ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୩
  • ପିତାମାତାମାନେ, ପିଲାଙ୍କୁ ଯାହା ଜଣାଇବା ଜରୁରୀ ତାହା ଜଣାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପିତାମାତାମାନେ, ପିଲାଙ୍କୁ ଯାହା ଜଣାଇବା ଜରୁରୀ ତାହା ଜଣାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାପାମାଆମାନେ, ନିଜ ପିଲାମାନଙ୍କୁ ପ୍ରେମ କରିବା ଶିଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆପଣଙ୍କ ପିଲାକୁ କିପରି ଶିକ୍ଷା ଦେବେ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୩
ପିତାମାତା ନିଜ ପିଲାଙ୍କୁ ସମସ୍ୟାଗୁକଠାରୁ ରକ୍ଷା ପାଇବା ଶିଖାଉଛନ୍ତି ଏବଂ ପିଲାମାନେ “ନା” କହିବାର ଅଭ୍ୟାସ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପିତାମାତାମାନେ, ପିଲାଙ୍କୁ ଯାହା ଜଣାଇବା ଜରୁରୀ ତାହା ଜଣାନ୍ତୁ

ଆଜିର ଜଗତରେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ ବୋଲି କୁହାଯାଏ । (ଯିଶା ୫:୨୦) କିଛି ଲୋକେ ଏପରି କାମ କରନ୍ତି, ଯାହା ଯିହୋବା ଘୃଣା କରନ୍ତି । ଯେପରି, ପୁରୁଷମାନଙ୍କ ସହ ପୁରୁଷମାନେ ଓ ସ୍ତ୍ରୀମାନଙ୍କ ସହ ସ୍ତ୍ରୀମାନେ ଯୌନ ସମ୍ପର୍କ ରଖନ୍ତି । ଏପରି ଲୋକମାନେ ଆମ ପିଲାମାନଙ୍କୁ ମଧ୍ୟ ଖରାପ କାମ କରିବା ପାଇଁ ପ୍ରଲୋଭିତ କରିପାରନ୍ତି । ଏପରିକି ସ୍କୁଲର ପିଲାମାନେ ମଧ୍ୟ ଏଭଳି କରିପାରନ୍ତି । ପିତାମାତାମାନେ, ନିଜ ପିଲାଙ୍କୁ ଶିଖାନ୍ତୁ ଯେ ସେମାନେ ଏପରି ଲୋକ ଓ ପିଲାମାନଙ୍କଠାରୁ କିପରି ରକ୍ଷା ପାଇପାରିବେ ?

ନିଜ ପିଲାଙ୍କୁ ବୁଝାନ୍ତୁ ଯେ କେଉଁ କାମଗୁଡ଼ିକ ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ ଓ କେଉଁ କାମଗୁଡ଼ିକ ଭୁଲ । (ଲେବୀ ୧୮:୩) ନିଜ ପିଲାଙ୍କ ବୟସକୁ ଧ୍ୟାନରେ ରଖି ସେମାନଙ୍କୁ ଟିକେ ଟିକେ କରି କୁହନ୍ତୁ ଯେ କେଉଁମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ହେବା ଠିକ୍‌ । (ଦ୍ୱିବି ୬:୭) ନିଜକୁ ପଚାରନ୍ତୁ: କʼଣ ମୁଁ ଏବିଷୟରେ ନିଜ ପିଲାଙ୍କୁ ଜରୁରୀ କଥା ଜଣାଇଛି ? ଯେପରି, ପ୍ରେମ ଦେଖାଇବାର କେଉଁ ଉପାୟ ଠିକ୍‌ ଓ କେଉଁ ଉପାୟ ଭୁଲ ? ଆମେ କାହିଁକି ଶରୀରକୁ ଭଲଭାବେ ଢାଙ୍କୁଥିବା କପଡ଼ା ପିନ୍ଧିବା ଉଚିତ୍‌ ଏବଂ କାହାରି ମଧ୍ୟ ଏହି ଅଧିକାର ନାହିଁ ଯେ ସେ ସେମାନଙ୍କ ଶରୀରକୁ ଦେଖିବ କିମ୍ବା ଖରାପ ଭାବେ ସ୍ପର୍ଶ କରିବ । କʼଣ ମୋ ପିଲାଙ୍କୁ ଜଣା ଅଛି ଯେ ଯଦି କେହି ସେମାନଙ୍କୁ ଖରାପ ଚିତ୍ର ଦେଖିବା ପାଇଁ କିମ୍ବା ଖରାପ କାମ କରିବା ପାଇଁ କହେ, ତେବେ ସେମାନେ କʼଣ କରିବା ଉଚିତ୍‌ ? ଯଦି ଆପଣ ନିଜ ପିଲାଙ୍କୁ ପୂର୍ବରୁ ହିଁ ଏବିଷୟରେ କହିବେ, ତେବେ ସେମାନେ ସମସ୍ୟାରେ ପଡ଼ିବାଠାରୁ ରକ୍ଷା ପାଇବା ଶିଖିବେ । (ହିତୋ ୨୭:୧୨; ଉପ ୭:୧୨) ପିଲାମାନେ ଯିହୋବାଙ୍କ ତରଫରୁ ମିଳିଥିବା ଉପହାର ଅଟନ୍ତି । (ଗୀତ ୧୨୭:୩) ପିଲାଙ୍କୁ ଯୌନ ସମ୍ପର୍କ ବିଷୟରେ ସଠିକ୍‌ ତଥ୍ୟ ଦେଇ ଆପଣ ଦେଖାନ୍ତି ଯେ ଆପଣ ସେମାନଙ୍କୁ ପ୍ରେମ କରନ୍ତି ।

ଏପରି ଗୃହ ନିର୍ମାଣ କରନ୍ତୁ, ଯାହା ସ୍ଥାୟୀ ରହିବ—‘ଅସତ୍‌ ବିଷୟରୁ’ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏପରି ହ ନିର୍ମାଣ କର, ଯାହା ସ୍ଥାୟୀ ରହିବ—‘ଅସ ବିଷୟରୁ’ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦିଅ ଭିଡିଓର ଏକ ଶ୍ୟ । ଜଣେ ମାଆ ଓ ତାଙ୍କ ପୁଅ ‘ନିଜ ପିଲାଙ୍କୁ ସୁରକ୍ଷା ଦିଅ’ ଭିଡିଓ ଦେଖୁଛନ୍ତି ।

    କିଛି ଲୋକେ କାହିଁକି ନିଜ ପିଲାଙ୍କୁ ଯୌନ ସମ୍ପର୍କ ବିଷୟରେ କହିବା ପାଇଁ ସଂକୋଚ ମନେ କରନ୍ତି ?

  • ଏପରି ହ ନିର୍ମାଣ କର, ଯାହା ସ୍ଥାୟୀ ରହିବ—‘ଅସ ବିଷୟରୁ’ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦିଅ ଭିଡିଓର ଏକ ଶ୍ୟ । ପିତାମାତା ନିଜ ଦୁଇ ପିଲାଙ୍କୁ ‘ମହାନ ଶିକ୍ଷକଙ୍କଠାରୁ ଶିଖ’ ବହିରୁ ଓ ଅନ୍ୟ କାଶନଗୁକରୁ କିଛି ବୁଝାଉଛନ୍ତି ।

    ଏହା କାହିଁକି ଜରୁରୀ ଯେ ପିତାମାତାମାନେ ନିଜ ପିଲାଙ୍କୁ ‘ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କରନ୍ତୁ’ ?—ଏଫି ୬:୪

  • ଏପରି ହ ନିର୍ମାଣ କର, ଯାହା ସ୍ଥାୟୀ ରହିବ—‘ଅସ ବିଷୟରୁ’ ଆପଣଙ୍କ ପିଲାଙ୍କୁ ସୁରକ୍ଷା ଦିଅ ଭିଡିଓର ଏକ ଶ୍ୟ । ଆକାରେ ପିତାମାତା କିଛି ପଦଗୁକ ବିଷୟରେ ନିଜ ପିଲାଙ୍କ ସହ ଆଲୋଚନା କରୁଛନ୍ତି ।

    ସଠିକ୍‌ ଜ୍ଞାନ ଥିଲେ ପିଲାମାନେ ବିପଦରୁ ରକ୍ଷା ପାଇପାରିବେ

    ଆପଣ କେଉଁ ପ୍ରକାଶନଗୁଡ଼ିକ ସାହାଯ୍ୟରେ ନିଜ ପିଲାଙ୍କୁ ଯୌନ ସମ୍ପର୍କ ବିଷୟରେ ସଠିକ୍‌ ତଥ୍ୟ ଦେଇପାରିବେ ?—ପ୍ର୧୯.୦୫-ହି ପୃ ୧୨ରେ ଥିବା ବକ୍ସ

  • ଆପଣଙ୍କ ପିଲାମାନେ ଏବେ କୌଣସି ସମସ୍ୟାରେ ନ ଥିଲେ ମଧ୍ୟ ଆପଣ ସେମାନଙ୍କ ସହ ଏବିଷୟରେ ସମୟ ସମୟରେ କାହିଁକି କଥା ହେବା ଉଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ