ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଏପ୍ରିଲ୍‌ ପୃଷ୍ଠା ୭
  • ‘ସବୁ ବିଦେଶୀୟ ଦେବତାଙ୍କୁ ଦୂର କର’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ସବୁ ବିଦେଶୀୟ ଦେବତାଙ୍କୁ ଦୂର କର’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯାକୁବ ଓ ଏଷୌ ବୁଝାମଣା କଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଏପରି ମନୋରଞ୍ଜନ ବାଛନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ସ୍ୱର୍ଗଦୂତ କିଏ ଓ ସେମାନେ କʼଣ କରନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଏପ୍ରିଲ୍‌ ପୃଷ୍ଠା ୭
ଜଣେ ବ୍ୟକ୍ତି ଏକ ଜପମାଳିକୁ ଫିଙ୍ଗି ଦେଉଛନ୍ତି  ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

‘ସବୁ ବିଦେଶୀୟ ଦେବତାଙ୍କୁ ଦୂର କର’

ଯାକୁବଙ୍କ ସମୟରେ ଯିହୋବା ମୂର୍ତ୍ତିପୂଜାର ବିରୁଦ୍ଧରେ କୌଣସି ନିୟମ ଦେଇ ନ ଥିଲେ। ତଥାପି ଯାକୁବ ଭଲ ଭାବେ ଜାଣିଥିଲେ ଯେ କେବଳ ଯିହୋବାଙ୍କ ଉପାସନା କରାଯିବା ଉଚିତ୍‌। (ଯାତ୍ରା ୨୦:୩-୫) ତେଣୁ, ଯେତେବେଳେ ଈଶ୍ୱର ତାଙ୍କୁ ବୈଥେଲ ଫେରି ଯିବାକୁ କହିଲେ, ସେତେବେଳେ ଯାକୁବ ନିଜ ସହ ଥିବା ସମସ୍ତଙ୍କୁ ଆଜ୍ଞା ଦେଲେ ଯେ ସେମାନଙ୍କ ମଧ୍ୟରେ ଥିବା ସବୁ ମୂର୍ତ୍ତିଗୁଡ଼ିକୁ ସେମାନେ ଦୂର କରନ୍ତୁ। ତାʼପରେ ଯାକୁବ ସେହି ମୂର୍ତ୍ତିସବୁକୁ ଓ କର୍ଣ୍ଣକୁଣ୍ଡଳଗୁଡ଼ିକୁ ପୋତି ଦେଲେ। ସେସମୟରେ କର୍ଣ୍ଣକୁଣ୍ଡଳଗୁଡ଼ିକୁ ବୋଧେ ଡେଉଁରିଆ ଭାବେ ପିନ୍ଧା ଯାଉଥିଲା। (ଆଦି ୩୫:୧-୪) ଯାକୁବ ଯାହା କଲେ, ତାହା ଦେଖି ଯିହୋବା ନିଶ୍ଚୟ ଖୁସି ହୋଇଥିବେ।

ଯାକୁବଙ୍କ ଭଳି ଆମେ ମଧ୍ୟ କେବଳ ଯିହୋବାଙ୍କୁ ଉପାସନା କରିବା ଉଚିତ୍‌। କିନ୍ତୁ ଏହା ଆମେ କିପରି କରିପାରିବା ? ଆମେ ଏପରି ପ୍ରତ୍ୟେକ ଜିନିଷଠାରୁ ଦୂରେଇ ରହିବା ଉଚିତ୍‌, ଯାହା ମୂର୍ତ୍ତିପୂଜା, ଭୂତବିଦ୍ୟା କିମ୍ବା ଯାଦୁବିଦ୍ୟା ସହ ଜଡ଼ିତ। ଆମେ ନିଜ ପାଖରେ ଭୂତବିଦ୍ୟା ଓ ଯାଦୁବିଦ୍ୟା ସହ ଜଡ଼ିତ କୌଣସି ଜିନିଷ ରଖିବା ଉଚିତ୍‌ ନୁହେଁ। ଏହା ଛଡ଼ା, ଆମେ ଯାଞ୍ଚ କରିବା ଉଚିତ୍‌ ଯେ ଆମେ କିପରି ମନୋରଞ୍ଜନ କରୁ। ଆମେ ନିଜକୁ ପଚାରିବା ଉଚିତ୍‌: ‘ମୁଁ କʼଣ ଏପରି ବହି ପଢ଼େ କିମ୍ବା ଚଳଚ୍ଚିତ୍ର ଦେଖେ, ଯେଉଁଥିରେ ଭୂତପ୍ରେତ କିମ୍ବା ପିଶାଚଗୁଡ଼ିକୁ ଦେଖାଯାଏ ? କʼଣ ସେଗୁଡ଼ିକରେ ଯାଦୁ, ତନ୍ତ୍ରମନ୍ତ୍ର କିମ୍ବା ଅଭିଶାପ ଦେବାକୁ ଏପରି ମଜାଦାର ଉପାୟରେ ଦେଖାଯାଏ, ସତେ ଯେପରି ସେଗୁଡ଼ିକରେ କିଛି ମନ୍ଦ ନାହିଁ ?’ ଆମେ ଏପରି ମନୋରଞ୍ଜନ କରିବା ଉଚିତ୍‌ ନୁହେଁ, ଯାହାକୁ ଯିହୋବା ଘୃଣା କରିଥାʼନ୍ତି।—ଗୀତ ୯୭:୧୦.

“ଶୟତାନକୁ ପ୍ରତିବାଧା କର” (ହିନ୍ଦୀ) ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏକ ଶିଶୁ ଖଟରେ ଶୋଇଛି, ତାକୁ ହାତରେ ଡେଉଁରିଆ ପିନ୍ଧାଯାଇଛି  । ପଛ ପଟେ ଶିଶୁଟିର ମାଆ, ଯିଏ ଜଣେ ବାଇବଲ ବିଦ୍ୟାର୍ଥୀ, ତାଙ୍କ ସହ ବାଇବଲ ଅଧୟନ କରୁଥିବା ଦମ୍ପତିଙ୍କ ସହ କଥା ହେଉଛନ୍ତି  ।

    ପଲେସା ନାମକ ଜଣେ ବାଇବଲ ବିଦ୍ୟାର୍ଥୀଙ୍କ ଜୀବନରେ କେଉଁ ସମସ୍ୟା ଆସିଲା ?

  • ସେହି ଦମ୍ପତି ଓ ସେମାନଙ୍କ ବାଇବଲ ବିଦ୍ୟାର୍ଥୀ ମିଶି ଦୁଇ ଜଣ ଚୀନଙ୍କୁ ଭେଟି ସାହାଯ୍ୟ ନେଉଛନ୍ତି  ।

    ଯଦି ଆପଣଙ୍କ ବାଇବଲ ବିଦ୍ୟାର୍ଥୀ ଭୂତବିଦ୍ୟା ବା ଯାଦୁବିଦ୍ୟା ସହ ଜଡ଼ିତ ଅଛନ୍ତି, ତେବେ ପ୍ରାଚୀନମାନଙ୍କ ସାହାଯ୍ୟ କାହିଁକି ନିଆଯିବା ଉଚିତ୍‌ ?

  • ବାଇବଲ ବିଦ୍ୟାର୍ଥୀ ଜଣକ ନିଜ ରୋଷେଇ ଘରର ଚୁଲାରେ ଶିଶୁଟିର ଡେଉଁରିଆକୁ ଜାଳୁଛନ୍ତି  ।

    ଶୟତାନକୁ ପ୍ରତିବାଧା କରନ୍ତୁ ଏବଂ ଯିହୋବାଙ୍କ ନିକଟବର୍ତ୍ତୀ ହୁଅନ୍ତୁ ।—ଯାକୁ ୪:୭, ୮

    ଯଦି ଆମେ ଚାହୁଁ ଯେ ଯିହୋବା ଆମକୁ ସୁରକ୍ଷା ଦିଅନ୍ତୁ, ତେବେ ଆମେ ନିଜଠାରୁ କେଉଁସବୁ ଜିନିଷକୁ ଦୂର କରିବା ଉଚିତ୍‌ ?

  • ପଲେସା ତୁରନ୍ତ କେଉଁ ପଦକ୍ଷେପ ନେଲେ ?

  • ଯେଉଁଠାରେ ଆପଣ ରହନ୍ତି, ସେଠାରେ ଦୁଷ୍ଟ ଶକ୍ତିଗୁଡ଼ିକଠାରୁ ରକ୍ଷା ପାଇବା ପାଇଁ ଆପଣ କʼଣ କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ