ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ପତିପତ୍ନୀ ନିଜ ବନ୍ଧନକୁ କିପରି ମଜବୁତ୍ କରିପାରିବେ ?
ଅବ୍ରହାମ ଓ ସାରା ପରସ୍ପର ପ୍ରତି ପ୍ରେମ ଓ ଆଦର ଦେଖାଉଥିଲେ । ସେମାନେ ପତିପତ୍ନୀମାନଙ୍କ ପାଇଁ ଏକ ବଢ଼ିଆ ଉଦାହରଣ । (ଆଦି ୧୨:୧୧-୧୩; ୧ପିତ ୩:୬) କିନ୍ତୁ ଅବ୍ରହାମ ଓ ସାରାଙ୍କୁ ମଧ୍ୟ ନିଜ ବୈବାହିକ ଜୀବନରେ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥିଲା । ସେମାନଙ୍କ ଉଦାହରଣରୁ ପତିପତ୍ନୀ କʼଣ ଶିଖିପାରିବେ ?
ପରସ୍ପର ସହ ହୃଦୟ ଖୋଲି କଥା ହୁଅନ୍ତୁ । ଯେତେବେଳେ ଆପଣଙ୍କ ସାଥୀ ବିରକ୍ତ ହୋଇ କିମ୍ବା ରାଗି ଯାଇ କିଛି କହନ୍ତି, ସେତେବେଳେ ପ୍ରେମର ସହ କଥା ହୁଅନ୍ତୁ । (ଆଦି ୧୬:୫, ୬) ପରସ୍ପର ସହ ସମୟ ବିତାନ୍ତୁ । ନିଜ କଥା ଓ ନିଜ ବ୍ୟବହାର ଦ୍ୱାରା ଦେଖାନ୍ତୁ ଯେ ଆପଣ ତାଙ୍କୁ ପ୍ରେମ କରନ୍ତି । ସବୁଠୁ ବଡ଼ କଥା ହେଲା, ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ମଜବୁତ୍ କରନ୍ତୁ । ଏପରି ଆପଣ ଏକାସାଙ୍ଗେ ମିଶି ଅଧ୍ୟୟନ କରିବା, ପ୍ରାର୍ଥନା କରିବା ଓ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ବ୍ୟସ୍ତ ରହିବା ଦ୍ୱାରା କରିପାରିବେ । (ଉପ ୪:୧୨) ମନେ ରଖନ୍ତୁ ଯେ ଯିହୋବା ବିବାହ ବନ୍ଧନର ଆରମ୍ଭ କରିଛନ୍ତି । ତେଣୁ, ଯଦି ପତିପତ୍ନୀ ନିଜ ବିବାହ ବନ୍ଧନକୁ ପବିତ୍ର ମନେ କରନ୍ତି ଏବଂ ନିଜ ସମ୍ପର୍କକୁ ମଜବୁତ୍ କରନ୍ତି, ତେବେ ଯିହୋବାଙ୍କର ମହିମା ହୋଇଥାଏ ।
ଆପଣଙ୍କ ବିବାହ ବନ୍ଧନକୁ ମଜବୁତ୍ କରନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଶାନ୍ ଓ କିଆରା ପରସ୍ପରଠାରୁ ଦୂରେଇ ଯାଉଥିବାର ସଙ୍କେତଗୁଡ଼ିକ କʼଣ ଥିଲା ?
ପତିପତ୍ନୀ ପରସ୍ପର ସହ ହୃଦୟ ଖୋଲି କଥା ହେବା କାହିଁକି ଜରୁରୀ ?
ଅବ୍ରହାମ ଓ ସାରାଙ୍କ ଉଦାହରଣରୁ ଶାନ୍ ଓ କିଆରାଙ୍କୁ କିପରି ସାହାଯ୍ୟ ମିଳିଲା ?
ଶାନ୍ ଓ କିଆରା ନିଜ ସମ୍ପର୍କକୁ ମଜବୁତ୍ କରିବା ପାଇଁ କେଉଁ କେଉଁ ପଦକ୍ଷେପ ନେଲେ ?
ପତିପତ୍ନୀ ପରସ୍ପରଠାରୁ କାହିଁକି ଅତି ବେଶୀ ଆଶା କରିବା ଉଚିତ୍ ନୁହେଁ ?
ଆପଣ ନିଜ ବିବାହ ବନ୍ଧନକୁ ମଜବୁତ୍ କରିପାରିବେ !