ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୧୫-୧୭
ଯିହୋବା ଅବ୍ରାମ ଓ ସାରୀଙ୍କ ନାମ କାହିଁକି ବଦଳାଇ ଦେଲେ ?
୧୭:୧, ୩-୫, ୧୫, ୧୬
ଅବ୍ରାମ ଯିହୋବାଙ୍କ ଛାମୁରେ ଧର୍ମାଚରଣ କରୁଥିଲେ, ଅର୍ଥାତ୍ ଯିହୋବାଙ୍କ ଦୃଷ୍ଟିରେ ତାଙ୍କ ଚାଲିଚଳନ ନିର୍ଦ୍ଦୋଷ ଥିଲା । ଯେତେବେଳେ ଈଶ୍ୱର ଅବ୍ରାମଙ୍କୁ ନିଜ ପ୍ରତିଜ୍ଞା ବିଷୟରେ ଅଧିକ ତଥ୍ୟ ଦେଲେ, ସେତେବେଳେ ସେ ଅବ୍ରାମ ଓ ସାରୀଙ୍କୁ ଏପରି ନାମ ଦେଲେ, ଯେଉଁଥିରୁ ଜଣାପଡ଼େ ଯେ ଭବିଷ୍ୟତରେ କʼଣ ହୁଅନ୍ତା ।
ନିଜ ନାମ ଅନୁସାରେ ଅବ୍ରହାମ ଅନେକ ଗୋଷ୍ଠୀର ଆଦିପୁରୁଷ ହେଲେ ଏବଂ ସାରା ରାଜାମାନଙ୍କର ଆଦିମାତା ହେଲେ ।
ଅବ୍ରହାମ
ବହୁଲୋକର ପିତା
ସାରା
ରାଣୀ
ଏହା ସତ ଯେ ଆମେ ଜନ୍ମ ସମୟରେ ନିଜ ନାମ ବାଛିପାରି ନ ଥାଉ, ତଥାପି ଅବ୍ରହାମ ଓ ସାରାଙ୍କ ଭଳି ଆମେ ଭଲ ନାମ ଅର୍ଜନ କରିପାରିବା । ନିଜକୁ ପଚାରନ୍ତୁ:
‘ମୁଁ ଯିହୋବାଙ୍କ ଦୃଷ୍ଟିରେ କିପରି ନିଜ ଚାଲିଚଳନକୁ ନିର୍ଦ୍ଦୋଷ ରଖିପାରିବି ?’
‘ମୁଁ ଯିହୋବାଙ୍କ ଦୃଷ୍ଟିରେ କିପରି ନାମ ଅର୍ଜନ କରୁଛି ?’