ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୯ ପୃଷ୍ଠା ୨୮-ପୃଷ୍ଠା ୨୯ ଅନୁଚ୍ଛେଦ ୧
  • ଲମ୍ବା ସମୟ ପରେ ଏକ ପୁଅ ହେଲା !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲମ୍ବା ସମୟ ପରେ ଏକ ପୁଅ ହେଲା !
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଅବ୍ରହାମ ଓ ସାରା ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୯ ପୃଷ୍ଠା ୨୮-ପୃଷ୍ଠା ୨୯ ଅନୁଚ୍ଛେଦ ୧
ସ୍ୱର୍ଗଦୂତ ଅବ୍ରହାମଙ୍କ ସହ କଥା ହେଉଛନ୍ତି ଏବଂ ସାରା ତମ୍ବୁ ଭିତରୁ କଥା ଶୁଣୁଛନ୍ତି

ପାଠ ୯

ଲମ୍ବା ସମୟ ପରେ ଏକ ପୁଅ ହେଲା !

ଅବ୍ରହାମ ଓ ସାରାଙ୍କୁ ବାହା ହୋଇ ଅନେକ ବର୍ଷ ହୋଇଯାଇଥିଲା । ସେମାନେ ଊର ସହରରେ ନିଜ ଘର ଛାଡ଼ି ଦେଇଥିଲେ ଯେଉଁଠି ସେମାନେ ଆରାମରେ ରହୁଥିଲେ । ଏବେ ସେମାନେ ଗୋଟିଏ ତମ୍ବୁରେ ରହୁଥିଲେ, ତଥାପି ସାରା କୌଣସି ଅଭିଯୋଗ କଲେ ନାହିଁ କାରଣ ତାଙ୍କୁ ଯିହୋବାଙ୍କ ଉପରେ ଭରସା ଥିଲା ।

ସାରା ଗୋଟିଏ ଛୁଆ ଚାହୁଁଥିଲେ । ତେଣୁ ସେ ଅବ୍ରହାମଙ୍କୁ କହିଲେ, ‘ଯଦି ମୋ ଦାସୀ ହାଗାରର ଗୋଟିଏ ଛୁଆ ହେବ ତେବେ ସେ ମୋର ଛୁଆ ଭଳି ହେବ ।’ କିଛି ସମୟ ପରେ ହାଗାରର ଗୋଟିଏ ପୁଅ ହେଲା । ତାʼର ନାମ ଇଶ୍ମାଏଲ ଥିଲା ।

ସାରା ଗର୍ଭବତୀ ଅଛନ୍ତି

ଅନେକ ବର୍ଷ ପରେ ଯେବେ ଅବ୍ରହାମ ୯୯ ବର୍ଷର ଥିଲେ ଏବଂ ସାରା ୮୯ ବର୍ଷର, ତେବେ ସେମାନଙ୍କଠାରେ ତିନି ଜଣ ଅତିଥି ଆସିଲେ । ଅବ୍ରହାମ ସେମାନଙ୍କୁ ଗୋଟିଏ ଗଛ ତଳେ ଆରାମ କରିବା ପାଇଁ ଏବଂ ଖାଦ୍ୟ ଖାଇବା ପାଇଁ କହିଲେ । ଜାଣିଛ ସେହି ଅତିଥିମାନେ କିଏ ଥିଲେ ? ସେମାନେ ସ୍ୱର୍ଗଦୂତ ଥିଲେ ! ସେମାନେ ଅବ୍ରହାମଙ୍କୁ କହିଲେ, ‘ପରବର୍ତ୍ତୀ ବର୍ଷ ଏହି ସମୟରେ ତମ ସ୍ତ୍ରୀ ସାରାର ଗୋଟିଏ ପୁତ୍ର ହେବ ।’ ସାରା ତମ୍ବୁ ଭିତରୁ ଏହି କଥା ଶୁଣୁଥିଲେ । ସେ ଏହା ଭାବି ହସିବାକୁ ଲାଗିଲେ, ‘ମୁଁ ତ ଏତେ ବୁଢ଼ୀ ହୋଇଯାଇଛି, ମୋ ଛୁଆ କିପରି ହୋଇପାରିବ ?’

ପରବର୍ତ୍ତୀ ବର୍ଷ ସାରା ଗୋଟିଏ ପୁଅକୁ ଜନ୍ମ ଦେଲେ, ଠିକ୍‌ ଯେପରି ଯିହୋବାଙ୍କ ସ୍ୱର୍ଗଦୂତ ପ୍ରତିଜ୍ଞା କରିଥିଲେ । ଅବ୍ରହାମ ତାʼର ନାମ ଇସ୍‌ହାକ ରଖିଲେ ଯାହାର ଅର୍ଥ ହେଉଛି ‘ହସ ।’

ଯେବେ ଇସ୍‌ହାକ ପ୍ରାୟ ପାଞ୍ଚ ବର୍ଷର ଥିଲା ତେବେ ସାରା ଦେଖିଲେ ଯେ ଇଶ୍ମାଏଲ, ଇସ୍‌ହାକର ମଜାକ ଉଡ଼ାଉଛି । ସେ ନିଜ ପୁଅକୁ ରକ୍ଷା କରିବା ପାଇଁ ଚାହୁଁଥିଲେ, ତେଣୁ ସେ ଅବ୍ରହାମଙ୍କୁ କହିଲେ ଯେ ସେ ହାଗାର ଓ ଇଶ୍ମାଏଲକୁ ତାଙ୍କ ଘରଠୁ ଦୂରକୁ ପଠାଇ ଦିଅନ୍ତୁ । ଅବ୍ରହାମ ଏପରି କରିବା ପାଇଁ ଚାହୁଁ ନ ଥିଲେ । କିନ୍ତୁ ଯିହୋବା ମଧ୍ୟ ଇସ୍‌ହାକକୁ ରକ୍ଷା କରିବା ପାଇଁ ଚାହୁଁଥିଲେ, ତେଣୁ ସେ ଅବ୍ରହାମଙ୍କୁ କହିଲେ, ‘ସାରାଙ୍କ କଥା ଶୁଣ କାରଣ ଇସ୍‌ହାକଠାରୁ ହିଁ ମୋ ସବୁ ପ୍ରତିଜ୍ଞା ପୂରା ହେବ । ତମେ ଇଶ୍ମାଏଲର ଚିନ୍ତା କର ନାହିଁ, ମୁଁ ତାʼର ଯତ୍ନ ନେବି ।’

ସାରା ଇସ୍‌ହାକକୁ ଧରିଛନ୍ତି ଏବଂ ହାଗାର ଓ ଇଶ୍ମାଏଲ ଯାଉଛନ୍ତି

‘ବିଶ୍ୱାସ ଦ୍ୱାରା ସାରା ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ମନେ କରି ଗର୍ଭବତୀ ହେବାକୁ ଶକ୍ତି ପ୍ରାପ୍ତ ହେଲେ ।’—ଏବ୍ରୀ ୧୧:୧୧

ପ୍ରଶ୍ନ: ସାରା ସ୍ୱର୍ଗଦୂତମାନଙ୍କୁ ଅବ୍ରହାମଙ୍କୁ କʼଣ କହୁଥିବାର ଶୁଣିଲେ ? ଯିହୋବା କିପରି ଇସ୍‌ହାକଙ୍କୁ ରକ୍ଷା କଲେ ?

ଆଦି ପୁସ୍ତକ ୧୬:୧-୪, ୧୫, ୧୬; ୧୭:୨୫-୨୭; ୧୮:୧-୧୫; ୨୧:୧-୧୪; ଏବ୍ରୀ ୧୧:୧୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ