ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୨୪ ପୃଷ୍ଠା ୨୭-୨୮
  • ପାଉଲ ମଣ୍ଡଳୀଗୁଡ଼ିକକୁ ଚିଠି ଲେଖିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପାଉଲ ମଣ୍ଡଳୀଗୁଡ଼ିକକୁ ଚିଠି ଲେଖିଲେ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ବିଶ୍ୱାସ ଚାଲିଚଳନ ଏବଂ ପ୍ରେମ ଉପରେ ଉପଦେଶ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପାରାଦୀଶ ବିଲୁପ୍ତ ହେଲା
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ସୃଷ୍ଟିକର୍ତ୍ତା ମନୁଷ୍ୟକୁ ଗୋଟିଏ ପାରାଦୀଶ ଦେଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୨୪ ପୃଷ୍ଠା ୨୭-୨୮
ବନ୍ଦୀ ହରେ ପାଉଲଙ୍କ ଚିଠି ତୀମଥି ଲେଖି ଦେଉଛନ୍ତି

ଭାଗ ୨୪

ପାଉଲ ମଣ୍ଡଳୀଗୁଡ଼ିକକୁ ଚିଠି ଲେଖିଲେ

ପାଉଲଙ୍କ ଚିଠିଗୁଡ଼ିକ ଖ୍ରୀଷ୍ଟିୟ ସଂଗଠନକୁ ଦୃଢ଼ କଲା

ଯିହୋବାଙ୍କ ଇଚ୍ଛାକୁ ପୂର୍ଣ୍ଣକରିବା ପାଇଁ ପ୍ରଥମ ଶତାବ୍ଦୀର ନୂତନ ଗଠିତ ଖ୍ରୀଷ୍ଟିୟ ମଣ୍ଡଳୀ, ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାରଥିଲା । କିନ୍ତୁ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଆକ୍ରମଣର ସମ୍ମୁଖୀନ ହେଲେ । ମଣ୍ଡଳୀର ବାହାରୁ ତାଡ଼ନା ଓ ମଣ୍ଡଳୀ ମଧ୍ୟରେ କିଛି ଗୁପ୍ତ ସମସ୍ୟାକୁ ସାମନା କଲେ, ସେମାନେ କʼଣ ଈଶ୍ୱରଙ୍କର ବିଶ୍ୱସ୍ତତା ରଖିପାରିବେ ? ଖ୍ରୀଷ୍ଟିୟ ଗ୍ରୀକ୍‌ ଶାସ୍ତ୍ରରେ ୨୧ଟି ଚିଠି ଅଛି ଯାହା ଆବଶ୍ୟକୀୟ ଉପଦେଶ ଓ ଉତ୍ସାହ ଦିଏ ।

ରୋମୀୟ ରୁ ଏବ୍ରୀ ପୁସ୍ତକ ପର୍ଯ୍ୟନ୍ତ ୧୪ଟି ଚିଠି ପ୍ରେରିତପାଉଲଙ୍କ ଦ୍ୱାରା ଲିଖିତ । ଏହି ଚିଠିଗୁଡ଼ିକ ଲେଖାଯାଇଥିବା ନିର୍ଦ୍ଧିଷ୍ଟ ମଣ୍ଡଳୀର ସଦସ୍ୟ ବା ବ୍ୟକ୍ତି ବିଶେଷଙ୍କ ଉପରେ ଆଧାରିତ କରି ନାମିକରଣ କରାଯାଇଛି । ଆସନ୍ତୁ ପାଉଲଙ୍କ ଚିଠିଗୁଡ଼ିକର କେତେକ ବିଷୟଗୁଡ଼ିକୁ ଆଲୋଚନା କରି ଦେଖିବା ।

ନୈତିକତା ଓ ଆଚରଣ ସମ୍ପର୍କରେ ଉପଦେଶ । ବ୍ୟଭିଚାରୀ, ବିବାହ ବାହାରେ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତି ଓ ଅନ୍ୟାନ୍ୟ ଗୁରୁତର ପାପ କାର୍ଯ୍ୟରେ ଲିପ୍ତଥିବା ଲୋକ, “ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।” (ଗାଲାତୀୟ ୫:୧୯-୨୧; ୧ କରିନ୍ଥୀୟ ୬:୯-୧୧) ଈଶ୍ୱରଙ୍କ ଉପାସକମାନେ ଜାତି ନିର୍ବିଶେଷରେ ଏକତ୍ରିତ ହେବାକୁ ପଡ଼ିବ । (ରୋମୀୟ ୨:୧୧; ଏଫିସୀୟ ୪:୧-୬) ସେମାନେ ଆବଶ୍ୟକ ସ୍ଥଳେ ପରସ୍ପର ମଧ୍ୟରେ ସହବିଶ୍ୱାସୀଙ୍କୁ ଖୁସୀ ଖୁସୀ ସାହାଯ୍ୟ କରିବାକୁ ହେବ । (୨ କରିନ୍ଥୀୟ ୯:୭) ପାଉଲ କହନ୍ତି: “ନିରନ୍ତର ପ୍ରାର୍ଥନା କର” । ଉପାସକଙ୍କୁ ପ୍ରୋତ୍ସାହିତ କରାଯାଏ ଯେ ସେମାନେ ଯିହୋବାଙ୍କୁ ସହୃଦୟରେ ପ୍ରାର୍ଥନା କରନ୍ତୁ । (୧ ଥେସଲନିକୀୟ ୫:୧୭; ୨ ଥେସଲନିକୀୟ ୩:୧; ଫିଲିପ୍‌ପୀୟ ୪:୬, ୭) କେବଳ ବିଶ୍ୱାସରେ କରିଥିବା ପ୍ରାର୍ଥନାକୁ ହିଁ ଈଶ୍ୱର ଶୁଣିଥାନ୍ତି ।—ଏବ୍ରୀ ୧୧:୬.

ପରିବାରଗୁଡ଼ିକକୁ ଉନ୍ନତି କରିବା ପାଇଁ କʼଣ ସାହାଯ୍ୟ କରିପାରେ ? ସ୍ୱାମୀମାନେ ନିଜ ପତ୍ନୀମାନଙ୍କୁ ନିଜ ଶରୀର ଭଳି ପ୍ରେମ କରିବା ଉଚିତ୍‌ । ପତ୍ନୀମାନେ ନିଜ ସ୍ୱାମୀମାନଙ୍କୁ ଆଦର କରିବା ଉଚତ୍‌ । ପିଲାମାନେ ନିଜ ନିଜ ପିତାମାତାଙ୍କ ଆଜ୍ଞାକାରୀ ହେବା ଦରକାର, କାରଣ ଏଥିରେ ଈଶ୍ୱର ଖୁସୀ ହୁଅନ୍ତି । ପିତାମାତା ନିଜ ନିଜ ପିଲାମାନଙ୍କୁ ଈଶ୍ୱରଙ୍କ ନୀତିଅନୁସାରେ ପ୍ରେମପୂର୍ବକ ଶିକ୍ଷା ଦେବା ଉଚିତ୍‌ ।—ଏଫିସୀୟ ୫:୨୨-୬:୪; କଲସୀୟ ୩:୧୮-୨୧.

ପାଉଲଙ୍କ ଚିଠି ଲେଖିଥିବା ସ୍ଥାନଗୁକର ମାନଚିତ

ଈଶ୍ୱରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହେଲା । ଖ୍ରୀଷ୍ଟଙ୍କ ଆଗମନ ନ ହେବା ପର୍ଯ୍ୟନ୍ତ ମୋଶାଙ୍କ କେତେକ ନିୟମ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା ସହିତ ରାସ୍ତା ଦେଖାଇଥିଲା । (ଗାଲାତୀୟ ୩:୨୪) ତଥାପି ଖ୍ରୀଷ୍ଟିୟାନମାନଙ୍କୁ ଈଶ୍ୱରଙ୍କ ଉପାସନା ପାଇଁ ମୋଶାଙ୍କ ନିୟମ ପାଳନ କରିବା ଆବଶ୍ୟକ ନାହିଁ । ଏବ୍ରୀୟ ଖ୍ରୀଷ୍ଟିୟାନମାନଙ୍କୁ ପାଉଲ ଚିଠି ଲେଖି ନିୟମର ଅର୍ଥ କହିବା ସହିତ ଈଶ୍ୱରଙ୍କ ଉଦ୍ଦେଶ୍ୟ କିପରି ଖ୍ରୀଷ୍ଟଙ୍କଠାରେ ପୂରଣ ହେଲା ସେହି ବିଷୟରେ ମଧ୍ୟ ବୁଝେଇଥିଲେ । ପାଉଲ ବୁଝେଇଥିଲେ ଯେ ନିୟମର ବ୍ୟବସ୍ଥା ମଧ୍ୟରେ ଅନେକ ଭବିଷ୍ୟତବାଣୀ ମୂଳକ ମୂଲ୍ୟ ରହିଛି । ଉଦାହରଣ ପାଇଁ, ପଶୁବଳି ଥିଲା ଯୀଶୁଙ୍କ ବଳିଦାନ ମୂଳକ ମୃତ୍ୟୁର ଏକ ଛାୟା ସ୍ୱରୂପ ଯାହା ପ୍ରକୃତ ପାପକ୍ଷମା କରିପାରେ । (ଏବ୍ରୀ ୧୦:୧-୪) ଯୀଶୁଙ୍କ ମୃତ୍ୟୁ ପରେ ଈଶ୍ୱର ସେହି ନିୟମ ଚୁକ୍ତିକୁ ରଦ୍‌ କରିଲେ, କାରଣ ଏହାର କୌଣସି ଆବଶ୍ୟକତା ରହିଲା ନାହିଁ ।—କଲସୀୟ ୨:୧୩-୧୭; ଏବ୍ରୀ ୮:୧୩.

ଥମ ଶତାବ୍ଦୀର ଷ୍ଟିୟମଣ୍ଡଳୀରେ ପାଉଲଙ୍କ ଚିଠିଗୁକକୁ ପଯାଉଛି

ମଣ୍ଡଳୀର ଉପଯୁକ୍ତ ସାଂଗଠନିକ ବ୍ୟବସ୍ଥା ସମ୍ପର୍କରେ ନିର୍ଦ୍ଦେଶନା । ଯେଉଁ ପୁରୁଷମାନେ ମଣ୍ଡଳୀର ଦାୟିତ୍ୱ ନେବାକୁ ଚାହାନ୍ତି ସେମାନଙ୍କୁ ଉଚ୍ଚ ନୈତିକତା ଓ ଆଧ୍ୟାତ୍ମିକ ଯୋଗ୍ୟ ହେବା ଦରକାର । (୧ ତୀମଥି ୩:୧-୧୦, ୧୨, ୧୩; ତୀତସ ୧:୫-୯) ଯିହୋବା ଈଶ୍ୱରଙ୍କ ଉପାସକମାନେ ସବୁବେଳେ ପରସ୍ପରକୁ ପ୍ରୋତ୍ସାହନ କରିବାପାଇଁ ନିୟମିତ ଏକତ୍ରିତ ହେବା ନିହାତି ଦରକାର । (ଏବ୍ରୀ ୧୦:୨୪, ୨୫) ଉପାସନାର ସଭାଗୁଡ଼ିକ ପ୍ରକୃତରେ ଶିକ୍ଷାଉପଯୋଗୀ ଓ ଗଠନ ମୂଳକ ହେବା ଉଚିତ୍‌ ।—୧ କରିନ୍ଥୀୟ ୧୪:୨୬, ୩୧.

ପାଉଲ ତୀମଥିଙ୍କୁ ଦ୍ୱିତୀୟ ଚିଠି ଲେଖିଲା ବେଳେ ରୋମକୁ ଫେରି ଯାଇଥିଲେ; ସେ କାରାଗାରରେ ଥାଇ ବିଚାରର ଅପେକ୍ଷାରେ ଥିଲେ । ମାତ୍ର କେତେଜଣ ସାହସୀ ଲୋକ ନିଜକୁ ବିପଦରେ ସମ୍ମୁଖୀନ କରି ତାʼଙ୍କୁ ଦେଖାକରିବାକୁ ଆସୁଥିଲେ । ପାଉଲ ଜାଣିପାରୁଥିଲେ ଯେ ତାହାଙ୍କ ଜୀବନର ଶେଷ ସମୟ ଆସିଯାଇଛି । “ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି,” ସେ କହିଥିଲେ । “ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି ।” (୨ ତୀମଥି ୪:୭) ପ୍ରାୟତଃ, ଏହାପରେ ପାଉଲଙ୍କ ହତ୍ୟା କରାଗଲା । କିନ୍ତୁ ଏହି ପ୍ରେରିତଙ୍କର ଚିଠିଗୁଡ଼ିକ ଆଜି ମଧ୍ୟ ସତ୍ୟ ଉପାସକଙ୍କୁ ପଥ ପ୍ରଦର୍ଶନ କରାଉଛି ।

—ଏହା ରୋମୀୟ; ୧ କରିନ୍ଥୀୟ; ୨ କରିନ୍ଥୀୟ; ଗାଲାତୀୟ; ଏଫିସୀୟ; ଫିଲିପ୍‌ପୀୟ; କଲସୀୟ; ୧ ଥେସଲନିକୀୟ; ୨ ଥେସଲନିକୀୟ; ୧ ତୀମଥି; ୨ ତୀମଥି; ତୀତସ; ଫିଲୀମୋନ; ଏବଂ ଏବ୍ରୀ ପୁସ୍ତକ ଉପରେ ଆଧାରିତ ।

  • ପାଉଲଙ୍କ ଦ୍ୱାରା ଲିଖିତ ଚିଠିଗୁଡ଼ିକ ନୈତିକତା ଓ ଆଚରଣ ଉପରେ କʼଣ କହେ ?

  • ଈଶ୍ୱରଙ୍କ ଉଦ୍ଦେଶ୍ୟ ଖ୍ରୀଷ୍ଟଙ୍କଠାରେ ପରିପୂର୍ଣ୍ଣ ହେବା ବିଷୟରେ ପାଉଲ କିପରି ଆଲୋକପାତ କରିଛନ୍ତି ?

  • ମଣ୍ଡଳୀର ଉପଯୁକ୍ତ ସାଂଗଠନିକ ବ୍ୟବସ୍ଥା ବିଷୟରେ ପାଉଲ କି ନିର୍ଦ୍ଦେଶନା ଦେଇଥିଲେ ?

ପ୍ରତିଜ୍ଞାତ ବଂଶ କିଏ ?

ଆଦମ ଓ ହବା ପାପ କରିବା ପରେ ଲାକ୍ଷଣିକ ଭାଷାରେ ଈଶ୍ୱର ସର୍ପକୁ କହିଲେ: “ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ ।” (ଆଦିପୁସ୍ତକ ୩:୧୫) ଶାସ୍ତ୍ର ଦିଆବଳକୁ “ପୁରାତନ ସର୍ପ” ରୂପେ ଚିହ୍ନିତ କରେ । (ପ୍ରକାଶିତ ବାକ୍ୟ ୧୨:୯) ଈଶ୍ୱରଙ୍କ ପ୍ରତିଜ୍ଞାତ ବଂଶ ବା ଉଦ୍ଧାର କର୍ତ୍ତା ଯାହାର ପରିଚୟ ଗୁପ୍ତ ରହିଥିଲା ତାହା ଶହ ଶହ ବର୍ଷ ଧରି ବାଇବଲରେ ଧୀରେ ଧୀରେ ପ୍ରକାଶିତ ହୋଇଛି ।

ଆଦମ ଓ ହବା ପାପ କରିବାର ପ୍ରାୟ ୨୦୦୦ବର୍ଷ ପରେ ଯିହୋବା ସଂକେତ ଦେଇଥିଲେ ଯେ ପ୍ରତିଜ୍ଞାତ ବଂଶ ଅବ୍ରହାମଙ୍କ ବଂଶରୁ ଆସିବେ । (ଆଦିପୁସ୍ତକ ୨୨:୧୭, ୧୮) ଅନେକ ଶତାବ୍ଦି ପରେ, ପ୍ରେରିତ ପାଉଲ ପ୍ରକାଶ କରିଥିଲେ ଯେ ସେହି ବଂଶର ମୁଖ୍ୟଭାଗ ହେଉଛନ୍ତି ମସୀହ ଅର୍ଥାତ୍‌ ଯୀଶୁଖ୍ରୀଷ୍ଟ । (ଗାଲାତୀୟ ୩:୧୬) ଆଦିପୁସ୍ତକ ୩:୧୫ ଅନୁସାରେ ଲାକ୍ଷଣିକଭାବେ ଯୀଶୁଙ୍କ “ଗୋଇଠିକି ଆଘାତ” କରାଗଲା, ଯେତେବେଳେ ତାହାଙ୍କ ମୃତ୍ୟୁ ହେଲା । କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁତ୍‌ଥିତ କଲେ ଏବଂ ସେ “ଆତ୍ମାରେ ଜୀବିତ ହେଲେ ।”—୧ ପିତର ୩:୧୮.

ଈଶ୍ୱରଙ୍କ ଏହା ମଧ୍ୟ ଉଦ୍ଦେଶ୍ୟ ଥିଲା ଯେ ସେହି ବଂଶର ଗୌଣଭାଗ ୧,୪୪,୦୦୦ ଜଣ ମନୁଷ୍ୟ ସନ୍ତାନ ହେବେ । (ଗାଲାତୀୟ ୩:୨୯; ପ୍ରକାଶିତ ବାକ୍ୟ ୧୪:୧) ସେମାନେ ଖ୍ରୀଷ୍ଟଙ୍କ ସ୍ୱର୍ଗୀୟ ରାଜ୍ୟର ସହଉତ୍ତରାଧିକାରୀ ଭାବେ ଆତ୍ମିକ ଜୀବନରେ ପୁନରୁତ୍‌ଥିତ ହୁଅନ୍ତି ।—ରୋମୀୟ ୮:୧୬, ୧୭.

ଜଣେ ଶକ୍ତିଶାଳୀ ସ୍ୱର୍ଗୀୟ ରାଜାଭାବେ, ଯୀଶୁ ଅତି ଶୀଘ୍ର ଶୟତାନ ଓ ତାର ବଂଶ ଅର୍ଥାତ୍‌ ଦୁଷ୍ଟମାନବଜାତି ଏବଂ ଦୁଷ୍ଟ ଦୂତମାନଙ୍କୁ ବିନାଶ କରିଦେବେ । (ଯୋହନ ୮:୪୪; ଏଫିସୀୟ ୬:୧୨) ଯୀଶୁଙ୍କ ଶାସନ, ଆଜ୍ଞାକାରୀ ମାନବଜାତିଙ୍କ ପାଇଁ ଶାନ୍ତି ଓ ଖୁସୀ ଆଣିଦେବ । ଏହିପରିଭାବେ ସେ ଶୟତାନର “ମସ୍ତକକୁ” ଆଘାତ କରିବେ ଓ ତାହାର ସମ୍ପୂର୍ଣ୍ଣ ବିନାଶ କରିବେ ।—ଏବ୍ରୀ ୨:୧୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ