ଭାଗ ୪ରେ କʼଣ ଅଛି
ଏହି ଭାଗରେ ଯୋଷେଫ, ଆୟୁବ, ମୋଶା ଓ ଇସ୍ରାଏଲୀୟମାନଙ୍କ ବିଷୟରେ ଦିଆଯାଇଛି । ସେସମସ୍ତଙ୍କୁ ଶୟତାନ ଯୋଗୁଁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା । ସେମାନଙ୍କ ସହ ଅନ୍ୟାୟ ହେଲା, ଜେଲରେ ବନ୍ଦୀ କରାଗଲା, ଦାସ କରି ନିଆଗଲା ଏବଂ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଗଲା । ତଥାପି ଯିହୋବା ଅନେକ ଉପାୟରେ ସେମାନଙ୍କୁ ସାହାଯ୍ୟ କଲେ । ଯଦି ଆପଣଙ୍କ ପିଲାମାନେ ଅଛନ୍ତି, ତେବେ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯିହୋବାଙ୍କ ଏହି ସେବକମାନେ କିପରି କଷ୍ଟଗୁଡ଼ିକ ସହିବା ସତ୍ତ୍ୱେ ନିଜ ବିଶ୍ୱାସ ହରାଇଲେ ନାହିଁ ।
ଯିହୋବା ମିଶରରେ ଦଶଟି ଦଣ୍ଡ ଆଣି ଦେଖାଇଲେ ଯେ ସେ ସେଠାର ସମସ୍ତ ଦେବତାଙ୍କଠୁ ଅଧିକ ଶକ୍ତିଶାଳୀ ଅଟନ୍ତି । କୁହନ୍ତୁ ଯେ ଯିହୋବା ପ୍ରାଚୀନ ସମୟରେ ନିଜ ଲୋକଙ୍କ କିପରି ରକ୍ଷା କରିଥିଲେ ଏବଂ ଆଜି ବି କିପରି ରକ୍ଷା କରନ୍ତି ।