ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୬-୮
“ନୋହ ସେରୂପ କଲେ”
୬:୯, ୧୩-୧୬, ୨୨
ଟିକେ ଭାବନ୍ତୁ, ନୋହଙ୍କ ପାଖରେ ଜାହାଜ ତିଆରି କରିବା ପାଇଁ ଆଜି ଭଳି ଆଧୁନିକ ଉପକରଣ ଓ ନୂଆ ନୂଆ କୌଶଳ ନ ଥିଲା । ତାଙ୍କ ପାଇଁ ଏହି କାମ ସହଜ ନ ଥିଲା, ସେ ଜାହାଜ ତିଆରି କରିବାରେ ଖୁବ୍ ପରିଶ୍ରମ କଲେ ।
ଜାହାଜ ବହୁତ ବଡ଼ ଥିଲା । ତାହା ପ୍ରାୟ ୪୩୭ ଫୁଟ ଲମ୍ବ, ୭୩ ଫୁଟ ଚଉଡ଼ା ଓ ୪୪ ଫୁଟ ଉଚ୍ଚ ଥିଲା
ସେମାନଙ୍କୁ ଗଛ କାଟିବାର ଥିଲା, ସଠିକ୍ ଆକାର ଦେବାର ଥିଲା ଏବଂ ବୋହି ନେଇଯିବାର ଥିଲା
ଏହି ବିଶାଳ ଜାହାଜର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କରିବାର ଥିଲା
ନୋହଙ୍କ ପରିବାର ଓ ଜୀବଜନ୍ତୁମାନଙ୍କ ପାଇଁ ଗୋଟିଏ ବର୍ଷର ଖାଦ୍ୟ ସଞ୍ଚୟ କରିବାର ଥିଲା
ଏହି କାମ ପ୍ରାୟ ୪୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିଲା
ଯିହୋବା ଦେଇଥିବା କୌଣସି କାମ ଯେତେବେଳେ ଆମକୁ କଠିନ ଲାଗେ, ସେତେବେଳେ ନୋହଙ୍କ ଉଦାହରଣ କିପରି ଆମର ଉତ୍ସାହ ବଢ଼ାଇପାରିବ ?