ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
କʼଣ ଆପଣ ଧ୍ୟାନ ଦିଅନ୍ତି ଯେ ଯିହୋବା କିପରି ଆପଣଙ୍କ ପ୍ରାର୍ଥନାର ଉତ୍ତର ଦିଅନ୍ତି ?
ପ୍ରାଚୀନ ସମୟରେ ଯିହୋବାଙ୍କ ଅନେକ ସେବକମାନେ ତାଙ୍କୁ ନିଜ ସମସ୍ୟା ବିଷୟରେ କହିଲେ । ଆମେ ବାଇବଲରୁ ପଢ଼ିପାରିବା ଯେ ସେମାନେ ଯିହୋବାଙ୍କୁ କʼଣ ପ୍ରାର୍ଥନା କଲେ ଏବଂ ଯିହୋବା କିପରି ଉତ୍ତର ଦେଲେ । ଯେବେ ସେମାନେ ଧ୍ୟାନ ଦେଲେ ଯେ କିପରି ସେ ସେମାନଙ୍କୁ ସାହାଯ୍ୟ କଲେ, ତେବେ ନିଶ୍ଚୟ ସେମାନଙ୍କ ବିଶ୍ୱାସ ବଢ଼ିଥିବ । ଠିକ୍ ସେହିପରି, ଆମେ ମଧ୍ୟ ସିଧା ସିଧା ଯିହୋବାଙ୍କୁ ନିଜ ସମସ୍ୟା ବିଷୟରେ କହିବା ଉଚିତ୍ ଏବଂ ଧ୍ୟାନ ଦେବା ଉଚିତ୍ ଯେ ସେ କିପରି ଆମକୁ ଉତ୍ତର ଦିଅନ୍ତି । ଅନେକ ଥର ହୁଏତ ଯିହୋବା ଆମ ପ୍ରାର୍ଥନାର ଉତ୍ତର ତାହା ଦିଅନ୍ତି ନାହିଁ ଯାହା ଆମେ ଭାବିଥିଲୁ । ଏପରି ମଧ୍ୟ ହୋଇପାରେ ଯେ ଆମେ ଯାହା ମାଗିଥିଲୁ ତାʼଠାରୁ ଅଧିକ ସେ ଆମକୁ ଦିଅନ୍ତି । (୨କରି ୧୨:୭-୯; ଏଫି ୩:୨୦) ଯିହୋବା କିପରି ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ?
ସେ ସମସ୍ୟାର ସାମନା କରିବା ପାଇଁ ଆମକୁ ସାହସ ଓ ଶକ୍ତି ଦିଅନ୍ତି । ସେ ବିଶ୍ୱାସ ବଢ଼ାଇବାରେ ମଧ୍ୟ ଆମକୁ ସାହାଯ୍ୟ କରନ୍ତି ।—ଫିଲିପ୍ ୪:୧୩
ସେ ଆମକୁ ସଠିକ୍ ନିଷ୍ପତ୍ତି ନେବା ପାଇଁ ବୁଦ୍ଧି ଦିଅନ୍ତି ।—ଯାକୁ ୧:୫
ସେ କୌଣସି କାମ କରିବା ପାଇଁ ଆମଠାରେ ଇଚ୍ଛା ସୃଷ୍ଟି କରନ୍ତି ଏବଂ ଶକ୍ତି ଦିଅନ୍ତି ।—ଫିଲିପ୍ ୨:୧୩
ଆମେ ଚିନ୍ତାରେ ଥିଲେ ସେ ଆମକୁ ମନର ଶାନ୍ତି ଦିଅନ୍ତି ।—ଫିଲିପ୍ ୪:୬, ୭
ସେ ଅନ୍ୟମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରନ୍ତି ଏବଂ ଆମ ସାହସ ବଢ଼ାନ୍ତି ।—୧ଯୋହ ୩:୧୭, ୧୮
ଯେଉଁମାନଙ୍କ ପାଇଁ ଆମେ ପ୍ରାର୍ଥନା କରୁ, ସେ ସେମାନଙ୍କୁ ସାହାଯ୍ୟ କରନ୍ତି ।—ପ୍ରେରି ୧୨:୫, ୧୧
ଯିହୋବା ‘ପ୍ରାର୍ଥନା ଶ୍ରବଣକାରୀ’ ଅଟନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଯଦି ସ୍ୱାସ୍ଥ୍ୟ ଭଲ ନ ଥିବା ଯୋଗୁଁ ଆମେ ଅଧିକ କିଛି କରିପାରୁ ନାହୁଁ, ତେବେ ଭାଇ ସିମିଜୁଙ୍କ ଉଦାହରଣକୁ ଧ୍ୟାନ ଦେଲେ ଆମକୁ କିପରି ସାହସ ମିଳିବ ?
ଆମେ ଭାଇ ସିମିଜୁଙ୍କ ଭଳି କʼଣ କʼଣ କରିପାରିବା ?