ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଜୁଲାଇ ପୃଷ୍ଠା ୩୨
  • ଆପଣ ଯାହା ଶିଖନ୍ତି, ତାହା ଅନ୍ୟମାନଙ୍କୁ କହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ଯାହା ଶିଖନ୍ତି, ତାହା ଅନ୍ୟମାନଙ୍କୁ କହନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • ଏପରି ରତ୍ନ ଖୋଜନ୍ତୁ ଯାହା ଆପଣଙ୍କ କାମରେ ଆସିବ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଆପଣ ଲୋକମାନଙ୍କୁ ଖୁସିର ଖବର କିପରି କହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଜୁଲାଇ ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ଆପଣ ଯାହା ଶିଖନ୍ତି, ତାହା ଅନ୍ୟମାନଙ୍କୁ କହନ୍ତୁ

ବାଇବଲ ଅଧ୍ୟୟନ ସମୟରେ ଯେବେ ଆମେ କୌଣସି ଭଲ କଥା ଶିଖୁ, ତେବେ ଆମକୁ ବହୁତ ଖୁସି ଲାଗେ । କିନ୍ତୁ ଯେବେ ଆମେ ସେହି କଥାଗୁଡ଼ିକୁ ଅନ୍ୟମାନଙ୍କୁ କହୁ, ତେବେ ଆମକୁ ଆହୁରି ଖୁସି ଲାଗେ । ହିତୋପଦେଶ ୧୧:୨୫ ପଦରେ ଲେଖା ହୋଇଛି, ‘ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହୁଏ ।’

ଯେବେ ଆମେ ଶିଖିଥିବା କଥାଗୁଡ଼ିକୁ ଅନ୍ୟମାନଙ୍କୁ କହୁ, ତେବେ ଆମ ପାଇଁ ସେହି କଥାଗୁଡ଼ିକୁ ମନେ ରଖିବା ସହଜ ହୋଇଯାଏ ଓ ସେହି ବିଷୟରେ ଆମର ଜ୍ଞାନ ବଢ଼େ । ଯେବେ ଆମେ ଦେଖୁ ଯେ ଏହି କଥାଗୁଡ଼ିକରୁ ଲୋକମାନଙ୍କୁ ଲାଭ ହେବ, ତେବେ ଏବିଷୟରେ ଅନ୍ୟମାନଙ୍କୁ କହି ଆମକୁ ଖୁସି ଲାଗେ ।—ପ୍ରେରି. ୨୦:୩୫.

ଏପରି କରନ୍ତୁ: ଆପଣ ଯାହା ଶିଖିଛନ୍ତି, ତାହା ଆସନ୍ତା ସପ୍ତାହରେ କାହାରିକୁ କହନ୍ତୁ । ଆପଣ ନିଜ ପରିବାରରେ, ମଣ୍ଡଳୀରେ, କାମ ଜାଗାରେ କିମ୍ବା ସ୍କୁଲରେ କାହାରିକୁ ଏବିଷୟରେ କହିପାରିବେ । କିମ୍ବା ନିଜ ପଡ଼ୋଶୀମାନଙ୍କୁ କିମ୍ବା ପ୍ରଚାରରେ ବି କହିପାରିବେ । ସ୍ପଷ୍ଟ ଓ ସହଜ ଭାବେ ନିଜର କଥା ଅନ୍ୟମାନଙ୍କୁ କହିବା ପାଇଁ ଚେଷ୍ଟା କରନ୍ତୁ ।

ମନେ ରଖନ୍ତୁ: ଶିଖିଥିବା କଥାଗୁଡ଼ିକୁ ଅନ୍ୟମାନଙ୍କୁ କହିବା ସମୟରେ ସେମାନଙ୍କର ଉତ୍ସାହ ବଢ଼ାନ୍ତୁ । ନିଜ ଆଡ଼କୁ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।—୧ କରି. ୮:୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ