ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୫
  • ନିଜ ବିବାହ ବନ୍ଧନକୁ ମଜବୁତ୍‌ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ବିବାହ ବନ୍ଧନକୁ ମଜବୁତ୍‌ ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ବିବାହ ପରେ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୫
ଜଣେ ବ୍ୟକ୍ତି ନିଜ ପନୀଙ୍କ ସହ ତଳେ ବସିଛନ୍ତି ଏବଂ ତାଙ୍କ ସହ ମିଶି ଖୁସିର ସହ କପ ଧୋଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜ ବିବାହ ବନ୍ଧନକୁ ମଜବୁତ୍‌ ରଖନ୍ତୁ

ଯେତେବେଳେ ଜଣେ ପୁରୁଷ ଓ ସ୍ତ୍ରୀ ବିବାହର ଶପଥ ନିଅନ୍ତି, ଯିହୋବା ଚାହାନ୍ତି ଯେ ସେମାନେ ସାରା ଜୀବନ ଏହି ବନ୍ଧନରେ ବାନ୍ଧି ହୋଇ ରହନ୍ତୁ । ଯିହୋବାଙ୍କ ପାଇଁ ଏହା ଏକ ଗମ୍ଭୀର ବିଷୟ । (ମାଥି ୧୯:୫, ୬) ଆମ ମଧ୍ୟରେ ଏପରି ଅନେକ ବିବାହିତ ଦମ୍ପତି ଅଛନ୍ତି, ଯେଉଁମାନେ ନିଜ ସମ୍ପର୍କକୁ ମଜବୁତ୍‌ କରିଆସିଛନ୍ତି । ସବୁ ପତିପତ୍ନୀଙ୍କ ମଧ୍ୟରେ କେବେ ନା କେବେ ସମସ୍ୟା ଆସି ହିଁ ଯାଏ । ଏପରି କ୍ଷେତ୍ରରେ ସେମାନଙ୍କୁ ଜଗତର ଲୋକଙ୍କ ଭଳି ଭାବିବା ଉଚିତ୍‌ ନୁହେଁ ଯେ ଅଲଗା ହୋଇଯିବା କିମ୍ବା ଛାଡ଼ପତ୍ର ଦେବା ସଠିକ୍‌ ହେବ । ଖ୍ରୀଷ୍ଟିୟାନ ଦମ୍ପତିମାନେ ପୂରା ଚେଷ୍ଟା କରିବା ଉଚିତ୍‌ ଯେ ସେମାନଙ୍କ ସମ୍ପର୍କ କେବେ ନ ଭାଙ୍ଗୁ । ଆପଣ ନିଜ ବିବାହ ବନ୍ଧନକୁ ମଜବୁତ୍‌ କରିବା ପାଇଁ କʼଣ କରିପାରିବେ ?

ପାଞ୍ଚଟି କଥା ଧ୍ୟାନରେ ରଖନ୍ତୁ:

  1. ୧. ଆପଣଙ୍କ ହୃଦୟକୁ ସୁରକ୍ଷିତ କରନ୍ତୁ । କାହାରି ସହ ରୋମାଣ୍ଟିକ ସମ୍ପର୍କ ରଖନ୍ତୁ ନାହିଁ ଏବଂ ଅନୈତିକ ମନୋରଞ୍ଜନ କରନ୍ତୁ ନାହିଁ । ଏପରି କଲେ ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ ।—ମାଥି ୫:୨୮; ୨ପିତ ୨:୧୪.

  2. ୨. ଈଶ୍ୱରଙ୍କ ସହ ଆପଣଙ୍କ ସମ୍ପର୍କକୁ ମଜବୁତ୍‌ କରନ୍ତୁ । ଈଶ୍ୱର ବିବାହିତ ଦମ୍ପତିଙ୍କଠାରୁ ଯାହା ଆଶା କରନ୍ତି ତାହା କରନ୍ତୁ । ଫଳରେ ସେ ଆପଣଙ୍କ ଉପରେ ଖୁସି ହେବେ ।—ଗୀତ ୯୭:୧୦.

  3. ୩. ନୂତନ ସ୍ୱଭାବର ଗୁଣଗୁଡ଼ିକୁ ନିଜଠାରେ ବଢ଼ାନ୍ତୁ । ଛୋଟମୋଟ କାମ ହୋଇଥାଉ ପଛେ, ନିଜ ସାଥୀଙ୍କୁ ସାହାଯ୍ୟ କରିବା ପାଇଁ କିଛି ନା କିଛି କରନ୍ତୁ ।—କଲ ୩:୮-୧୦, ୧୨-୧୪.

  4. ୪. ପରସ୍ପର ସହିତ ଆଦରର ସହ ଓ ହୃଦୟରୁ କଥା ହୁଅନ୍ତୁ ।—କଲ ୪:୬.

  5. ୫. ପ୍ରେମର ସହ ପରସ୍ପରର ଶାରୀରିକ ଆବଶ୍ୟକତାଗୁଡ଼ିକୁ ପୂରଣ କରନ୍ତୁ ।—୧କରି ୭:୩, ୪; ୧୦:୨୪.

ଖ୍ରୀଷ୍ଟିୟାନମାନେ ନିଜ ବିବାହର ଶପଥ ଅନୁସାରେ ଜୀବନଯାପନ କଲେ ଯିହୋବାଙ୍କ ମହିମା ହୁଏ, ଯିଏ ଏହି ବିଶେଷ ସମ୍ପର୍କର ଆରମ୍ଭ କରିଛନ୍ତି ।

‘ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ’—ପ୍ରତିଯୋଗିତାର ନିୟମ ପାଳନ କରନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଧୈର୍ଯ୍ୟର ସହ ଦୌବା ଜାରି ରଖ’—ତିଯୋଗିତାର ନିୟମ ପାଳନ କର ଭିଡିଓର ଏକ ଶ୍ୟ । ରାଜ୍ୟଘରେ ଭାଇ ଓ ଭଉଣୀ ମାର୍ଟିନଙ୍କ ବିବାହର ଭାଷଣ ପରେ ସେମାନଙ୍କ ମୁହଁରେ ହସ ।

    ପତିପତ୍ନୀଙ୍କ ମଧ୍ୟରେ କିପରି ସମସ୍ୟାଗୁଡ଼ିକ ଦେଖା ଦେଇପାରେ ?

  • ଧୈର୍ଯ୍ୟର ସହ ଦୌବା ଜାରି ରଖ’—ତିଯୋଗିତାର ନିୟମ ପାଳନ କର ଭିଡିଓର ଏକ ଶ୍ୟ । ଭାଇ ଓ ଭଉଣୀ ମାର୍ଟିନ ନିଜ ସମସ୍ୟାଗୁକ ବିଷୟରେ ଶାନ୍ତିର ସହ କଥା ହେଉଛନ୍ତି । ସାମନାରେ ଟେବୁଲ ଉପରେ ଏକ ବାଇବଲ ଖୋଲା ହୋଇଛି ।

    ଯଦି ପତିପତ୍ନୀଙ୍କୁ ଲାଗେ ଯେ ସେମାନଙ୍କ ମଧ୍ୟରେ ପ୍ରେମ ନାହିଁ, ତେବେ ବାଇବଲର ସିଦ୍ଧାନ୍ତଗୁଡ଼ିକ ମାନିଲେ ସେମାନଙ୍କ ସମ୍ପର୍କ କିପରି ମଜବୁତ୍‌ ହୋଇପାରେ ?

  • ଧୈର୍ଯ୍ୟର ସହ ଦୌବା ଜାରି ରଖ’—ତିଯୋଗିତାର ନିୟମ ପାଳନ କର ଭିଡିଓର ଏକ ଶ୍ୟ । ଭାଇ ମାର୍ଟିନ ନିଜ ପନୀ ଓ ଦୁଇ ଝିଅଙ୍କୁ ‘ବାଇବଲ କାହାଣୀଗୁକର ମୋ ମନପସନ୍ଦ ବହି’ରୁ କିଛି ପ ଶୁଣାଉଛନ୍ତି ।

    ନିଜ ଜୀବନସାଥୀଙ୍କ ସହ ଖୁସିରେ ରହିବା ପାଇଁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ପାଳନ କରନ୍ତୁ

    ଯିହୋବା ବିବାହିତ ଦମ୍ପତିମାନଙ୍କୁ କେଉଁ ନିୟମ ଦେଇଛନ୍ତି ?

  • ବିବାହ ବନ୍ଧନକୁ ମଜବୁତ୍‌ କରିବା ପାଇଁ ପତିପତ୍ନୀ ଦୁହେଁ କʼଣ କରିବା ଉଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ