଙ୍କୁ ଗଛରୁ ଓହ୍ଲାଇବା ପାଇଁ କହୁଛନ୍ତି । ଏହା ଦେଖି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଭିଡିଓ: ଯୀଶୁ ଜଖୀୟଙ୍କୁ ସାକ୍ଷ୍ୟ ଦିଅନ୍ତି

୧. ଭିଡିଓ ଦେଖନ୍ତୁ କିମ୍ବା ଲୂକ ୧୯:୧-୭ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. କିଛି ଲୋକ କାହିଁକି ଜଖୀୟଙ୍କଠାରୁ ଦୂରେଇ ରହୁଥିବେ ?

  2. ଖ. ତଥାପି ଯୀଶୁ କାହିଁକି ତାଙ୍କୁ ସାକ୍ଷ୍ୟ ଦେଇପାରିଲେ ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମ ଭିତରେ ସାହସ ଥିବ, ତାହେଲେ ଆମେ କାହାରିକୁ ଭେଦଭାବ ନ କରି ସମସ୍ତଙ୍କୁ ସାକ୍ଷ୍ୟ ଦେଇପାରିବା ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯୀଶୁ ପବିତ୍ର ଶକ୍ତି ସାହାଯ୍ୟରେ ସାହସର ସହ ପ୍ରଚାର କରିପାରିଲେ । ଆମେ ମଧ୍ୟ ଏପରି କରିପାରିବା । (ମାଥି. ୧୦:୧୯, ୨୦; ଲୂକ ୪:୧୮) ସାହସ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯାହାଫଳରେ ଆପଣ ସେହି ଲୋକମାନଙ୍କୁ ସାକ୍ଷ୍ୟ ଦେଇପାରିବେ ଯେଉଁମାନଙ୍କ ଠାରୁ ଆପଣଙ୍କୁ ଡର ଲାଗେ ।—ପ୍ରେରି. ୪:୨୯.

୪. ଆଗରୁ ହିଁ ଭାବନ୍ତୁ ନାହିଁ ଯେ ଲୋକମାନେ ଶୁଣିବେ ନାହିଁ । ହୁଏତ କିଛି ଲୋକଙ୍କ ରୂପ-ରଙ୍ଗ, ପଦବୀ, ଜୀବନଶୈଳୀ କିମ୍ବା ସେମାନଙ୍କ ଧର୍ମକୁ ଦେଖି ଆମେ ସେମାନଙ୍କ ସହ କଥା ହେବା ପାଇଁ ପଛଘୁଞ୍ଚା ଦେଇପାରୁ । ହୁଏତ ଆମେ ପୂର୍ବରୁ ହିଁ ଭାବିଦେଉ ଯେ ସେହି ବ୍ୟକ୍ତି ଆମ କଥା ଶୁଣିବ ନାହିଁ । କିନ୍ତୁ ମନେ ରଖନ୍ତୁ:

  1. କ. ଆମେ ଲୋକମାନଙ୍କ ହୃଦୟର କଥା ଜାଣିପାରିବାନି, କେବଳ ଯିହୋବା ଓ ଯୀଶୁ ହିଁ ଜାଣିପାରିବେ ।

  2. ଖ. ଯିହୋବା ଯେକୌଣସି ବ୍ୟକ୍ତିକୁ ନିଜ ଆଡ଼କୁ ଆକର୍ଷିତ କରିପାରିବେ ।

୫. ସାହସର ସହ ସତର୍କ ହୋଇ କାମ କରନ୍ତୁ । (ମାଥି. ୧୦:୧୬) କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଯଦି କେହି ଆପଣଙ୍କ କଥା ଶୁଣିବା ପାଇଁ ଚାହେଁନି କିମ୍ବା ଆପଣଙ୍କୁ ଲାଗେ ଯେ ଆପଣ ବିପଦରେ ଅଛନ୍ତି, ତେବେ କଥାବାର୍ତ୍ତା ଶେଷ କରିଦିଅନ୍ତୁ ଓ ଶାନ୍ତିର ସହ ସେଠାରୁ ଚାଲିଯାʼନ୍ତୁ ।—ହିତୋ. ୧୭:୧୪.

ଏହା ବି ଦେଖନ୍ତୁ

ପ୍ରେରି. ୪:୩୧; ଏଫି. ୬:୧୯, ୨୦; ୨ ତୀମ. ୧:୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ