ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb25 ସେପ୍ଟେମ୍ବର ପୃଷ୍ଠା ୬-୭
  • ୨୨-୨୮ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୨-୨୮ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୫
mwb25 ସେପ୍ଟେମ୍ବର ପୃଷ୍ଠା ୬-୭

୨୨-୨୮ ସେପ୍ଟେମ୍ବର

ଉପଦେଶକ ୧–୨

ଗୀତ ୯୯ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

୧. ପରବର୍ତ୍ତୀ ପିଢ଼ିକୁ ଶିଖାଇବା ଜାରି ରଖନ୍ତୁ

(୧୦ ମି.)

[ଉପଦେଶକ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ପ୍ରତ୍ୟେକ ପିଢ଼ିର ଦାୟିତ୍ୱ ହେଉଛି, ପରବର୍ତ୍ତୀ ପିଢ଼ିକୁ ଶିଖାଇବା (ଉପ ୧:୪; ପ୍ର୧୭.୦୧-ହି ପୃ ୨୭-୨୮ ¶୩-୪)

ଯେବେ ଆମେ ଅନ୍ୟମାନଙ୍କୁ ଶିଖାଉ ଓ ସେମାନଙ୍କୁ କାମ ଦେଉ, ତେବେ ଆମେ ସେମାନଙ୍କୁ ସେହି ଖୁସି ଅନୁଭବ କରିବାରେ ସାହାଯ୍ୟ କରୁ ଯାହା ଯିହୋବାଙ୍କ ପାଇଁ ପରିଶ୍ରମ କଲେ ମିଳେ (ଉପ ୨:୨୪)

ଜଣେ ଯୁବା ପ୍ରାଚୀନ “ପ୍ରହରୀଦୁର୍ଗ” ସଞ୍ଚାଳନ କରୁଛନ୍ତି ଏବଂ ଜଣେ ବୃଦ୍ଧ ଭାଇ ଯିଏ ଷ୍ଟେଜ୍‌ରୁ ପଢୁଛନ୍ତି, ସେହି ଭାଇଙ୍କୁ ଦେଖି ଖୁସି ଅଛନ୍ତି ।

ଯୁବା ଭାଇମାନଙ୍କୁ ଏହା ଭାବି ଶିଖାଇବାରୁ ପଛଘୁଞ୍ଚା ଦିଅନ୍ତୁ ନାହିଁ ଯେ ଆଗକୁ ଯାଇ ସେମାନେ ଆପଣଙ୍କର ମନପସନ୍ଦର ଦାୟିତ୍ୱ ଛଡ଼ାଇ ନେବେ

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ଉପ ୧:୧—ଶଲୋମନଙ୍କୁ କାହିଁକି ଜଣେ ‘ଉପଦେଶକ’ ବୋଲି କୁହାଯାଇଛି ? (ଇନସାଇଟ୍‌ “ଉପଦେଶକ” (ହିନ୍ଦୀ) ¶୧)

  • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

(୪ ମି.) ଉପ ୧:୧-୧୮ (ଶିଖାଇବା ଅଧ୍ୟୟନ ୧୧)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ବ୍ୟକ୍ତି ଜଣଙ୍କୁ କେଉଁ ବିଷୟରେ ଆଗ୍ରହ ଅଛି ଏବଂ ତାଙ୍କ ସହ ପୁଣିଥରେ ଭେଟିବା ପାଇଁ ବ୍ୟବସ୍ଥା କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୨ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । ଲୋକଙ୍କୁ ପ୍ରେମ ପୁସ୍ତିକାରୁ ଆଉ କିଛି ପରାମର୍ଶ—କ, “ବାଇବଲରୁ କୌଣସି କଥା କିପରି କହିବି ?” ଭାଗର ପ୍ରଥମ ପାରାଗ୍ରାଫରେ ଯେପରି କୁହାଯାଇଛି, ସେହିପରି ଭାବରେ କଥାବାର୍ତ୍ତା ଆରମ୍ଭ କରନ୍ତୁ ଏବଂ ଏହାର ତଳେ ଦିଆଯାଇଥିବା ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ବିଷୟ ବାଛନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୬. ପୁଣିଥରେ ଭେଟିବା ସମୟରେ

(୨ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ବ୍ୟକ୍ତି ଜଣକ ଗତଥର ଯେଉଁ ପ୍ରଶ୍ନ ପଚାରିଥିଲେ, ତାହାର ଉତ୍ତର ଦିଅନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୯ ପଏଣ୍ଟ ନଂ. ୫)

୭. ବାଇବଲ ଅଧ୍ୟୟନ ସମୟରେ

(୫ ମି.) ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା । କହନ୍ତୁ ଯେ ବାଇବଲ ଅଧ୍ୟୟନ କିପରି ହୁଏ । ତାʼପରେ ଆରଥର ଅଧ୍ୟୟନ କରିବା ପାଇଁ ଜାଗା ଓ ସମୟ ସ୍ଥିର କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧୦ ପଏଣ୍ଟ ନଂ. ୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୮୪

୮. ଅନ୍ୟମାନଙ୍କୁ ଶିଖାଇବା ପାଇଁ ତିନୋଟି ମହତ୍ତ୍ୱପୂର୍ଣ୍ଣ କଥା

(୧୫ ମି.) ଆଲୋଚନା ।

ଚିତ୍ରଗୁଡ଼ିକ: ଭାଇମାନେ ଭିନ୍ନ ଭିନ୍ନ ପରିସ୍ଥିତିରେ ଅନ୍ୟମାନଙ୍କୁ ଟ୍ରେନିଙ୍ଗ ଦେଉଛନ୍ତି । ୧. ନିର୍ମାଣ ଜାଗାରେ ଜଣେ ଭାଇ, ଜଣେ ଭଉଣୀଙ୍କୁ ଇଲେକ୍‌ଟ୍ରୋନିକ୍‌ ଉପକରଣ ଚଲାଇବା ଶିଖାଉଛନ୍ତି । ୨. ଜଣେ ଯୁବା ଭାଇ ରାଜ୍ୟଘରେ ଅନ୍ୟ ଜଣେ ଭାଇଙ୍କ ସାମନାରେ ଭାଷଣର ଅଭ୍ୟାସ କରୁଛନ୍ତି, ଯିଏ ବୟସରେ ତାଙ୍କଠାରୁ ବଡ଼ । ସେହି ଭାଇ “ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ” ପୁସ୍ତିକା ଧରିଛନ୍ତି । ୩. ଜଣେ ଭାଇ ଅନ୍ୟ ଜଣେ ଯୁବା ଭାଇଙ୍କୁ ମାଇକର ବ୍ୟାଟେରୀ ବଦଳାଇବା ଶିଖାଉଛନ୍ତି । ୪. ଜଣେ ବାପା ନିଜ ଦୁଇ ପୁଅ ସହ ମିଶି ରାଜ୍ୟଘରର ସଫାସୁତୁରା କରୁଛନ୍ତି । ବାପା ଓ ବଡ଼ ପୁଅ ମିଶି ଷ୍ଟେଜ୍‌ରେ ଭାକ୍ୟୁମ କ୍ଲିନର ଚଲାଉଛନ୍ତି ଏବଂ ସାନ ପୁଅ ପୋଡିୟମକୁ କପଡ଼ାରେ ପୋଛୁଛି ।

ଆମେ ଅନ୍ୟମାନଙ୍କୁ ପ୍ରେମ କରୁ, ତେଣୁ ସେମାନଙ୍କୁ ଶିଖାଉ ଯାହାଫଳରେ ଆମେ ସେମାନଙ୍କ ସହ ମିଶି ଯିହୋବାଙ୍କ କାମକୁ ପୂରା କରିପାରିବା

ବାଇବଲରେ ଏପରି ଅନେକ ଲୋକଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଅନ୍ୟମାନଙ୍କୁ ଭଲଭାବରେ ଶିଖାଇଲେ । ଯେପରି, ଶାମୁୟେଲ ଶାଉଲଙ୍କୁ, ଏଲୀୟ ଇଲୀଶାୟଙ୍କୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ ଓ ପାଉଲ ତୀମଥିଙ୍କୁ ଶିଖାଇଲେ । ଏମାନଙ୍କଠାରୁ ଆମେ ଅନେକ କଥା ଶିଖିପାରିବା । କିନ୍ତୁ ସବୁଠୁ ଭଲ ଶିକ୍ଷା ଯିହୋବା ଦିଅନ୍ତି । ତାଙ୍କଠାରୁ ଆମେ କʼଣ ଶିଖିପାରିବା ?

ଯିହୋବାଙ୍କ ଭଳି ଟ୍ରେନିଙ୍ଗ ଦିଅନ୍ତୁ (ଯୋହ ୫:୨୦)—ଉଦ୍ଧୃତାଂଶ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:

  • ଯିହୋବା ଯେପରି ଭାବେ ଅନ୍ୟମାନଙ୍କୁ ଶିଖାନ୍ତି, ସେଥିରୁ ଆମେ କେଉଁ ତିନୋଟି ମହତ୍ତ୍ୱପୂର୍ଣ୍ଣ କଥା ଶିଖିପାରୁ ?

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୨୦-୨୧

ଶେଷ ଟିପ୍ପଣୀ (୩ ମି.) | ଗୀତ ୧୫୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ