ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୧୩
  • ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱରଙ୍କୁ ସନ୍ତୁଷ୍ଟ କଲାଭଳି ପାରିବାରିକ ଜୀବନ
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପରିବାରର ସୁଖ ଶାନ୍ତି ପାଇଁ ବଢ଼ିଆ ପରାମର୍ଶ
    ସଜାଗ ହୁଅ !—୨୦୨୧
  • ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୧୩
ଏକ ପରିବାରର ଲୋକେ ସଭାରେ ସମସ୍ତେ ମିଶି ଗୀତ ଗାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ

ପ୍ରେମ ପରିବାରରେ ସମସ୍ତଙ୍କୁ ପରସ୍ପର ସହିତ ବାନ୍ଧି ରଖୁଥିବା ଡୋରି ଅଟେ । ପ୍ରେମ ନ ଥିଲେ, ସେମାନଙ୍କ ମଧ୍ୟରେ ଏକତା ରହିବ ନାହିଁ ଏବଂ ସେମାନେ ପରସ୍ପରକୁ ସହଯୋଗ କରିବେ ନାହିଁ । ପତି, ପତ୍ନୀ ଓ ପିତାମାତାମାନେ କʼଣ କରିପାରିବେ, ଯାହାଫଳରେ ସମସ୍ତଙ୍କ ମଧ୍ୟରେ ପ୍ରେମ ରହିବ ?

ଯେଉଁ ପତି ନିଜ ପତ୍ନୀଙ୍କୁ ପ୍ରେମ କରନ୍ତି, ସେ ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ ଏବଂ ତାଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିବେ । (ଏଫି ୫:୨୮, ୨୯) ସେ ପରିବାରର ସଦସ୍ୟମାନଙ୍କ ପାଇଁ ଖାଇବା ଓ ପିନ୍ଧିବାର ବ୍ୟବସ୍ଥା କରିବେ ଏବଂ ଯିହୋବାଙ୍କ ସହ ଘନିଷ୍ଠ ସମ୍ପର୍କ ବଜାୟ ରଖିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବେ । ସେ ଧ୍ୟାନ ଦେବେ ଯେ ପ୍ରତି ସପ୍ତାହ ପାରିବାରିକ ଉପାସନା ହେଉ । (୧ ତୀମ ୫:୮) ଯେଉଁ ପତ୍ନୀ ନିଜ ପତିଙ୍କୁ ପ୍ରେମ କରନ୍ତି, ସେ ତାଙ୍କ ଅଧୀନରେ ରହିବେ ଏବଂ ତାଙ୍କୁ “ଭକ୍ତି [ଗଭୀର ଆଦର]” କରିବେ । (ଏଫି ୫:୨୨, ୩୩; ୧ପିତ ୩:୧-୬) ପତିପତ୍ନୀ ପରସ୍ପରର ଭୁଲଗୁଡ଼ିକୁ ହୃଦୟରୁ କ୍ଷମା କରିବା ଉଚିତ୍‌ । (ଏଫି ୪:୩୨) ଯେଉଁ ପିତାମାତା ନିଜ ପିଲାଙ୍କୁ ପ୍ରେମ କରନ୍ତି, ସେମାନେ ନିଜ ପ୍ରତ୍ୟେକ ପିଲାର ଯତ୍ନ ନେବେ ଏବଂ ଯିହୋବାଙ୍କୁ ପ୍ରେମ କରିବା ତାକୁ ଶିଖାଇବେ । (ଦ୍ୱିବି ୬:୬, ୭; ଏଫି ୬:୪) ସେମାନେ ଧ୍ୟାନ ଦେବେ ଯେ ପିଲାଙ୍କୁ ସ୍କୁଲରେ କେଉଁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଏବଂ ଅନ୍ୟ ପିଲାମାନେ ସେମାନଙ୍କୁ ଭୁଲ କାମ କରିବା ପାଇଁ ପ୍ରଲୋଭିତ କଲେ ସେମାନେ କʼଣ କରନ୍ତି । ସମସ୍ତଙ୍କ ମଧ୍ୟରେ ପ୍ରେମ ଥିଲେ ପୂରା ଘର ଖୁସିରେ ଭରିଯିବ । କାହାରିକୁ କିଛି ଡର ଓ ଚିନ୍ତା ରହିବ ନାହିଁ ।

ନିଜ ପରିବାରକୁ ପ୍ରେମ କରିବା ଜାରି ରଖନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ନିଜ ପରିବାରକୁ ମ କରିବା ଜାରି ରଖ’ ଭିଡିଓର ଏକ ଦୃଶ୍ୟ । ସଭାରୁ ଘରକୁ ଫେରିବା ପରେ ଗୋଟିଏ ଦମ୍ପତି ଏକ ପଦ ବିଷୟରେ କଥା ହେଉଛନ୍ତି ।

    ଯେଉଁ ପତି ନିଜ ପତ୍ନୀଙ୍କୁ ପ୍ରେମ କରନ୍ତି, ସେ କିପରି ତାଙ୍କ ଭାବନାଗୁଡ଼ିକୁ ଧ୍ୟାନରେ ରଖିବେ ?

  • ‘ନିଜ ପରିବାରକୁ ମ କରିବା ଜାରି ରଖ’ ଭିଡିଓର ଏକ ଦୃଶ୍ୟ । ସଭାରୁ ଘରକୁ ଫେରିବା ପରେ ଜଣେ ଭଉଣୀ ଧୈର୍ଯ୍ୟର ସହ ନିଜ ଅବିସୀ ପତିଙ୍କ କଥା ଶୁଣୁଛନ୍ତି ଏବଂ ସେ ତାଙ୍କୁ ଭରସା ଦେଉଛନ୍ତି ଯେ ସେ ତାଙ୍କ ସହ ଅଛନ୍ତି ।

    ଯେଉଁ ପତ୍ନୀ ନିଜ ପତିଙ୍କୁ ପ୍ରେମ କରନ୍ତି, ସେ କିପରି ତାଙ୍କୁ ଗଭୀର ଆଦର କରିବେ ?

  • ‘ନିଜ ପରିବାରକୁ ମ କରିବା ଜାରି ରଖ’ ଭିଡିଓର ଏକ ଦୃଶ୍ୟ । ସଭାରୁ ଘରକୁ ଫେରିବା ପରେ ଏକ ପରିବାରର ଲୋକେ କିଛି ଖାଉଛନ୍ତି ଏବଂ ପରସ୍ପରକୁ କଛନ୍ତି ଯେ ସେମାନଙ୍କୁ ସଭାରେ ଶିଖିଥିବା କେଉଁ କଥା ଭଲ ଲାଗିଲା ।

    ଯେଉଁ ପିତାମାତା ନିଜ ପିଲାଙ୍କୁ ପ୍ରେମ କରନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟ ପିଲାମାନଙ୍କ ହୃଦୟରେ କିପରି ରଖିବେ ?

ଫୋନ୍‌ ଓ ଟାବଲେଟ୍‌ ପ୍ରତି ସାବଧାନ

ଫୋନ୍‌, ଟାବଲେଟ୍‌ ଇତ୍ୟାଦିରେ ଆମର ବହୁତ ସମୟ ଯାଇପାରେ ଏବଂ ଆମେ ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ବିତାଇପାରିବା ନାହିଁ । ପିତାମାତା ଏହା ନିର୍ଦ୍ଧାରିତ କରିପାରିବେ ଯେ ସେମାନେ ଓ ସେମାନଙ୍କ ପିଲାମାନେ ଏସବୁରେ କେତେ ସମୟ ବିତାଇବେ । ଯଦି ପିଲାମାନେ ଛୋଟ ଅଛନ୍ତି, ତେବେ ପିତାମାତା ଧ୍ୟାନ ଦେବା ଉଚିତ୍‌ ଯେ କʼଣ ସେମାନଙ୍କୁ ଫୋନ୍‌ ଓ ଟାବଲେଟ୍‌ ଇତ୍ୟାଦି ଦେବା ଠିକ୍‌ ହେବ । ଯଦି ସେମାନେ ଦିଅନ୍ତି, ତେବେ ପିଲାମାନେ ସେଥିରେ କାହା ସହ କଥା ହେବା ଉଚିତ୍‌ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ