ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ସେପ୍ଟେମ୍ବର ପୃଷ୍ଠା ୮-୯
  • ୨୯ ସେପ୍ଟେମ୍ବର–୫ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ସେପ୍ଟେମ୍ବର–୫ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ସେପ୍ଟେମ୍ବର ପୃଷ୍ଠା ୮-୯

୨୯ ସେପ୍ଟେମ୍ବର–୫ ଅକ୍ଟୋବର

ଉପଦେଶକ ୩–୪

ଗୀତ ୯୦ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ଖୁସିର ସହ ବାଇବଲ ପଢ଼ୁଛନ୍ତି ।

ପରସ୍ପର ସହିତ ଓ ଯିହୋବାଙ୍କ ସହିତ ସମୟ ବିତାନ୍ତୁ

୧. ତ୍ରିଗୁଣ ରଜ୍ଜୁକୁ ଦୃଢ଼ କରନ୍ତୁ

(୧୦ ମି.)

ପରସ୍ପର ସହ ଭଲଭାବେ କଥା ହେବା ପାଇଁ ସମୟ ବାହାର କରନ୍ତୁ (ଉପ ୩:୧; ପରିବାର ପାଇଁ ସାହାଯ୍ୟ (ହିନ୍ଦୀ) ୧୦ ¶୨-୮)

ମିଳିମିଶି କାମ କରନ୍ତୁ (ଉପ ୪:୯; ପ୍ର୨୩.୦୫ ପୃ ୨୩-୨୪ ¶୧୨-୧୪)

ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ଜାରି ରଖନ୍ତୁ (ଉପ ୪:୧୨; ପ୍ର୨୩.୦୫ ପୃ ୨୧ ¶୩)


ନିଜକୁ ପଚାରନ୍ତୁ, ‘ଯଦି ମୋତେ କାମ ଯୋଗୁଁ ପ୍ରାୟ ଘରୁ ଦୂରରେ ରହିବାକୁ ପଡ଼େ କିମ୍ବା ମୁଁ ଏକୁଟିଆ ଛୁଟିରେ ଚାଲିଯାଏ କିମ୍ବା ମୁଁ ଅନ୍ୟ କୌଣସି କାରଣରୁ ଲମ୍ବା ସମୟ ଯାଏ ନିଜ ଜୀବନସାଥୀଠାରୁ ଦୂରରେ ରହେ, ତାହେଲେ ଆମ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?’

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଉପ ୩:୮—କେଉଁ ସମୟ ‘ପ୍ରେମ କରିବାର ଠିକ୍‌ ସମୟ’ ହେବ ନାହିଁ ? (ଇନସାଇଟ୍‌ “ପ୍ରେମ” ¶୩୯)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଉପ ୪:୧-୧୬ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ପ୍ରହରୀଦୁର୍ଗ ସଂଖ୍ୟା ୧, ୨୦୨୫ ପତ୍ରିକାରୁ କଥାବାର୍ତ୍ତା ଆରମ୍ଭ କରନ୍ତୁ । କିନ୍ତୁ ଯେବେ ଘରମାଲିକ ଅନ୍ୟ କୌଣସି ବିଷୟରେ କଥା ହୁଅନ୍ତି, ତେବେ ତାଙ୍କ ଆଗ୍ରହ ଅନୁସାରେ କଥାବାର୍ତ୍ତା ଜାରି ରଖନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୫)

୫. ପୁଣିଥରେ ଭେଟିବା ସମୟରେ

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଆପଣ ବ୍ୟକ୍ତି ଜଣକୁ ପ୍ରହରୀଦୁର୍ଗ ସଂଖ୍ୟା ୧, ୨୦୨୫ ପତ୍ରିକା ଦେଇଥିଲେ । ତାଙ୍କୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି ? (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୪)

୬. ଭାଷଣ

(୫ ମି.) ଲୋକଙ୍କୁ ପ୍ରେମ ଆଉ କିଛି ପରାମର୍ଶ—କ ପଏଣ୍ଟ ନଂ. ୧୨—ବିଷୟ: ଈଶ୍ୱର ଭେଦଭାବ କରନ୍ତି ନାହିଁ । (ଶିଖାଇବା ଅଧ୍ୟୟନ ୧୯)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୩୮

୭. ବୈବାହିକ ଜୀବନରେ ସମସ୍ୟା ଆସିଲେ ଯିହୋବାଙ୍କର ପରାମର୍ଶ ମାନନ୍ତୁ

(୧୫ ମି.) ଆଲୋଚନା ।

ଯିହୋବା ଖ୍ରୀଷ୍ଟିୟାନ ସ୍ୱାମୀ ସ୍ତ୍ରୀଙ୍କୁ ସେସବୁ ଦେଇଛନ୍ତି, ଯେଉଁଥିରୁ ସେମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇପାରିବ । କିନ୍ତୁ ଏହା ବି ସତ ଯେ ସେମାନଙ୍କ ବୈବାହିକ ଜୀବନରେ କେବେ ନା କେବେ କୌଣସି ସମସ୍ୟା ନିଶ୍ଚୟ ଆସିବ । (୧କରି ୭:୨୮) ଯଦି ସ୍ୱାମୀ ସ୍ତ୍ରୀ ଏହି ସମସ୍ୟାଗୁଡ଼ିକୁ ସମାଧାନ ନ କରନ୍ତି, ତାହେଲେ ସେମାନଙ୍କର ଖୁସି ଚାଲି ଯାଇପାରେ ଏବଂ ସେମାନଙ୍କୁ ଲାଗିପାରେ ଯେ ସେମାନଙ୍କ ସମ୍ପର୍କ କେବେ ଠିକ୍‌ ହେବ ନାହିଁ । ଯଦି ଆପଣଙ୍କର ବି ବୈବାହିକ ଜୀବନରେ ଏପରି ସମସ୍ୟା ଆସେ, ତାହେଲେ ଆପଣ କʼଣ କରିପାରିବେ ?

ପ୍ରକୃତ ପ୍ରେମ କʼଣ ? ଭିଡିଓରେ ଦେଖାଇ ଦିଆଯାଇଛି ଯେ ଜଣେ ଯୁବା ସ୍ୱାମୀ ସ୍ତ୍ରୀଙ୍କ ବୈବାହିକ ଜୀବନରେ ଅନେକ ବଡ଼ ବଡ଼ ସମସ୍ୟା ଆସେ । ଏପରି ସମୟରେ ସେହି ସ୍ତ୍ରୀ, ଯିହୋବା ତାଙ୍କଠାରୁ କʼଣ ଚାହାନ୍ତି ସେବିଷୟରେ ନ ଭାବି ଗୋଟିଏ ଭୁଲ ନିଷ୍ପତ୍ତି ନେବାକୁ ଯାଉଥିଲେ । ଠିକ୍‌ ସେହି ସମୟରେ ତାଙ୍କ ବାପା ତାଙ୍କୁ ଗୋଟିଏ ପରାମର୍ଶ ଦିଅନ୍ତି । ଧ୍ୟାନ ଦିଅନ୍ତୁ ଯେ ସେ କʼଣ ପରାମର୍ଶ ଦିଅନ୍ତି ।

ପ୍ରକୃତ ପ୍ରେମ କʼଣ ?—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆମ ବୈବାହିକ ଜୀବନରେ ସମସ୍ୟା ଆସିଲେ, ଆମେ କାହିଁକି ଯିହୋବାଙ୍କର ପରାମର୍ଶ ମାନିବା ଉଚିତ୍‌ ?—ଯିଶା ୪୮:୧୭; ମାଥି ୧୯:୬

ଯଦି ଆପଣଙ୍କର ବୈବାହିକ ଜୀବନରେ ବଡ଼ ବଡ଼ ସମସ୍ୟା ଆସେ, ତାହେଲେ ଯିହୋବାଙ୍କର ନିକଟବର୍ତ୍ତୀ ହୋଇ ରହନ୍ତୁ ଏବଂ ଉପାସନା ସହ ଜଡ଼ିତ କାମରେ ଲାଗି ରହନ୍ତୁ । ବାଇବଲ ସିଦ୍ଧାନ୍ତଗୁଡ଼ିକ ସାହାଯ୍ୟରୁ ଆପଣ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ପୂରା ଚେଷ୍ଟା କରନ୍ତୁ । ଆମ ପ୍ରକାଶନଗୁଡ଼ିକରେ ଏପରି ତଥ୍ୟ ଖୋଜନ୍ତୁ, ଯେଉଁଥିରୁ ଆପଣ ବୁଝିପାରିବେ ଯେ ଆପଣଙ୍କ ପରିସ୍ଥିତି ବିଷୟରେ ଯିହୋବା କʼଣ ଭାବନ୍ତି ଏବଂ ସେ ଆପଣଙ୍କଠାରୁ କʼଣ ଚାହାନ୍ତି । ଏପରି କରି ଆପଣ ଦେଖାଇବେ ଯେ ଆପଣ ଯିହୋବାଙ୍କଠାରୁ ସାହାଯ୍ୟ ନେଉଛନ୍ତି ଏବଂ ଏଥିରୁ ଆପଣଙ୍କୁ ଆଶିଷ ମିଳିବ ।—ହିତୋ ୧୦:୨୨; ଯିଶା ୪୧:୧୦.

“ଏହି ଦୁନିଆର ନକଲି ଶାନ୍ତିର ଫାନ୍ଦରେ ପଡ଼ନ୍ତୁ ନାହିଁ​—ଡେରଲ ଓ ଡେବୋରା ଫ୍ରାଇସିଞ୍ଜର” ଭିଡିଓର ଦୃଶ୍ୟ । ଅଭିନୟ କରି ଦେଖାଇ ଦିଆଯାଇଛି ଯେ ଯୁବା ଭଉଣୀ ଫ୍ରାଇସିଞ୍ଜର ଗୋଟିଏ ଫଟୋ ଦେଖୁଛନ୍ତି ।

ଏହି ଦୁନିଆର ନକଲି ଶାନ୍ତିର ଫାନ୍ଦରେ ପଡ଼ନ୍ତୁ ନାହିଁ—ଡେରଲ ଓ ଡେବୋରା ଫ୍ରାଇସିଞ୍ଜର ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଆପଣ ଭାଇ ଓ ଭଉଣୀ ଫ୍ରାଇସିଞ୍ଜରଙ୍କ ଅନୁଭୂତିରୁ ବୈବାହିକ ଜୀବନରେ ଆସୁଥିବା ବଡ଼ ବଡ଼ ସମସ୍ୟାଗୁଡ଼ିକୁ ସମାଧାନ କରିବା ବିଷୟରେ କʼଣ ଶିଖିଲେ ?

୮. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୨୨, ଭାଗ ୫ରେ କʼଣ ଅଛି ଏବଂ ପାଠ ୨୩

ଶେଷ ଟିପ୍ପଣୀ (୩ ମି.) | ଗୀତ ୫୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ