ଭାଗ ୧ରେ କʼଣ ଅଛି
ବାଇବଲରେ ସବୁଠୁ ପ୍ରଥମେ ଏହା ଦିଆଯାଇଛି ଯେ ଯିହୋବା କିପରି ଆକାଶ, ପୃଥିବୀ ଏବଂ ସେଥିରେ ଥିବା ସମସ୍ତ ସୁନ୍ଦର ଜିନିଷକୁ ସୃଷ୍ଟି କରିଛନ୍ତି । ଯଦି ଆପଣଙ୍କ ପିଲାମାନେ ଅଛନ୍ତି ତେବେ ସେମାନଙ୍କୁ କୁହନ୍ତୁ ଯେ ସୃଷ୍ଟିରେ ଅଗଣିତ ପ୍ରକାରର ଜିନିଷଗୁଡ଼ିକ ଅଛି । ସେମାନଙ୍କୁ ବୁଝାନ୍ତୁ ଯେ ଈଶ୍ୱର କିପରି ମଣିଷକୁ ପଶୁମାନଙ୍କଠାରୁ ପୂରା ଅଲଗା ସୃଷ୍ଟି କରିଛନ୍ତି । ସେ ଆମକୁ କଥା ହେବା, ଭାବିଚିନ୍ତି ନିଷ୍ପତ୍ତି ନେବା, ନୂଆ ନୂଆ ଜିନିଷ ତିଆରି କରିବା, ଗୀତ ଗାଇବା ଏବଂ ପ୍ରାର୍ଥନା କରିବା ଭଳି ଦକ୍ଷତାଗୁଡ଼ିକ ଦେଇଛନ୍ତି ଯାହା ପଶୁମାନଙ୍କଠାରେ ନ ଥାଏ । ତେଣୁ ସେମାନଙ୍କୁ ଏହା ବି ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବାଙ୍କଠାରେ କେତେ ଶକ୍ତି ଓ ବୁଦ୍ଧି ଅଛି । ସେମାନଙ୍କୁ ବିଶେଷ କରି ଏହା କୁହନ୍ତୁ ଯେ ସେ କିପରି ନିଜ ସମସ୍ତ ସୃଷ୍ଟିକୁ ଏବଂ ଆମ ସମସ୍ତଙ୍କୁ ପ୍ରେମ କରନ୍ତି ।