ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଫେବୃୟାରୀ ପୃଷ୍ଠା ୭
  • କʼଣ ଆପଣ ଦୈନିକ ବାଇବଲ ପାଠରୁ ଲାଭ ପାଉଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଦୈନିକ ବାଇବଲ ପାଠରୁ ଲାଭ ପାଉଛନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଫେବୃୟାରୀ ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ଦୈନିକ ବାଇବଲ ପାଠରୁ ଲାଭ ପାଉଛନ୍ତି ?

ଯିହୋବାଙ୍କ ନିକଟବର୍ତ୍ତୀ ହେବା ପାଇଁ ଆପଣ ପ୍ରତିଦିନ କିଛି ନା କିଛି କରୁଥିବେ । କʼଣ ଆପଣ ‘ଦୈନିକ ବାଇବଲ ପାଠ ପ୍ରତି ଧ୍ୟାନ ଦିଅନ୍ତୁ’ (ହିନ୍ଦୀ) ପୁସ୍ତିକାରୁ ପଢ଼ନ୍ତି ? ଯଦି ଆପଣ ଏପର୍ଯ୍ୟନ୍ତ ଏପରି କରି ନାହାନ୍ତି, ତେବେ କʼଣ ଆପଣ ଆରମ୍ଭ କରିପାରିବେ ? ଅନେକ ଲୋକଙ୍କୁ ଦିନର ପଦ ଓ ତାʼ ଆଧାରିତ ତଥ୍ୟ ସକାଳୁ ସକାଳୁ ପଢ଼ିବାକୁ ଭଲ ଲାଗେ । ଏପରି କରିବା ଦ୍ୱାରା ସେମାନେ ସାରା ଦିନ ସେବିଷୟରେ ଚିନ୍ତନ କରିପାରନ୍ତି । (ଯିହୋ ୧:୮; ଗୀତ ୧୧୯:୯୭) ଆପଣଙ୍କ ବିଷୟରେ କʼଣ ? ଆପଣ ଏପରି କʼଣ କରିପାରିବେ, ଯାହାଦ୍ୱାରା ଆପଣ ମଧ୍ୟ ‘ଦୈନିକ ବାଇବଲ ପାଠରୁ’ ସମ୍ପୂର୍ଣ୍ଣ ଲାଭ ପାଇପାରିବେ ? ତଥ୍ୟକୁ ଭଲ ଭାବେ ବୁଝିବା ପାଇଁ ଆଖପାଖର ପଦଗୁଡ଼ିକୁ ପଢ଼ନ୍ତୁ । ତାʼପରେ ସେହି ପଦଗୁଡ଼ିକରେ ଥିବା ସିଦ୍ଧାନ୍ତକୁ ବୁଝିବା ପାଇଁ ବାଇବଲର କୌଣସି ଘଟଣା ବିଷୟରେ ଭାବନ୍ତୁ । ସେହି ସିଦ୍ଧାନ୍ତକୁ ନିଜ ଜୀବନରେ ଲାଗୁ କରନ୍ତୁ । ଆପଣ ଈଶ୍ୱରଙ୍କ ବାକ୍ୟ ଅନୁସାରେ ନିଷ୍ପତ୍ତି ନେଇ ଦେଖାନ୍ତି ଯେ ଆପଣ ତାହାଙ୍କ ମାର୍ଗଦର୍ଶନରେ ଚାଲୁଛନ୍ତି । ଆଉ, ଏହାଦ୍ୱାରା ପ୍ରକୃତରେ ଆପଣଙ୍କର ଲାଭ ହେବ ।—ଗୀତ ୧୧୯:୧୦୫.

ସାରା ଜଗତରେ ବୈଥେଲ ପରିବାର ସକାଳ ସମୟରେ ଦୈନିକ ବାଇବଲ ପାଠରୁ ଆଲୋଚନା କରନ୍ତି । ଗତ କିଛି ବର୍ଷ ହେଲା, ସକାଳ ଉପାସନାର ଅନେକ କାର୍ଯ୍ୟକ୍ରମ JW ପ୍ରସାରଣର (ହିନ୍ଦୀ) କାର୍ଯ୍ୟକ୍ରମ ବିଭାଗରେ ଆସିଛି । ଆପଣ ଗତଥର ଏ କାର୍ଯ୍ୟକ୍ରମ କେବେ ଦେଖିଥିଲେ ? ହୁଏତ ଏ କାର୍ଯ୍ୟକ୍ରମଗୁଡ଼ିକରେ ଏପରି କୌଣସି କଥା କୁହାଯାଇଥିବ, ଯେଉଁଥିରୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିପାରେ । ଯେପରି— ଆପଣ ନିଷ୍ପତ୍ତି ନେବା ବିଷୟରେ ଲୋଟଙ୍କଠାରୁ କʼଣ ଶିଖିପାରିବେ ?

ସଂସାରକୁ ପ୍ରେମ କର ନାହିଁ (୧ଯୋହ ୨:୧୫) ଭିଡିଓ (ହିନ୍ଦୀ) ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ସକାଳ ଉପାସନାରେ ଭାଇ ବାଇବଲର କେଉଁ ସିଦ୍ଧାନ୍ତ ଉପରେ ଆଲୋଚନା କଲେ ?

  • ଲୋଟଙ୍କ ଘଟଣାରୁ କିପରି ଜଣାପଡ଼େ ଯେ ସଂସାର ଓ ସେଥିର ବିଷୟଗୁଡ଼ିକୁ ପ୍ରେମ କରିବାର ପରିଣାମ ବିପଦଜନକ ହୋଇପାରେ ?—ଆଦି ୧୩:୧୨; ୧୪:୧୨; ୧୯:୩, ୧୨, ୧୩, ୨୪-୨୬

  • ଆମେ କିପରି ଦେଖାଇପାରିବା ଯେ ଆମେ ସଂସାର ଓ ସେଥିର ବିଷୟଗୁଡ଼ିକୁ ନୁହେଁ, ବରଂ ଯିହୋବାଙ୍କୁ ପ୍ରେମ କରୁ ?

ଚିତସମୂହ: ଜଣେ ଭାଇ ସାରା ଦିନ ଦୈନିକ ପଦ ଓ ତାʼ ଆଧାରିତ ତଥ୍ୟ ବିଷୟରେ ଭାବୁଛନ୍ତି । ୧. ପବା ସମୟରେ ସେହି ଦୃଶ୍ୟକୁ ସେ କଳ୍ପନା କରୁଛନ୍ତି ଯେତେବେଳେ ର୍ଗଦୂତମାନେ ଲୋଟ ଓ ତାଙ୍କ ପରିବାରର ହାତ ଧରି ସଦୋମରୁ ପଳାଇବାରେ ସାହାଯ୍ୟ କରିଥିଲେ । ୨. ସେ ସକାଳେ ଯାହା ପଥିଲେ, କାମ ଜାଗାରେ ମଧ ଭୋଜନ କରିବା ସମୟରେ ମଧ କଳ୍ପନା କରୁଛନ୍ତି । ୩. ସନ୍ଧ୍ୟାରେ ଘରେ ସେ କପ ସାଇତି ରଖୁଥିବା ସମୟରେ ସକାଳେ ଯାହା ପଥିଲେ, ତାʼ ଉପରେ ଚିନ୍ତନ କରୁଛନ୍ତି ।

ଦିନସାରା ମୁଁ କିପରି ଦେଖାଏ ଯେ ମୁଁ ଯିହୋବାଙ୍କ ବାକ୍ୟର ଆଦର କରେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ