ମାର୍ଚ୍ଚ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୨-୮ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୨-୨୩
“ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”
ପ୍ର୧୨-ହି ୭/୧ ୨୦ ¶୪-୬
ଈଶ୍ୱର ଅବ୍ରହାମଙ୍କୁ ତାଙ୍କ ପ୍ରିୟ ପୁତ୍ର ଇସ୍ହାକଙ୍କୁ ବଳି ଦେବା ପାଇଁ କାହିଁକି କହିଲେ ?
ଯିହୋବା ଅବ୍ରହାମଙ୍କୁ ଯେଉଁ କଥା କହିଲେ ତାହା ପ୍ରତି ଧ୍ୟାନ ଦିଅନ୍ତୁ: “ଆପଣା ପୁତ୍ରକୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର . . . ହୋମାର୍ଥେ ବଳିଦାନ କର ।” (ଆଦି ପୁସ୍ତକ ୨୨:୨) ଯିହୋବା କହନ୍ତି ତୁମ୍ଭ ପୁତ୍ର ଇସ୍ହାକ “ତୁମ୍ଭେ ଯାହାକୁ ସ୍ନେହ କର ।” ଯିହୋବା ଜାଣିଥିଲେ ଯେ ଇସ୍ହାକ ଅବ୍ରହାମଙ୍କ ପ୍ରିୟ ପୁତ୍ର ଥିଲେ । ଈଶ୍ୱର ମଧ୍ୟ ନିଜ ପୁତ୍ର ଯୀଶୁଙ୍କୁ ବହୁତ ପ୍ରେମ କରନ୍ତି । କେବଳ ଏତିକି ନୁହେଁ, ସେ ଦୁଇ ଥର ସ୍ୱର୍ଗରୁ ଯୀଶୁଙ୍କ ସହ କଥା ହେବା ସମୟରେ କହିଲେ, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର ।”—ମାର୍କ ୧:୧୧; ୯:୭.
ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ଯେତେବେଳେ ଯିହୋବା ଇସ୍ହାକଙ୍କୁ ବଳି ଦେବା ପାଇଁ ଅବ୍ରହାମଙ୍କୁ କହନ୍ତି, ସେତେବେଳେ ସେ ମୂଳ ଭାଷାରେ ଏପରି ଶବ୍ଦ ବ୍ୟବହାର କଲେ ଯାହା ଦେଖାଏ ଯେ ସେ ଅବ୍ରହାମଙ୍କୁ ଆଦେଶ ଦେଉ ନ ଥିଲେ ବରଂ ସେ ପ୍ରେମର ସହ ଅନୁରୋଧ କରୁଥିଲେ । ଜଣେ ବାଇବଲ ବିଦ୍ୱାନ୍ କହନ୍ତି ଯେ ଈଶ୍ୱରଙ୍କ ଏହି ଶବ୍ଦ ବ୍ୟବହାର କରିବା ଦେଖାଏ ଯେ “ପ୍ରଭୁ ଜାଣିଥିଲେ ଯେ ସେ ଅବ୍ରହାମଙ୍କୁ କେତେ ବଡ଼ ବଳିଦାନ ମାଗୁଛନ୍ତି ।” ନିଶ୍ଚିତ ଭାବେ ଈଶ୍ୱରଙ୍କ ଏହି ଅନୁରୋଧରୁ ଅବ୍ରହାମଙ୍କ ହୃଦୟକୁ ବହୁତ କଷ୍ଟ ହୋଇଥିବ । ଯଦି ଏପରି ଅନୁରୋଧରୁ ଜଣେ ପିତାଙ୍କୁ ବହୁତ କଷ୍ଟ ହୁଏ, ତେବେ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ ଯେ ଯେତେବେଳେ ଯିହୋବା ନିଜ ପ୍ରିୟ ପୁତ୍ରଙ୍କୁ ଯନ୍ତ୍ରଣା ସହିବାର ଏବଂ ମରିବାର ଦେଖିଥିବେ, ସେତେବେଳେ ତାହାଙ୍କୁ କେତେ କଷ୍ଟ ହୋଇଥିବ । ଏପରି କଷ୍ଟ ଯିହୋବାଙ୍କୁ ନା ଆଗରୁ ହୋଇଥିଲା ନା ଆଗକୁ କେବେ ହେବ ।
ଏହି ଲେଖାରେ ଆମେ ଦେଖିଲୁ ଯେ ଯିହୋବା ଅବ୍ରହାମଙ୍କୁ ଯାହା କରିବାକୁ କହିଥିଲେ, ତାହା ପଢ଼ି ହୁଏତ ଆମେ ରାଗି ଯାଇପାରୁ । କିନ୍ତୁ ଭଲ ହେବ ଯଦି ଆମେ ଏହାକୁ ମଧ୍ୟ ମନେ ରଖିବା ଯେ ଯିହୋବା ସେହି ବିଶ୍ୱସ୍ତ ବ୍ୟକ୍ତିଙ୍କୁ ନିଜ ପୁତ୍ରକୁ ବଳି କରିବା ପାଇଁ ଦେଲେ ନାହିଁ । ଈଶ୍ୱର ଅବ୍ରହାମଙ୍କୁ ସେହି କଷ୍ଟ ସହିବା ପାଇଁ ଦେଲେ ନାହିଁ, ଯାହା କୌଣସି ମାଆ ବାପାଙ୍କ ପାଇଁ ସବୁଠୁ ବଡ଼ କଷ୍ଟ ହୋଇଥାଏ । ଯିହୋବା ଇସ୍ହାକଙ୍କୁ ମରିବା ପାଇଁ ଦେଲେ ନାହିଁ । କିନ୍ତୁ ସେ ନିଜ ପୁତ୍ର ଯୀଶୁଙ୍କୁ “ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ ।” (ରୋମୀୟ ୮:୩୨) ଯିହୋବା ଏତେ କଷ୍ଟ କାହିଁକି ସହିଲେ? କାରଣ ଆମକୁ “ଜୀବନ ପ୍ରାପ୍ତ ହେଉ ।” (୧ ଯୋହନ ୪:୯) ଏଥିରୁ ଏହା ପ୍ରମାଣିତ ହୁଏ ଯେ ଯିହୋବା ଆମକୁ ବହୁତ ଭଲ ପାଆନ୍ତି ! କʼଣ ଯିହୋବାଙ୍କ ପ୍ରେମ ଆମକୁ ପ୍ରେରିତ କରେ ନାହିଁ ଯେ ଆମେ ମଧ୍ୟ ତାଙ୍କୁ ପ୍ରେମ କରିବା?
ପ୍ର୧୨-ହି ୧୦/୧୫ ୨୩ ¶୬
ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତୁ ଏବଂ ତାହାଙ୍କ ଶପଥରୁ ଲାଭ ପାଆନ୍ତୁ
୬ ଯିହୋବା ଈଶ୍ୱର ମଧ୍ୟ ଅନେକ ଥର ଶପଥ କଲେ, ଯାହାଦ୍ୱାରା ଅସିଦ୍ଧ ମଣିଷ ତାଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରିପାରିବେ । ଶପଥ କରିବା ସମୟରେ ସେ ଏପରି ଶବ୍ଦର ବ୍ୟବହାର କଲେ, “ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ।” (ଯିହି. ୧୭:୧୬) ବାଇବଲ କହେ ଯେ ୪୦ରୁ ଅଧିକ ଥର ଅଲଗା ଅଲଗା ସମୟରେ ଯିହୋବା ଏପରି ଶପଥ କରିଛନ୍ତି । ଏଥିମଧ୍ୟରୁ ହୁଏତ ସବୁଠାରୁ ଜଣାଶୁଣା ଉଦାହରଣ, ଅବ୍ରହାମଙ୍କ ସହିତ କରିଥିବା ଶପଥ । ଯିହୋବା ଅବ୍ରହାମଙ୍କ ସହିତ ଅନେକ ଥର ଚୁକ୍ତି ବା ପ୍ରତିଜ୍ଞା କରିଥିଲେ । ଏଥିରୁ ଅବ୍ରହାମ ବୁଝିପାରିଲେ ଯେ ପ୍ରତିଜ୍ଞା କରାଯାଇଥିବା ବଂଶ ତାଙ୍କ ପରିବାରୁ, ତାଙ୍କ ପୁତ୍ର ଇସ୍ହାକଙ୍କ ମାଧ୍ୟମରେ ଆସିବ । (ଆଦି. ୧୨:୧-୩, ୭; ୧୩:୧୪-୧୭; ୧୫:୫, ୧୮; ୨୧:୧୨) ଏପରି ଏକ ସମୟ ଆସିଲା ଯେତେବେଳେ ଯିହୋବା ଅବ୍ରହାମଙ୍କ ବଡ଼ ପରୀକ୍ଷା ନେଲେ । ଯିହୋବା ଅବ୍ରହାମଙ୍କୁ ଆଜ୍ଞା ଦେଲେ ଯେ ସେ ନିଜ ପ୍ରିୟ ପୁତ୍ରଙ୍କୁ ବଳିଦାନ ଦିଅନ୍ତୁ । ଅବ୍ରହାମ ତୁରନ୍ତ ଈଶ୍ୱରଙ୍କ ଆଜ୍ଞା ମାନିଲେ । କିନ୍ତୁ ଯେତେବେଳେ ସେ ନିଜ ପୁତ୍ରଙ୍କୁ ବଳିଦାନ ଦେବାକୁ ଯାଉଥିଲେ, ସେତେବେଳେ ଏକ ସ୍ୱର୍ଗଦୂତ ତାଙ୍କୁ ରୋକି ଦେଲେ । ପୁଣି ଯିହୋବା ଶପଥ କଲେ, “ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ; ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ୱାର ଅଧିକାର କରିବେ । ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ ।”—ଆଦି. ୨୨:୧-୩, ୯-୧୨, ୧୫-୧୮.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୬.୦୨-ହି ୧୧ ¶୧୩
ଯିହୋବା ତାଙ୍କୁ “ଆମ୍ଭର ବନ୍ଧୁ” କହିଲେ
୧୩ ଅବ୍ରହାମ ନିଜ ସେବକମାନଙ୍କୁ ଗୋଟିଏ ଜାଗାରେ ଛାଡ଼ିଲା ପରେ କହିଲେ, “ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା ।” (ଆଦି. ୨୨:୫) ଅବ୍ରହାମଙ୍କ ଏପରି କହିବାର ଅର୍ଥ କʼଣ ଥିଲା ? ସେ ଇସ୍ହାକଙ୍କ ବଳି ଦେବାକୁ ଯାଉଥିଲେ, ତାହେଲେ ସେ ଏପରି କାହିଁକି କହିଲେ ଯେ ସେ ଇସ୍ହାକଙ୍କ ସହ ଫେରି ଆସିବେ ? କʼଣ ସେ ମିଛ କହୁଥିଲେ ? ନା । ବାଇବଲ କହେ ଅବ୍ରହାମ ଜାଣିଥିଲେ ଯେ ଯିହୋବା ଇସ୍ହାକଙ୍କୁ ମୃତମାନଙ୍କ ମଧ୍ୟରୁ ଜୀବିତ କରିବାର ସମର୍ଥ ରଖନ୍ତି । (ଏବ୍ରୀ ୧୧:୧୯ ପଢ଼ନ୍ତୁ ।) ଅବ୍ରହାମ ଜାଣିଥିଲେ ଯେ ଯିହୋବା ତାଙ୍କୁ ଓ ସାରାଙ୍କୁ ବୃଦ୍ଧବୃଦ୍ଧା ଅବସ୍ଥାରେ ମଧ୍ୟ ପିଲା ଜନ୍ମ କରିବାର ଶକ୍ତି ଦେଇଥିଲେ । (ଏବ୍ରୀ ୧୧:୧୧, ୧୨, ୧୮) ତେଣୁ ସେ ଜାଣିଥିଲେ ଯେ ଯିହୋବାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ । ଅବ୍ରହାମ ଏହା ତ ଜାଣି ନ ଥିଲେ ଯେ ସେହି ଦିନ କʼଣ ହୋଇଥାʼନ୍ତା, କିନ୍ତୁ ତାଙ୍କୁ ଏହା ବିଶ୍ୱାସ ଥିଲା ଯେ ଯଦି ଆବଶ୍ୟକ ପଡ଼େ, ତେବେ ଯିହୋବା ତାଙ୍କ ପୁତ୍ରଙ୍କୁ ପୁଣିଥରେ ଜୀବିତ କରିଦେବେ, ଯାହାଙ୍କ ଦ୍ୱାରା ସମସ୍ତ ପ୍ରତିଜ୍ଞାଗୁଡ଼ିକ ପୂରଣ ହୋଇଥାʼନ୍ତା । ତେଣୁ ଅବ୍ରହାମଙ୍କୁ ‘ସମସ୍ତ ବିଶ୍ୱାସୀଙ୍କ ପିତା କୁହାଯାଇଛି ।’
ଇନସାଇଟ୍-୧ ୮୫୩ ¶୫-୬
ଭବିଷ୍ୟତ ଜାଣିବା ଏବଂ ଭବିଷ୍ୟତ ନିର୍ଦ୍ଧାରିତ କରିବାର ଦକ୍ଷତା
ଭବିଷ୍ୟତ ଜାଣିବାର ଦକ୍ଷତାକୁ ଭାବିଚିନ୍ତି ବ୍ୟବହାର କରିବା । ଈଶ୍ୱରଙ୍କ ପାଖରେ ଏହି ଦକ୍ଷତା ଅଛି ଯେ ସେ ଭବିଷ୍ୟତ ବିଷୟରେ ଆଗରୁ ଜାଣିପାରନ୍ତି । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେ ଆମର ଭବିଷ୍ୟତ ଆଗରୁ ନିର୍ଣ୍ଣୟ କରିଛନ୍ତି । ସେ ଯେଭଳି ଭାବେ ଏହି ଦକ୍ଷତାର ବ୍ୟବହାର କରନ୍ତି, ତାହା ତାଙ୍କ ଧାର୍ମିକ ମାନଦଣ୍ଡଗୁଡ଼ିକ ଏବଂ ତାହାଙ୍କ ବାକ୍ୟରେ ଦିଆଯାଇଥିବା ତାଙ୍କ ବ୍ୟକ୍ତିତ୍ୱ ବିଷୟ ସହ ମେଳଖାଇବା ଉଚିତ୍ । ବାଇବଲରେ ଦିଆଯାଇଥିବା ଅନେକ ପଦଗୁଡ଼ିକରୁ ଜଣାପଡ଼େ ଯେ ସେ ଏହି ଦକ୍ଷତାର ଭାବିଚିନ୍ତି ବ୍ୟବହାର କରନ୍ତି । ସେ ପ୍ରଥମେ ପରିସ୍ଥିତିକୁ ଯାଞ୍ଚ କରନ୍ତି, ତାʼପରେ ତାʼ ଆଧାରରେ ନିଷ୍ପତ୍ତି ନିଅନ୍ତି ।
ଆଦି ପୁସ୍ତକ ୧୧:୫-୮ ପଦ ପ୍ରତି ଧ୍ୟାନ ଦିଅନ୍ତୁ । ସେଠାରେ କୁହାଯାଇଛି ଯେ ଯେତେବେଳେ ବାବିଲରେ ଲୋକେ ଈଶ୍ୱରଙ୍କ ବିରୁଦ୍ଧରେ ଏକ ଗଡ଼ ନିର୍ମାଣ କରୁଥିଲେ, ସେତେବେଳେ ଯିହୋବା ଧ୍ୟାନ ଦେଲେ ଏବଂ ପରିସ୍ଥିତିର ଭଲ ଭାବେ ଯାଞ୍ଚ କଲେ । ତାʼପରେ ସେ ସେମାନଙ୍କ ଉଦ୍ଦେଶ୍ୟ ପୂରଣ ନ ହେଉ ବୋଲି ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଲେ । ଯେତେବେଳେ ସଦୋମ ଓ ହମୋରାରେ ଦୁଷ୍ଟତା ବଡ଼ି ଯାଇଥିଲା, ସେତେବେଳେ ଈଶ୍ୱର ଅବ୍ରହାମଙ୍କୁ କହିଲେ ଯେ ସେ (ସ୍ୱର୍ଗଦୂତଙ୍କ ଜରିଆରେ) ଯାଞ୍ଚ କରିବେ । ସେ କହିଲେ ଯେ “ଆମ୍ଭେ ତଳକୁ ଦେଖିବାକୁ ଯାଇ ଆମ୍ଭ ନିକଟକୁ ଆଗତ କ୍ରନ୍ଦନ ଅନୁସାରେ ସେମାନେ ସର୍ବତୋଭାବେ କରିଅଛନ୍ତି କି ନାହିଁ, ତାହା ଜାଣିବା ।” (ଆଦି ୧୮:୨୦-୨୨; ୧୯:୧) ଈଶ୍ୱର କହିଲେ ଯେ ସେ ‘ଅବ୍ରହାମଙ୍କୁ ଭଲ ଭାବେ ଜାଣିଲେ ।’ ତାʼପରେ ଯେତେବେଳେ ଅବ୍ରହାମ ଇସ୍ହାକଙ୍କୁ ବଳି ଦେବାକୁ ଯାଉଥିଲେ, ସେତେବେଳେ ଯିହୋବା କହିଲେ, “ପରମେଶ୍ୱରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ ।”—ଆଦି ୧୮:୧୯; ୨୨:୧୧, ୧୨; ନିହି ୯:୭, ୮; ଓ ଗାଲା ୪:୯ ସହ ତୁଳନା କରନ୍ତୁ ।
୯-୧୫ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୪
“ଇସ୍ହାକଙ୍କ ପାଇଁ ପତ୍ନୀ”
ପ୍ରସ୧୬-ଇଂ ସଂ୩ ୧୪ ¶୩
“ସେ କହିଲା, ଯିବି”
ଅବ୍ରହାମ ଇଲୀୟେଜରଙ୍କୁ ଶପଥ କରିବାପାଇଁ କହନ୍ତି ଯେ ସେ ଇସ୍ହାକଙ୍କ ପତ୍ନୀ ହେବାକୁ କିଣାନୀୟ ଝିଅମାନଙ୍କୁ ଆଣିବେ ନାହିଁ । କାହିଁକି ? କାରଣ କିଣାନୀୟଲୋକେ ଯିହୋବାଙ୍କୁ ଉପାସନା କରୁନଥିଲେ କିମ୍ବା ତାଙ୍କର ଆଦର ମଧ୍ୟ କରୁନଥିଲେ । ଅବ୍ରହାମ ଜାଣିଥିଲେ ଯେ ସମୟ ଆସିଲେ ଯିହୋବା କିଣାନୀୟମାନଙ୍କୁ ତାଙ୍କ ଦୁଷ୍ଟ କାମପାଇଁ ନିଶ୍ଚୟ ଦଣ୍ଡ ଦେବେ । ତେଣୁ ଅବ୍ରହାମ ଚାହୁଁନଥିଲେ ଯେ ତାଙ୍କ ପ୍ରିୟ ପୁତ୍ର କିଣାନୀୟମାନଙ୍କ ସହ ଏବଂ ତାଙ୍କ ଅନୈତିକ କାମ ସହ କୌଣସି ସମ୍ପର୍କ ରଖୁ । ସେ ଏହା ମଧ୍ୟ ଜାଣିଥିଲେ ଯେ ଈଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବାରେ ଇସ୍ହାକ ଏକ ବିଶେଷ ଭୂମିକା ତୁଲାଇବ ।—ଆଦିପୁସ୍ତକ ୧୫:୧୬; ୧୭:୧୯; ୨୪:୨-୪.
ପ୍ରସ୧୬-ଇଂ ସଂ୩ ୧୪ ¶୪
“ସେ କହିଲା, ଯିବି”
ଯେଉଁମାନେ ଇଲୀୟେଜରଙ୍କ ଅତିଥି ସତ୍କାର କଲେ, ସେମାନଙ୍କୁ ସେ କହିବାକୁ ଲାଗିଲେ ଯେ ତାଙ୍କ ସହିତ କʼଣ ହେଲା । ଯେତେବେଳେ ସେ ହାରୋଣ ପାଖରେ ଥିବା ଏକ କୂଅ ନିକଟରେ ପହଞ୍ଚିଲେ, ସେତେବେଳେ ସେ ଯିହୋବାଙ୍କୁ ପ୍ରାର୍ଥନା କଲେ । ଯେପରି ସେ ଯିହୋବାଙ୍କୁ ଇସ୍ହାକ ପାଇଁ ପତ୍ନୀ ବାଛିବା ପାଇଁ କହିଲ। । ତାହା କିପରି ? ଇଲୀୟେଜର ପ୍ରାର୍ଥନା କଲେ ଯେ ଯେଉଁ ଝିଅ ଇସ୍ହାକଙ୍କ ପତ୍ନୀ ହେବ, ସେ କୂଅ ନିକଟକୁ ଆସୁ ଏବଂ ଯେତେବେଳେ ସେ ସେହି ଝିଅକୁ ପିଇବାପାଇଁ ପାଣି ମାଗିବ, ସେତେବେଳେ ସେ କେବଳ ତାଙ୍କୁ ନୁହେଁ, ତାଙ୍କ ଓଟମାନଙ୍କୁ ମଧ୍ୟ ପାଣି ପିଇବାକୁ ଦେବ । (ଆଦି ପୁସ୍ତକ ୨୪:୧୨-୧୪) କେଉଁ ଝିଅ ଇଲୀୟେଜରଙ୍କ ପ୍ରାର୍ଥନା ଅନୁସାରେ କାମ କଲା ? ରିବିକା । ଭାବନ୍ତୁ, ଯଦି ରିବିକା ଇଲୀୟେଜରଙ୍କ ଏହି ସମସ୍ତ କଥା ଶୁଣିଥାʼନ୍ତା, ତେବେ ତାଙ୍କୁ କେମିତି ଲାଗିଥାʼନ୍ତା !
ପ୍ରସ୧୬-ଇଂ ସଂ୩ ୧୪ ¶୬-୭
“ସେ କହିଲା, ଯିବି”
କିଛି ସପ୍ତାହ ପୂର୍ବରୁ ଇଲୀୟେଜର ଅବ୍ରହାମଙ୍କୁ ପଚାରିଥିଲେ ଯେ “କେଜାଣି କୌଣସି କନ୍ୟା ମୋʼ ସଙ୍ଗରେ ନ ଆସିବ ।” ଅବ୍ରହାମ ଉତ୍ତର ଦେଲେ, ତେବେ ତୁମ୍ଭେ “ଶପଥରୁ ମୁକ୍ତ ହେବ ।”(ଆଦି ପୁସ୍ତକ ୨୪:୩୯, ୪୧) ବଥୂୟେଲଙ୍କ ଘରେ ମଧ୍ୟ ଝିଅମାନଙ୍କ ପସନ୍ଦକୁ ମହତ୍ତ୍ୱ ଦିଆଯାଉଥିଲା । ଇଲୀୟେଜର ବହୁତ ଖୁସି ଥିଲେ ଯେ ତାଙ୍କୁ ଇସହାକଙ୍କ ପାଇଁ ଝିଅ ମିଳିଯାଇଛି । ତେଣୁ ତାପରଦିନ ସକାଳୁ ରିବିକାକୁ ନିଜ ସହିତ କିଣାନ ନେବାପାଇଁ ବଥୂୟେଲଙ୍କୁ ଅନୁମତି ମାଗନ୍ତି । କିନ୍ତୁ ରିବିକାଙ୍କ ପରିବାରଲୋକେ ଚାହୁଁଥିଲେ ଯେ ସେ ତାଙ୍କ ସହ ଆଉ ଦଶ ଦିନ ରହୁ । ଶେଷରେ ସେମାନେ ଏହି ବିଷୟକୁ ସମାଧାନ କରିବାପାଇଁ କହିଲେ, “ଆମ୍ଭେମାନେ କନ୍ୟାକୁ ଡାକି ତାହାକୁ ସାକ୍ଷାତରେ ପଚାରୁ ।”—ଆଦି ପୁସ୍ତକ ୨୪:୫୭
ଏବେ ରିବିକା କʼଣ ନିଷ୍ପତ୍ତି ନେବ ? କʼଣ ସେ ନିଜ ପିତା ଓ ଭାଇଙ୍କ ସହାନୁଭୂତିର ଲାଭ ଉଠାଇ ଇଲୀୟେଜରଙ୍କ ସହିତ ଅଜଣା ଦେଶକୁ ଯିବାପାଇଁ ମନା କରିଦେବ ? ନା ସେ ଯିହୋବାଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ଭୂମିକା ତୁଲାଇବାକୁ ସମ୍ମାନର ବିଷୟ ଭାବିବ ? ରିବିକାଙ୍କ ଜୀବନରେ ହଠାତ୍ ଏକ ବଡ଼ ପରିବର୍ତ୍ତନ ହେଲା ଏବଂ ଏହି ପରିବର୍ତ୍ତନ ତାʼପାଇଁ ସହଜ ହୋଇନଥିବ । କିନ୍ତୁ “ସେ କହିଲା, ଯିବି ।”—ଆଦି ପୁସ୍ତକ ୨୪:୫୮.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ରସ୧୬-ଇଂ ସଂ୩ ୧୨-୧୩
“ସେ କହିଲା, ଯିବି”
ଦିନେ ସନ୍ଧ୍ୟା ସମୟରେ ରିବିକା ନିଜ କଳସରେ ପାଣି ଭରି ଆସୁଥିବାର ଦେଖି ଜଣେ ବୃଦ୍ଧବ୍ୟକ୍ତି ଦୌଡ଼ି ତାଙ୍କ ପାଖକୁ ଆସିଲା । ସେ ରିବିକାଙ୍କୁ ଅନୁରୋଧ କଲେ, “ତୁମ୍ଭ କଳଶରୁ ମୋତେ କିଛି ଜଳପାନ କରିବାକୁ ଦିଅ” ରିବିକା ତାଙ୍କୁ ଦେଖି ଜାଣିପାରିଲେ ଯେ ସେ ବ୍ୟକ୍ତି କେତେ ଦୂରରୁ ଯାତ୍ରା କରି ଆସିଛନ୍ତି । ସେ ଶୀଘ୍ର କଳଶ ହାତରୁ ଓହ୍ଲାଇ ସେ ବ୍ୟକ୍ତିଙ୍କୁ ଥଣ୍ଡା ପାଣି ପିଇବାକୁ ଦେଲେ ପୁଣି ସେ ଦେଖିଲେ ଯେ ସେ ବ୍ୟକ୍ତିଙ୍କର ଦଶଟି ଓଟ ମଧ୍ୟ ଅଛି ଏବଂ ତାଙ୍କ ପାଇଁ ମଧ୍ୟ କୁଣ୍ଡରେ ପାଣି ଭରିବାର ଅଛି । ରିବିକାଙ୍କ ଦ୍ୱାରା ଯାହା ହୋଇପାରିଲା ସେ ତାଙ୍କୁ ସାହାଯ୍ୟ କଲେ, ତେଣୁ ସେ କହିଲା, “ତୁମ୍ଭର ଓଟସବୁ ଜଳ ପିଇ ସାରିବା ଯାଏ ମୁଁ ଜଳ କାଢ଼ିବି ।”—ଆଦିପୁସ୍ତକ ୨୪:୧୭-୧୯.
ଧ୍ୟାନ ଦିଅନ୍ତୁ ରିବିକା କହିଲା, ତାଙ୍କ ଦଶଟି ଓଟକୁ ଶୋଷ ମେଣ୍ଟାଇବା ପର୍ଯ୍ୟନ୍ତ ପାଣି ଦେବ । ଯଦି ଗୋଟିଏ ଓଟକୁ ବହୁତ ଶୋଷ ଲାଗେ, ତେବେ ୯୫ ଲିଟରରୁ ବି ଅଧିକ ପାଣି ପିଇପାରେ । ଯଦି ସମସ୍ତ ଓଟଗୁଡ଼ିକୁ ବହୁତ ଶୋଷ ଲାଗିଥିଲା, ତେବେ ରିବିକାକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିବ । କିନ୍ତୁ ଏପରି ଲାଗେ ଯେ ଓଟଗୁଡ଼ିକୁ ଏତେ ଶୋଷ ଲାଗିନଥିଲା । କିନ୍ତୁ କʼଣ ରିବିକା ଏହା ଆଗରୁ ଜାଣିଥିଲା ? ନା । ସେ ବୃଦ୍ଧା ବ୍ୟକ୍ତିଙ୍କୁ ଅତିଥି ସତ୍କାର କରିବା ପାଇଁ ଇଚ୍ଛୁକ ଥିଲା ଏବଂ ଏଥିପାଇଁ ପରିଶ୍ରମ କରିବାକୁ ବି ପ୍ରସ୍ତୁତ ଥିଲା । ବୃଦ୍ଧଜଣକ ତାଙ୍କ ସାହାଯ୍ୟ ସ୍ୱୀକାର କଲେ । ତାʼପରେ ସେ ସ୍ଥିର ହୋଇ ଦେଖୁଥିଲା ଯେ ରିବିକା ଫୁର୍ତ୍ତିର ସହ ବାରମ୍ବାର କଳଶରେ ପାଣି ଭରି କୁଣ୍ଡରେ ଢ଼ାଳୁଛି ।—ଆଦିପୁସ୍ତକ ୨୪:୨୦,୨୧.
ପ୍ରସ୧୬-ଇଂ ସଂ୩ ୧୨-୧୩
“ସେ କହିଲା, ଯିବି”
ସନ୍ଧ୍ୟା ହୋଇଯାଇଥିଲା । ସେହି ଘଟଣାରେ ଏପରି କିଛି କୁହାଯାଇନି ଯେଉଁଥିରୁ ଆମେ ଜାଣିପାରୁ ଯେ ରିବିକା କୂଅ ପାଖରେ ଘଣ୍ଟା ଘଣ୍ଟା ଧରି ରହିଥିଲେ କିମ୍ବା ଯେତେବେଳେ ସେ ନିଜ କାମ ଶେଷ କରି ଘରକୁ ଆସିଲେ, ସେତେବେଳେ ତାଙ୍କ ପରିବାର ଲୋକେ ଶୋଇଯାଇଥିଲେ । ଏହା ମଧ୍ୟ କୁହାଯାଇନି, କେହି ରିବିକାକୁ ଖୋଜିବା ପାଇଁ ଆସିଲେ ନାହିଁ ଯେ ରିବିକାଙ୍କୁ ପାଣି ଭରିବାପାଇଁ ଏତେ ଡ଼େରି କାହିଁକି ହେଉଛି ।
ପ୍ରସ୧୬-ଇଂ ସଂ୩ ୧୫ ¶୩
“ସେ କହିଲା, ଯିବି”
ଶେଷରେ ସେହି ସମୟ ଆସିଗଲା, ଯାହା ବିଷୟରେ ଏହି ଲେଖାର ଆରମ୍ଭରେ କୁହାଯାଇଥିଲା । ଯେତେବେଳେ ଯାତ୍ରୀଦଳ ନେଗେବ୍ରେ ପହଞ୍ଚିଲେ, ସେତେବେଳେ ସନ୍ଧ୍ୟା ହୋଇଯାଇଥିଲା । ରିବିକା ଜଣେ ବ୍ୟକ୍ତିଙ୍କୁ ପଡ଼ିଆରେ ବୁଲୁଥିବାର ଦେଖିଲା । ଏପରି ଲାଗୁଥିଲା ଯେ ସେ କୌଣସି ବିଷୟରେ ଗଭୀର ଭାବେ ଚିନ୍ତା କରୁଥିଲେ । ଓଟ ତଳେ ବସିବା ପୂର୍ବରୁ ରିବିକା ତୁରନ୍ତ “ଓଟ ଉପରୁ ଓହ୍ଲାଇଲେ ।” ସେ ଦାସକୁ ପଚାରିଲେ, “ଆମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଯେ କ୍ଷେତ୍ର ମଧ୍ୟରେ ଆସୁଅଛନ୍ତି, ସେ ପୁରୁଷ କିଏ ?” ରିବିକା ଯେମିତି ଜାଣିବାକୁ ପାଇଲେ ସେ ଇସହାକ ଅଟନ୍ତି । ସେ ନିଜ ଓଢ଼ଣାରେ ମୁଣ୍ଡ ଢ଼ାଙ୍କିଲେ । (ଆଦି ପୁସ୍ତକ ୨୪:୬୨-୬୫) ସେ ଏପରି କାହିଁକି କଲେ ? ପ୍ରକୃତରେ ସେ ତାଙ୍କ ପାଇଁ ଅଧିନତା ଦେଖାଉଥିଲେ, ଯିଏ ଆଗକୁ ଯାଇ ତାଙ୍କ ପତି ହୋଇଥାʼନ୍ତେ । ଆଜି କିଛି ଲୋକଙ୍କୁ ଏହା ପୁରୁଣାକାଳିଆ କଥା ଲାଗିପାରେ କିନ୍ତୁ ବାସ୍ତବରେ ଆମେ ସ୍ତ୍ରୀ ହେଉ କିମ୍ବା ପୁରୁଷ ଆମମାନଙ୍କୁ ନମ୍ରତାର ଗୁଣ ବଢ଼ାଇବାକୁ ହେବ । ରିବିକା ଯେପରି ନମ୍ରତାର ଗୁଣ ଦେଖାଇଲା, ସେଥିରୁ ଆମେ ବହୁତ କିଛି ଶିଖିପାରିବା ।
୧୬-୨୨ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୫-୨୬
“ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା”
ଇନସାଇଟ୍-୧ ୧୨୪୨
ଯାକୁବ
ଏଷୌଙ୍କ ପାଖରେ ସଂଯମର ଗୁଣ ନ ଥିଲା ଏବଂ ସେ ଅଶାନ୍ତ ସ୍ୱଭାବର ଥିଲା । ସେ ଶିକାର କରିବା ପାଇଁ ଏଣେ ତେଣେ ବୁଲୁଥିଲା । ସେ ନିଜ ପିତାଙ୍କ ପ୍ରିୟ ଥିଲା । କିନ୍ତୁ ଯାକୁବ ତାʼଠାରୁ ଅଲଗା ଥିଲା । ସେ ଶାନ୍ତ ସ୍ୱଭାବର ଥିଲା । ମେଷପାଳକ ଥିବା ସହିତ ସେ ଏକ ଭରସାଯୋଗ୍ୟ ବ୍ୟକ୍ତି ଥିଲା, ଯିଏ ଘରର ଭଲଭାବେ ଦେଖାଶୁଣା କରୁଥିଲା । ତାଙ୍କ ମାଆ ରିବିକା ତାଙ୍କୁ ବହୁତ ପ୍ରେମ କରୁଥିଲେ । ଯାକୁବଙ୍କ ବିଷୟରେ ବାଇବଲ କହେ ଯେ ସେ ‘ମୃଦୁମନୁଷ୍ୟ ଓ ତମ୍ବୁବାସୀ ଥିଲା ।’ (ଆଦି ୨୫:୨୭,୨୮) ବାଇବଲର ଅନ୍ୟାନ୍ୟ ପଦଗୁଡ଼ିକରେ ତମ୍ ଶବ୍ଦ ସେହି ଲୋକମାନଙ୍କ ପାଇଁ ବ୍ୟବହାର କରାଯାଉଥିଲା, ଯାହାଙ୍କ ଉପରେ ଈଶ୍ୱରଙ୍କ ମଞ୍ଜୁରି ରହୁଥିଲା । ଉଦାହରଣ ପାଇଁ “ରକ୍ତପାତପ୍ରିୟ ଲୋକମାନେ ସିଦ୍ଧ ବ୍ୟକ୍ତିକି ଘୃଣା କରନ୍ତି,” କିନ୍ତୁ ଯିହୋବା ଭରସା ଦିଅନ୍ତି ଯେ ‘ସିଦ୍ଧ ଲୋକେ ଶାନ୍ତିରେ ବଞ୍ଚିବେ ।’ (ହିତୋ ୨୯:୧୦; ଗୀତ ୩୭:୩୭) ବିଶ୍ୱସ୍ତ ବ୍ୟକ୍ତି ଆୟୁବଙ୍କ ବିଷୟରେ କହିଲେ ଯେ “ସେହି ମନୁଷ୍ୟ ସିଦ୍ଧ [ଏବ୍ରୀରେ ତମ୍] ଓ ସରଳ ଥିଲା ।”—ଆୟୁ ୧:୧, ୮; ୨:୩.
ପ୍ର୧୯.୦୨-ହି ୧୬ ¶୧୧
ଏହା କାହିଁକି ଦେଖାଇବା ଯେ ଆମେ କୃତଜ୍ଞ ?
ଏହା ଦୁଃଖର ବିଷୟ, ବାଇବଲରେ କୁହାଯାଇଛି ଯେ କିଛି ଲୋକ ଭଲ ବିଷୟଗୁଡ଼ିକ ପ୍ରତି ଆଦର ଦେଖାଇଲେ ନାହିଁ । ଯେପରି ଏଷୌଙ୍କ ଉଦାହରଣ ନିଅନ୍ତୁ । ତାଙ୍କ ପିତାମାତା ଯିହୋବାଙ୍କୁ ବହୁତ ଆଦର କରୁଥିଲେ ଓ ପ୍ରେମ କରୁଥିଲେ । କିନ୍ତୁ ସେ ପବିତ୍ର ବିଷୟଗୁଡ଼ିକ ପ୍ରତି ଆଦର ଦେଖାଉ ନ ଥିଲା । (ଏବ୍ରୀ ୧୨:୧୬ ପଢ଼ନ୍ତୁ ।) ଏହା କିପରି ଜଣାପଡ଼େ ? ଏଷୌ ବିନା ଭାବିଚିନ୍ତି ଜ୍ୟୋଷ୍ଠାଧିକାରକୁ ନିଜ ଭାଇକୁ ବିକ୍ରି କଲା, କେବଳ ଗୋଟିଏ ପାତ୍ର ଡ଼ାଲି ପାଇଁ (ଆଦିପୁସ୍ତକ ୨୫:୩୦-୩୪) ପରେ ସେ ନିଜ ନିଷ୍ପତ୍ତି ଉପରେ ବହୁତ ଅନୁତାପ କଲେ । ଯେତେବେଳେ ତାକୁ ଜ୍ୟୋଷ୍ଠାଧିକାରର ଆର୍ଶିବାଦ ମିଳିଲା ନାହିଁ, ତେବେ ସେ ଅଭିଯୋଗ କଲା । କିନ୍ତୁ ଏପରି କରିବା ଠିକ୍ ନ ଥିଲା । କାରଣ ସେ କେବେ ବି ଏବିଷୟଗୁଡ଼ିକୁ ଆଦର କଲାନାହିଁ, ଯାହା ତାʼପାଖରେ ଥିଲା ।
ଇନସାଇଟ୍-୧ ୮୩୫
ପ୍ରଥମଜାତ
ବାଇବଲର ସମୟରେ ଜ୍ୟେଷ୍ଠପୁତ୍ରକୁ ପରିବାରରେ ବହୁତ ସମ୍ମାନ ଦିଆଯାଉଥିଲା ଏବଂ ପିତାଙ୍କ ପରେ ତାକୁ ଘରର ମୁଖିଆ କରାଯାଉଥିଲା । କେବଳ ସେତିକି ନୁହେଁ, ଜ୍ୟେଷ୍ଠପୁତ୍ରକୁ ଦୁଇଗୁଣ ସମ୍ପତ୍ତି ମିଳୁଥିଲା । (ଦ୍ୱିବି ୨୧:୧୭) ଯେତେବେଳେ ମିଶରରେ ଯୋଷେଫ ନିଜ ଭାଇମାନଙ୍କୁ ଖାଇବା ପାଇଁ ଦେଲେ, ସେତେବେଳେ ରୁବେନ ଜ୍ୟେଷ୍ଠ ଥିବା ଯୋଗୁଁ ତାକୁ ସବୁଠାରୁ ପ୍ରଥମ ସ୍ଥାନ ଦିଆଗଲା । (ଆଦି. ୪୩:୩୩) କିନ୍ତୁ ବାଇବଲରେ ଜ୍ୟେଷ୍ଠପୁତ୍ର ବିଷୟରେ ସବୁବେଳେ ପ୍ରଥମେ ଆସି ନ ଥାଏ । ଏହା ପରିବର୍ତ୍ତେ ତାଙ୍କ ବିଷୟରେ ପ୍ରଥମେ ଉଲ୍ଲେଖ କରାଯାଏ, ଯେଉଁମାନେ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ଥିଲେ କିମ୍ବା ଯେଉଁମାନେ ତାହାଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ ।—ଆଦି. ୬:୧୦; ୧ବଂଶା ୧:୨୮; ଆଦି. ୧୧:୨୬, ୩୨; ୧୨:୪ ସହ ତୁଳନା କରନ୍ତୁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୭.୧୨-ହି ୧୫ ¶୫-୭
ପାଠକମାନଙ୍କ ପ୍ରଶ୍ନ
ଆସନ୍ତୁ ଏବ୍ରୀ ୧୨:୧୬ ପଦ ବିଷୟରେ ପୁଣି ଦେଖିବା । ସେଥିରେ ଲେଖାଅଛି, “ କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ ।” ଏହି ପଦରେ କʼଣ କୁହାଯାଇଛି ?
ପ୍ରେରିତ ପାଉଲ ଏଠାରେ ଖ୍ରୀଷ୍ଟଙ୍କ ବଂଶାବଳୀ ବିଷୟରେ ଅଲୋଚନା କରୁନଥିଲେ । ସେ ଏବେ ଏବେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ ଯେ “ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର” । ଏପରି ଭାବେ ସେମେନେ ‘ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହେବେ ନାହିଁ’ । କିନ୍ତୁ ଯଦି ସେମାନେ ଅନୈତିକ ଯୌନ ସମ୍ପର୍କରେ ପଡ଼ନ୍ତେ, ତେବେ ସେମାନେ ଏହି ଅନୁଗ୍ରହ ପାଇବାରୁ ବଞ୍ଚିତ ହୋଇଥାʼନ୍ତେ । (ଏବ୍ରୀ. ୧୨:୧୨-୧୬) ଏପରି ଭାବେ ସେମାନେ ଏଷୌ ଭଳି ମନୋବୃତ୍ତି ଦେଖାନ୍ତେ, ଯିଏ ‘ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିରକାର ବିକ୍ରି କଲା’ ଏବଂ ଅପବିତ୍ର କାମଗୁଡ଼ିକ କଲ ।
ଏଷୌ କୁଳପିତାମାନଙ୍କ ସମୟରେ ବଞ୍ଚିଥିଲେ ଏବଂ ତାକୁ ଅନେକ ଥର ବଳି ଚଢ଼େଇବା ପାଇଁ ମଧ୍ୟ ସମ୍ମାନ ମିଳିଥିବ । (ଆଦି. ୮:୨୦, ୨୧; ୧୨:୭, ୮; ଆୟୁ. ୧:୪,୫) କିନ୍ତୁ ମନୁଷ୍ୟର ପ୍ରବୃତ୍ତି ହେତୁ ଏଷୌ ଗୋଟିଏ ପାତ୍ର ଡାଲି ବଦଳରେ ଜ୍ୟେଷ୍ଠାଧିକାର ସହିତ ଜୁଡ଼ିତ ସମସ୍ତ ସମ୍ମାନ ବିକ୍ରି କଲା । ସେ ହୁଏତ ଏପରି ଏଥିପାଇଁ କଲା, କାରଣ ସେ ସେହି ସମସ୍ୟାର ସମ୍ମୁଖୀନ ହେବାକୁ ଚାହୁଁ ନ ଥିଲା, ଯାହା ଅବ୍ରହାମଙ୍କ ବଂଶ ବିଷୟରେ ଆଗରୁ କୁହାଯାଇଥିଲା । (ଆଦି. ୧୫:୧୩) ଏଷୌ ଏହା ମଧ୍ୟ ଦେଖାଇଲା ଯେ ତାକୁ ପବିତ୍ର ବିଷୟଗୁଡ଼ିକ ପ୍ରତି ଆଦର ନାହିଁ କିନ୍ତୁ ଅପବିତ୍ର ବିଷୟଗୁଡ଼ିକ ପସନ୍ଦ । ସେଥିପାଇଁ ମିଥ୍ୟା ଦେବତାମାନଙ୍କୁ ଉପାସନା କରୁଥିବା ଦୁଇ ସ୍ତ୍ରୀଙ୍କୁ ବିବାହ କଲା । ତେଣୁ ତାʼ ପିତାମାତାଙ୍କୁ ବହୁତ ଦୁଃଖ ଲାଗିଲା (ଆଦି. ୨୬:୩୪, ୩୫) ସେ ଯାକୁବଠାରୁ ବହୁତ ଅଲଗା ଥିଲା । ଯାକୁବ ଯିହୋବାଙ୍କ ଉପାସନା କରୁଥିବା ସ୍ତ୍ରୀ ସହ ବିବାହ କରିବା ପାଇଁ କʼଣ ନ କଲା !—ଆଦି. ୨୮:୬,୭; ୨୯:୧୦-୧୨, ୧୮.
ଇନସାଇଟ୍-୨ ୨୪୫ ¶୬
ମିଥ୍ୟା
ଏହା ସତ ଯେ ବାଇବଲ ଅନୁସାରେ ଜାଣିଶୁଣି ମିଛ କହିବା ସମ୍ପୁର୍ଣ୍ଣ ଭୁଲ ଅଟେ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆମେ ଅନ୍ୟମାନଙ୍କୁ ବିନା କାରଣରୁ ସେ ସମସ୍ତ ତଥ୍ୟ ଦେବା, ଯାହା ବିଷୟରେ ତାହାଙ୍କୁ ଜାଣିବାର କୌଣସି ଅଧିକାର ନାହିଁ । ଯୀଶୁ ଖ୍ରୀଷ୍ଟ କହିଥିଲେ, “ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ବା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହି ସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲି ପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି ।” (ମାଥିଉ ୭:୬) ଯୀଶୁ ବେଳେବେଳେ ଏପରି କଲେ । ଯେତେବେଳେ ସେ ଜାଣିପାରିଲେ ବିନା କାରଣରୁ କୌଣସି ତଥ୍ୟ ଦଲେ ସମସ୍ୟା ସୃଷ୍ଟି ହୋଇପାରେ, ସେତେବେଳେ ସେ ସମ୍ପୂର୍ଣ୍ଣ ତଥ୍ୟ ଦେଲେ ନାହିଁ କିମ୍ବା ସିଧା ସିଧା କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ । (ମାଥି ୧୫:୧-୬; ୨୧:୨୩-୨୭; ଯୋହ. ୭:୩-୧୦) ତାହା ହେଲେ କʼଣ ଅବ୍ରହାମ, ଇସ୍ହାକ, ରାହବ ଏବଂ ଏଲିଶା ଯିହୋବାଙ୍କ ଉପାସନା ନ କରୁଥିବା ବ୍ୟକ୍ତିମାନଙ୍କୁ ଯାହା କହିଲେ, ତାହା ମିଛ ଥିଲା ? ନାହିଁ । ସେମାନେ ମଧ୍ୟ ସମସ୍ତ ତଥ୍ୟ ଦେଲେ ନାହିଁ କିମ୍ବା କଥାର ବିଷୟକୁ ପରିବର୍ତ୍ତନ କରିଦେଲେ ।—ଆଦି ୧୨:୧୦-୧୯; ଅଧ୍ୟାୟ ୨୦; ୨୬:୧-୧୦; ଯିହୋ. ୨:୧-୬; ଯାକୁ. ୨:୨୫; ୨ରାଜା ୬:୧୧-୨୩.
୨୩-୨୯ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୭-୨୮
“ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ”
ପ୍ର୦୪-ହି ୪/୧୫ ୧୧ ¶୩-୪
ରିବିକା-ଈଶ୍ୱରଙ୍କୁ ଭୟ କରୁଥିବା ଜଣେ ପରିଶ୍ରମୀ ସ୍ତ୍ରୀ
ବାଇବଲରେ କୁହାଯାଇ ନାହିଁ ଯେ ଏଷୌ, ଯାକୁବଙ୍କ ଅଧିନ ହେବେ କି ନାହିଁ ଏ କଥା ଇସ୍ହାକଙ୍କୁ ଜଣା ନ ଥିଲା । କିନ୍ତୁ ଏହା ନିଶ୍ଚିତ ଯେ ରିବିକା ଓ ଯାକୁବ ଜାଣିଥିଲେ ଯାକୁବଙ୍କୁ ଆଶିଷ ମିଳିବ । ଯେତେବେଳ ରିବିକା ଜାଣିପାରିଲେ ଏଷୌ ଶିକାର କରାଯାଇ ଥିବା ପଶୁଙ୍କ ମଧ୍ୟରୁ ଇସ୍ହାକଙ୍କୁ ସୁଆଦିଆ ଖାଦ୍ୟ ତିଆରି କରି ଦେବ, ଯାହା ପରେ ସେ ତାକୁ ଆଶିଷ ଦେବେ, ତେବେ ସେ ତୁରନ୍ତ ପଦକ୍ଷେପ ନେଲେ । ତାଙ୍କଠାରେ ଏବେ ମଧ୍ୟ ଆଗ୍ରହ ଏବଂ ଇଛା ଥିଲା ଯାହା ନିଜ ଯୌବନ ଦିନରେ ଦେଖା ଦେଇଥିଲା । ସେ ଯାକୁବକୁ “ଆଜ୍ଞା” ଦିଅନ୍ତି ଯେ ସେ ଦୁଇଟି ଛେଳି ଛୁଆ ନେଇ ଆସୁ, ତେବେ ସେ ନିଜ ପତିର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିପାରିବ । ତାʼପରେ ସେ ଯାକୁବଙ୍କୁ ଏଷୌ ହୋଇ ନିଜ ପିତାଙ୍କ ସମ୍ମୁଖରେ ଯିବାପାଇଁ ରହନ୍ତି, ଯାହାଦ୍ୱାରା ସେ ଆଶିଷ ପାଇପାରିବ । କିନ୍ତୁ ଯାକୁବ ଏହି କଥା ପାଇଁ ଆପତ୍ତି ପ୍ରକାଶ କରନ୍ତି । ତାଙ୍କୁ ଡ଼ର ଥିଲା ଯେ ଏହି ବିଶ୍ୱାସଘାତ ବିଷୟରେ ତାଙ୍କ ପିତା ଯେପରି ନ ଜାଣନ୍ତୁ ଏବଂ ତାଙ୍କୁ ଆଶିଷ ଦେବା ବଦଳରେ ଶାପ ନ ଦେଇ ଦିଅନ୍ତୁ ! କିନ୍ତୁ ରିବିକା ନିଜ କଥାରେ ଅଟଳ ରହିଲେ ଏବଂ କହିଲେ: “ପୁଅ, ସେହି ଅଭିଶାପ ମୋତେ ଘଟୁ ।” ତାʼ ପରେ ସେ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ଯାକୁବଙ୍କ ବେଷ ବଦଳାଇ ତାଙ୍କ ପିତାଙ୍କ ପାଖକୁ ପଠାନ୍ତି ।—ଆଦି ପୁସ୍ତକ ୨୭:୧-୧୭.
ରିବିକା ଏପରି କାହିଁକି କଲେ, ଏହା କୁହାଯାଇ ନାହିଁ । ଅନେକ ଲୋକ ଏହାକୁ ଖରାପ ବୋଲି କହନ୍ତି, କିନ୍ତୁ ବାଇବଲ ଏପରି କହେ ନାହିଁ । ଏପରି ମଧ୍ୟ କହେ ନାହିଁ ଯେ ଇସ୍ହାକ ଯାକୁବର ଛଳନା ଜାଣି ରିବିକାକୁ ରାଗି ତାକୁ କିଛି କହିଲା । ଏହା ପରିବର୍ତ୍ତେ ଇସ୍ହାକ ଯାକୁବକୁ ଆହୁରି ଆଶିଷ ଦେଲେ । (ଆଦି ପୁସ୍ତକ ୨୭:୨୯; ୨୮:୩, ୪) ରିବିବାକୁ ଜଣାଥିଲା ଯେ ଯିହୋବା ତାଙ୍କ ପୁତ୍ରମାନଙ୍କ ବିଷୟରେ କʼଣ ଭବିଶ୍ୟତବାଣୀ କରିଥିଲେ । ତେଣୁ ସେ ପଦକ୍ଷେପ ନେଲେ ଯାହା ଦ୍ୱାରା ଯେଉଁ ଆଶିଷ ଉପରେ ଯାକୁବର ଅଧିକାର ଥିଲା, ତାହା ତାʼକୁ ମିଳୁ । ଏହା ସମ୍ପୁର୍ଣ୍ଣ ଭାବରେ ଯିହୋବାଙ୍କ ଇଚ୍ଛା ଅନୁସାରେ ହେଲା ।—ରୋମୀୟ ୯:୬-୧୩.
ପ୍ର୦୭-ଇଂ ୧୦/୧ ୩୧ ¶୨-୩
ପାଠକମାନଙ୍କ ପ୍ରଶ୍ନ
ବାଇବାଲରେ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ ଯେ ରିବିକା ଏବଂ ଯାକୁବ ଯାହା କଲେ ତାହା କାହିଁକି କଲେ । କିନ୍ତୁ ଏହା ନିଶ୍ଚିତ କହେ ଯେ ତାଙ୍କୁ ଏହି ପରିସ୍ଥିତିର ହଠାତ୍ ସାମନା କରିବାକୁ ପଡ଼ିଲା । ଧ୍ୟାନ ଦିଅନ୍ତୁ, ରିବିକା ଏବଂ ଯାକୁବ ଯାହା କଲେ ତାହା ଠିକ୍ କି ଭୁଲ ଏହା ବିଷୟରେ ଈଶ୍ୱରଙ୍କ ବାକ୍ୟ କିଛି କହେ ନାହିଁ । ଏହି ଘଟଣାରୁ ଏହା ପ୍ରମାଣିତ ହୁଏ ନାହିଁ ଯେ ମିଛ କହିବା ଏବଂ ବିଶ୍ୱାସଘାତ କରିବା ଠିକ୍ ଅଟେ । କିନ୍ତୁ ବାଇବଲ ଏହି ଘଟଣାକୁ ଭଲଭାବରେ ବୁଝିବା ପାଇଁ ଆମକୁ ସାହାଯ୍ୟ କରେ ।
ପ୍ରଥମ କଥା, ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼େ ଯେ ଇସ୍ହାକଙ୍କ ଦ୍ୱାରା ମିଳିବାକୁ ଥିବା ଆଶୀର୍ବାଦର ଅଧିକାରୀ ଏଷୌ ନ ଥିଲା, କିନ୍ତୁ ଯାକୁବ ଥିଲା । କିଛି ସମୟ ପୂର୍ବେ ଯାକୁବ ଆଇନ ଅନୁଯାୟୀ ଜ୍ୟେଷ୍ଠାଧିକାର ନିଜ ଯାଁଆଳା ଭାଇ ଏଷୌଠାରୁ କିଣି ନେଇଥିଲା । ଏଷୌକୁ ନିଜ ଅଧିକାରର ମୂଲ୍ୟ ଜଣା ନ ଥିଲା ସେ କେବଳ ଓଳିକର ଖାଦ୍ୟ ପାଇଁ ନିଜ ଅଧିକାର ବିକ୍ରି କରିଦେଲା । ବାଇବଲ କହେ “ଏଷୌ ଆପଣା ଜ୍ୟେଷ୍ଠାଧିକାର ତୁଚ୍ଛ ଜ୍ଞାନ କଲା ।” (ଆଦି ପୁସ୍ତକ ୨୫:୨୯-୩୪) ତେଣୁ ଯେତେବେଳେ ଯାକୁବ ନିଜ ପିତା ଇସ୍ହାକଙ୍କ ପାଖକୁ ଆର୍ଶିବାଦ ପାଇଁ ଗଲା, ପ୍ରକୃତରେ ସେ ହିଁ ଏହାର ଅଧିକାରୀ ଥିଲା ।
ଇନସାଇଟ୍-୧ ୩୪୧ ¶୬
ଆଶୀର୍ବାଦ
କୁଳପିତାଙ୍କ ସମୟରେ ଜଣେ ପିତା ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ନିଜ ପୁତ୍ରମାନଙ୍କୁ ଆଶୀର୍ବାଦ ଦେଉଥିଲେ । ଏହା କୌଣସି ସାଧାରଣ କଥା ନ ଥିଲା, କିନ୍ତୁ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା । ଇସ୍ହାକ ଯାକୁବକୁ ନିଜର ଜ୍ୟେଷ୍ଠପୁତ୍ର ଏଷୌ ଭାବି ଆଶୀର୍ବାଦ ଦେଲେ, ଯାହା ଦ୍ୱାରା ସେ ତା ଭାଇଠାରୁ ବି ଅଧିକ ପ୍ରଜାବନ୍ତ ଓ ବହୁବଂଶ ହୁଅନ୍ତା ଏବଂ ସର୍ବଦା ଯିହୋବାଙ୍କ ମଞ୍ଜୁରୀ ତାʼଉପରେ ରହିଥାନ୍ତା । ଅନ୍ୟ ଶବ୍ଦରେ କହିବାକୁ ଗଲେ ଇସ୍ହାକ ଯିହାବାଙ୍କୁ ପ୍ରାର୍ଥନା କରୁଥିଲେ ଯେ ସେ ତାଙ୍କ ପୁତ୍ରଙ୍କୁ ଆଶିଷ ଦିଅନ୍ତୁ, କାରଣ ଇସ୍ହାକ ବୃଦ୍ଧ ହୋଇ ଯାଇଥିଲା ଏବଂ ତାଙ୍କର ଦୃଷ୍ଟି ଶକ୍ତି କମି ଯାଇଥିଲା । (ଆଦି. ୨୭:୧-୪, ୨୩-୨୯; ୨୮:୧, ୬; ଏବ୍ରୀ ୧୧:୨୦; ୧୨:୧୬, ୧୭) ପରେ ଯେତେବେଳେ ଇସ୍ହାକଙ୍କୁ ଜଣାପଡ଼ିଲା ଯେ ଏଷୌ ବଦଳରେ ଯାକୁବକୁ ଆଶୀର୍ବାଦ ଦେଲେ, ସେ ତାଙ୍କୁ ପୁଣି ଡ଼ାକି ଆଶୀର୍ବାଦ ଦେଲେ ଏବଂ ଏବା ବିଷୟରେ ଆହୁରି ଭଲ ଭାବରେ ବୁଝାଇଲେ । (ଆଦି ୨୮:୧-୪) ଯାକୁବ ମଧ୍ୟ ମୃତ୍ୟୁ ପୂର୍ବରୁ ଯୋଷେଫଙ୍କ ଦୁଇ ପୁତ୍ରଙ୍କୁ ଆଶୀର୍ବାଦ ଦେଲେ, ଏହା ପରେ ସେ ନିଜ ପୁତ୍ରଙ୍କୁ ମଧ୍ୟ ଆଶୀର୍ବାଦ ଦେଲେ । (ଆଦି. ୪୮:୯, ୨୦; ୪୯:୧-୨୮; ଏବ୍ରୀ ୧୧:୨୧) ଏପରି ମୋଶା ମଧ୍ୟ ନିଜ ମୃତ୍ୟୁ ପୂର୍ବରୁ ସମସ୍ତ ଇସ୍ରାଏଲ ରାଷ୍ଟ୍ରକୁ ଆଶୀର୍ବାଦ ଦେଇଥିଲା । (ଦ୍ୱିବି. ୩୩:୧) ଏହି ସମସ୍ତ ମାମଲାରେ ଆଶୀର୍ବାଦ ଦେବା ସମୟରେ ଯେଉଁ ଯେଉଁ କଥା କୁହା ଯାଇଥିଲା ତାହା ପୂରଣ ହେଲା । ଏଥିରୁ ପ୍ରମାଣିତ ହୁଏ ଯେ ପ୍ରକୃତରେ ସେଗୁଡ଼ିକ ସବୁ ଭବିଷ୍ୟତବାଣୀ ଥିଲା । ବେଳେବେଳେ ଆଶୀର୍ବାଦ ଦେବା ସମୟରେ ଜଣେ ବ୍ୟକ୍ତି ଆଶୀର୍ବାଦ ପାଉଥିବା ବ୍ୟକ୍ତିଙ୍କ ମୁଣ୍ଡ ଉପରେ ହାତ ରଖୁଥିଲା ।—ଆଦି. ୪୮:୧୩, ୧୪.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୬-ହି ୪/୧୫ ୬ ¶୩-୪
ନିଜ ସାଥୀ ସହ କଥା ହେବା ପାଇଁ କʼଣ ଜରୁରୀ ?
ଆମେ କିପରି କହିପାରିବା ଇସ୍ହାକ ଓ ରିବିକା ଭଲ ଭାବରେ କଥାବାର୍ତ୍ତା କରିବା ଏବଂ ପରସ୍ପରକୁ ବୁଝିବାର ଦକ୍ଷତା ବଢ଼ାଇ ଥିଲେ ? ଯେତେବେଳେ ତାଙ୍କ ବଡ଼ ପୁତ୍ର ଏଷୌ ଦୁଇ ହିତ୍ତୀୟ ସ୍ତ୍ରୀଙ୍କୁ ବିବାହ କଲା, ସେତେବେଳେ ତାଙ୍କ ପରିବାରରେ ଅଶାନ୍ତି ହେଲା । ରିବିକା ଇସ୍ହାକଙ୍କୁ ବାରମ୍ବାର କହୁଥିଲା: “ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯେବେ ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ. . . କନ୍ୟାକୁ, ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ ?” (ଆଦି ପୁସ୍ତକ ୨୬:୩୪; ୨୭:୪୬) ଏହା ସ୍ପଷ୍ଟ ଯେ ରିବିକା ସଫା ସଫା ନିଜ ସମସ୍ୟା ବିଷୟରେ ଇସ୍ହାକଙ୍କୁ କହିଲା ।
ଇସ୍ହାକ ନିଜ ଦ୍ୱିତୀୟ ପୁତ୍ରକୁ ଆଜ୍ଞା ଦେଲେ ଯେ ସେ କୌଣସି କିଣାନୀୟ ସ୍ତ୍ରୀଙ୍କୁ ବିବାହ ନ କରୁ ।(ଆଦି ପୁସ୍ତକ ୨୮:୧,୨) ଏଥିରୁ ଜଣାପଡ଼େ ଯେ ଇସ୍ହାକ ରିବିକାଙ୍କ କଥା ଭଲ ଭାବରେ ବୁଝିଲେ ଏବଂ ଜରୁରୀ ପଦକ୍ଷେପ ନେଲେ । ଏହି ଦମ୍ପତି ନିଜ ପରିବାରର ଏକ ଗମ୍ଭୀର ବିଷୟରେ କଥା ହେବା ଏବଂ ପରସ୍ପରର କଥା ବୁଝିବାରେ ସଫଳ ହେଲେ । ଏହା ଆମ ପାଇଁ ଏକ ବଢ଼ିଆ ଉଦାହରଣ । କିନ୍ତୁ ଯଦି ପତି ପତ୍ନୀଙ୍କ କୌଣସି ବିଷୟରେ ଦୁହିଙ୍କ ଚିନ୍ତାଧାରା ପରସ୍ପରଠାରୁ ଭିନ୍ନ ହୋଇଥାଏ, ତେବେ କʼଣ କରାଯାଇପାରେ ?
ପ୍ର୦୪-ହି ୧/୧୫ ୨୮ ¶୬
ଆଦି ପୁସ୍ତକ ବହିର ମୁଖ୍ୟାଂଶ—୨
୨୮:୧୨, ୧୩—ଯାକୁବ “ଗୋଟିଏ ସୋପାନ” ବିଷୟରେ ଯେଉଁ ସ୍ୱପ୍ନ ଦେଖିଲେ, ତାର କʼ ଣ ଅର୍ଥ ଥିଲା ? ଏହି “ସୋପାନ” ବା ଶିଢ଼ି ହୁଏତ ଆକାଶ ଆଡ଼କୁ ବଢ଼ିଥିଲା, ଯାହା ପଥରର ସୋପାନ ପରି ଲାଗିଥିବ । ଏହା ଏହି କଥାର ଚିହ୍ନ ଥିଲା ଯେ ସ୍ୱର୍ଗ ଓ ପୃଥିବୀ ମଧ୍ୟରେ କଥାବାର୍ତ୍ତା ସମ୍ଭବ ଅଟେ । ଈଶ୍ୱରଙ୍କ ଦୂତମାନଙ୍କ ସୋପାନ ଦେଇ ଚଢ଼ିବା ଓହ୍ଲାଇବା ଦେଖାଏ ଯେ ଯିହୋବା ଓ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ବିଶେଷ ଭାବରେ ସେବା କରୁଛନ୍ତି, ଯାହାଙ୍କ ଉପରେ ତାଙ୍କ ଅନୁଗ୍ରହ ଅଛି ।—ଯୋହନ ୧:୫୧.
୩୦ ମାର୍ଚ୍ଚ–୫ ଏପ୍ରିଲ୍
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୯-୩୦
“ଯାକୁବ ବିବାହ କଲେ”
ପ୍ର୦୩-ହି ୧୦/୧୫ ୨୯ ¶୬
ଯାକୁବ ଆଧ୍ୟାତ୍ମିକ ବିଷୟଗୁଡ଼ିକୁ ମହତ୍ତ୍ୱ ଦେଲେ
ସେହି ସମୟରେ ବିବାହର ଚୁକ୍ତି ଅନୁସାରେ ବଧୂଙ୍କ ପରିବାରକୁ ବଧୂର ମୂଲ୍ୟ ଦେଇ ବିବାହ ନିର୍ଦ୍ଧାରିତ ହେଉଥିଲା । ପରେ ମୋଶାଙ୍କ ନିୟମ ଅନୁସାରେ ଯେଉଁ କୁମାରୀକୁ ଠକି ତାʼସହ କୁକର୍ମ କରାଯାଏ, ତାʼମୂଲ୍ୟ ୫୦ ଶେକଲ ରୂପା ମୂଦ୍ରା ହେଉଥିଲା । ବିଦ୍ୱାନ ଗାର୍ଡନ ବେନହମଙ୍କ ଅନୁସାରେ ଏହା “ ବିବାହର ସବୁଠୁ ଅଧିକ ବଡ଼ ଉପହାର ଥିଲା”, କିନ୍ତୁ ଅଧିକାଂଶ ଏହା “ବହୁତ କମ୍ ରହୁଥିଲା ।” (ଦ୍ୱିତୀୟ ବିବରଣ ୨୨:୨୮,୨୯) ଯାକୁବଙ୍କ ପାଇଁ ଏହି ମୂଲ୍ୟର ବ୍ୟବସ୍ଥା କରିବା ସମ୍ଭବ ନ ଥିଲା । ତେଣୁ ସେ ଲାବନଙ୍କଠାରେ ସାତ ବର୍ଷ କାମ କରିବା ପାଇଁ ପ୍ରସ୍ତାବ ରଖନ୍ତି । ବେନହମ ଆଗକୁ କହନ୍ତି : “ପ୍ରାଚୀନ ବାବିଲନୀୟମାନଙ୍କ ସମୟରେ ପ୍ରତିଦିନ ମଜୁରୀ କରୁଥିବା ଶ୍ରମିକମାନଙ୍କୁ ମାସକୁ ଅଧା କିମ୍ବା ଏକ ଶେକଲ ମିଳୁଥିଲା (ପୂରା ସାତ ବର୍ଷରେ ୪୨ରୁ ୮୪ ଶେକଲ) । ଏହା ଅନୁସାରେ ଯାକୁବ ରାହେଲଙ୍କୁ ବିବାହ କରିବା ପାଇଁ ଲାବନଙ୍କୁ ବହୁତ ବଡ଼ ମୂଲ୍ୟ ଦେବା ପାଇଁ ପ୍ରସ୍ତାବ ରଖିଲେ ।” ଲାବନ ଖୁସି ଖୁସି ମାନି ଗଲେ ।—ଆଦି ପୁସ୍ତକ ୨୯:୧୯.
ପ୍ର୦୭-ଇଂ ୧୦/୧ ୮-୯
ଦୁଃଖୀ ଭଉଣୀମାନେ ‘ଯେଉଁମାନଙ୍କ ଦ୍ୱାରା ଇସ୍ରାଏଲର ବଂଶ ବୃଦ୍ଧି ହେଲା’
କʼଣ ଲେୟା ଯାକୁବଙ୍କ ସହିତ ବିଶ୍ୱାସଘାତ କରିବା ପାଇଁ ଷଡ଼ଯନ୍ତ୍ର କଲା ? ନା କʼଣ ସେ ନିଜ ପିତାଙ୍କ ଆଜ୍ଞା ମାନିବା ପାଇଁ ବାଧ୍ୟ ଥିଲା ? ରାହେଲ ସେହି ସମୟରେ କେଉଁଠି ଥିଲା ? ଏବଂ କʼଣ ତାଙ୍କୁ ଜଣା ଥିଲା ଯେ କʼଣ ହେଉଛି ? ଯଦି ହଁ, ତେବେ ତାକୁ କିପରି ଲାଗିଥିବ ? କʼଣ ସେ ନିଜ ପିତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇଥିବ ? ବାଇବଲ ଏହି ପ୍ରଶ୍ନଗୁଡ଼ିକର କୌଣିସି ଉତ୍ତର ଦିଏ ନାହିଁ । ଏହି ବିଷୟରେ ରାହେଲ ଏବଂ ଲେୟା ଯାହା ବି ଭାବିଥିବେ, ଗୋଟିଏ ବିଷୟ ସ୍ପଷ୍ଟ: ଯେତେବେଳେ ଯାକୁବ ଏହି ବିଶ୍ୱାସଘାତ ବିଷୟରେ ଜାଣିଲା , ସେତେବେଳେ ସେ ରାଗିଗଲା । ସେ ଲାବନଙ୍କ ଝିଅମାନଙ୍କୁ ନୁହେଁ, ବରଂ ଲାବନଙ୍କୁ ପଚାରିଲା । ଯାକୁବ କହିଲେ “ମୁଁ କʼଣ ରାହେଲ ନିମନ୍ତେ ଦାସ୍ୟକର୍ମ କରି ନାହିଁ; ତେବେ କି ହେତୁ ମୋତେ ପ୍ରବଞ୍ଚନା କଲ ?” ଲାବନ କହିଲା, “ଜ୍ୟେଷ୍ଠା ଥାଉଥାଉ କନିଷ୍ଠାକୁ ଦାନ କରିବା ଆମ୍ଭମାନଙ୍କ ଦେଶାଚାର ନୁହେଁ । ଏହାର ସପ୍ତାହ ପୂର୍ଣ୍ଣକର ତହିଁ ଉତ୍ତାରେ ଯେବେ ଆଉ ସାତ ବର୍ଷ ଦାସ୍ୟ କର୍ମ କରିବ, ତେବେ ଅନ୍ୟ କନ୍ୟାକୁ ହିଁ ତୁମ୍ଭକୁ ଦାନ କରିବି ।” (ଆଦି ପୁସ୍ତକ ୨୯:୨୫-୨୭) ଏପରି ଭାବେ ନ ଚାହିଁ ମଧ୍ୟ ଯାକୁବକୁ ଦୁଇ ସ୍ତ୍ରୀଙ୍କ ସହ ବିବାହ କରିବାକୁ ପଡ଼ିଲା ଏବଂ ଆଗକୁ ଯାଇ ରାଗ ଏବଂ ଈର୍ଷା ଜାତ ହେଲା ।
ଇନସାଇଟ୍-୨ ୩୪୧ ¶୩
ବିବାହ
ଉତ୍ସବ । ଇସ୍ରାଏଲରେ ବିବାହ ସମୟରେ କୌଣସି ବିଶେଷ ରୀତି ନୀତି କରୁ ନ ଥିଲେ, କିନ୍ତୁ ଖୁସିର ଉତ୍ସବ ନିଶ୍ଚୟ ପାଳନ କରୁଥିଲେ । ବିବାହ ଦିନ ସାଧାରଣତଃ ବଧୂ ବହୁତ ପ୍ରସ୍ତୁତି କରୁଥିଲା । ପ୍ରଥମେ ସେ ଗାଧୋଇ ସୁଗନ୍ଧିତ ତେଲ ନିଜ ଦେହରେ ଲଗାଉଥିଲା । (ରୂତ ୩:୩; ଯିହି ୨୩:୪୦ ସହ ତୁଳନା କରନ୍ତୁ ।) ପରେ ସେ ଧଳା ବସ୍ତ୍ର ଓ କଟିବନ୍ଧନୀ ପିନ୍ଧୁ ଥିଲା । ଅନେକ ସମୟରେ ଦାସୀମାନେ ତାଙ୍କୁ ସାହାଯ୍ୟ କରୁଥିଲେ । ବଧୂର ବସ୍ତ୍ର ବି ଅତି ସୁନ୍ଦର ଓ ତାʼ ଉପରେ କାରୁକାର୍ଯ୍ୟ ହୋଇଥିବ, ଏହା ତାଙ୍କ ଆର୍ଥିକ ସ୍ଥିତି ଉପରେ ନିର୍ଭର କରିଥାଏ । (ଯିରି ୨:୩୨; ପ୍ରକା ୧୯:୭, ୮; ଗୀତ ୪୫:୧୩,୧୪) ସେ ନିଜ ବଳ ଅନୁସାରେ ଅଳଙ୍କାର ଦ୍ୱାରା ନିଜକୁ ସଜ୍ଜିତ କରୁଥିଲା । (ଯିଶା ୪୯:୧୮; ୬୧:୧୦; ପ୍ରକା ୨୧:୨) ତାʼପରେ ସେ ମୁଣ୍ଡରୁ ପାଦ ଯାଏ ଓଢ଼ଣାରେ ଢ଼ାଙ୍କୁ ଥିଲା । (ଯିଶା ୩:୧୯, ୨୩) ଏଥିରୁ ଜଣା ପଡ଼େ ଯେ କାହିଁକି ଲାବନ ଯାକୁବଙ୍କ ସହିତ ସହଜରେ ବିଶ୍ୱାସଘାତ କରିପାରିଲା । ଯାକୁବ ଜାଣି ପାରିଲା ନାହିଁ ଲାବନ ତାର ବିବାହ ରାହେଲ ସହିତ ନୁହେଁ, ଲେୟା ସହିତ କରୁଛି । (ଆଦି ୨୯:୨୩, ୨୫) ଯଦି ଓଢଣା ବିଷୟରେ କଥା ହେବା, ତେବେ ପ୍ରଥମ ଥର ରିବିକା ଇସ୍ହାକଙ୍କ ସହିତ ଭେଟିଲେ, ସେତେବେଳେ ନିଜ ମୁଣ୍ଡକୁ ଓଢ଼ଣାରେ ଢ଼ାଙ୍କି ଥିଲା । (ଆଦି. ୨୪:୬୫) ଏହା ଏହି କଥାର ଚିହ୍ନ ଥିଲା ଯେ ବଧୂ ତାଙ୍କ ପାଇଁ ଅଧିନତା ଦେଖାଏ, ଯିଏ ଆଗକୁ ଯାଇ ତାʼର ପତି ହୋଇଥାʼନ୍ତେ ।—୧ କରି. ୧୧:୫, ୧୦.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୫୦
ପୋଷ୍ୟସନ୍ତାନ ଗ୍ରହଣ
ରାହେଲ ଓ ଲେୟା ଯାକୁବକୁ ନିଜ ନିଜର ଦାସୀମାନଙ୍କୁ ଦେଲେ, ଯାହା ଫଳରେ ସେମାନଙ୍କ ଦ୍ୱାରା ପିଲା ଜନ୍ମ ହେବ । ଏହି ପୁତ୍ରମାନଙ୍କୁ ରାହେଲ ଓ ଲେୟା ନିଜର ମନେ କଲେ । (ଆଦି ୩୦:୩-୮,୧୨,୧୩,୨୪) ଦାସୀମାନଙ୍କ ସେହି ସନ୍ତାନମାନଙ୍କୁ ରାହେଲ ଓ ଲେୟାଙ୍କ ସନ୍ତାନମାନଙ୍କ ସହିତ ସମ୍ପତ୍ତିର ଭାଗ ମିଳିଲା । ଏହି ସନ୍ତାନମାନଙ୍କ ଉପରେ ରାହେଲ ଓ ଲେୟାଙ୍କ ପୂରା ଅଧିକାର ଥିଲା, କାରଣ ସେମାନେ ଯାକୁବଙ୍କ ପୁତ୍ର ଥିଲେ ଏବଂ ସେମାନଙ୍କ ମାଆମାନେ ରାହେଲ ଓ ଲେୟାଙ୍କ ସମ୍ପତ୍ତି ଥିଲେ ।
ପ୍ର୦୪-ହି ୧/୧୫ ୨୮ ¶୬
ଆଦି ପୁସ୍ତକ ବହିର ମୁଖ୍ୟାଂଶ—୨
୩୦:୧୪, ୧୫—ରାହେଲ କିଛି ଦୂଦାଫଳ ବଦଳରେ ନିଜ ପତିଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାର ସୁଯୋଗକୁ କାହିଁକି ହାତଛଡ଼ା କଲେ ? ପ୍ରାଚୀନ ସମୟରେ ଦୂଦାଫଳ ଦ୍ୱାରା ଯନ୍ତ୍ରଣା ଦୂର କରିବା ଏବଂ ସେଥିରୁ ଆରାମ ପାଇବା ପାଇଁ ବ୍ୟବହାର କରାଯାଉଥିଲା । ଏହା ଛଡ଼ା ବିଶ୍ୱାସ କରାଯାଉଥିଲା ଯେ ଏହା ଯୌନ ଇଚ୍ଛାକୁ ଜାଗ୍ରତ କରୁଥିଲା ଏବଂ ଗର୍ଭଧାରଣରେ ସାହଯ୍ୟ କରୁଥିଲା । (ପରମ ଗୀତ ୭:୧୩) ବାଇବଲ ଏହା କହେ ନାହିଁ ଯେ ରାହେଲ ଏପରି କାହିଁକି କଲା ? ସେ ହୁଏତ ଭାବି ଥିବ ଯେ ଦୂଦାଫଳ ଖାଇବା ଦ୍ୱାରା ସେ ଗର୍ଭବତୀ ହୋଇଯିବ ଏବଂ ଏପରି ଭାବେ ତାର ବନ୍ଧ୍ୟା ଦୋଷ ଦୂର ହୋଇଯିବ । କିନ୍ତୁ କିଛି ବର୍ଷ ପରେ ଯେତେବେଳେ ଯିହୋବା “ତାହାକୁ ଗର୍ଭଧାରଣର ଶକ୍ତି ଦେଲେ”, ସେତେବେଳେ ସେ ଗର୍ଭବତୀ ହେଲେ ।—ଆଦି ପୁସ୍ତକ ୩୦:୨୨-୨୪.