ଗୀତ ୨୯
ତୁମ ନାଁ ଉଚ୍ଚ କରିବା !
(ଯିଶାଇୟ ୪୩:୧୦-୧୨)
- ୧. ଯିହୋବା ଅଟ ତୁମେ କେତେ ମହାନ, - ବୁଦ୍ଧିମାନ ଆଉ ସର୍ବଶକ୍ତିମାନ । - ତୁମ କାମ ଧାର୍ମିକ, ସିଦ୍ଧ, ନ୍ୟାୟ, - ପ୍ରେମର ଗୁଣ ତୁମ ମୁଖ୍ୟ । - ତୁମ ପରି ନାହିଁ କେହି ଈଶ୍ୱର, - କରିବା ତୁମ ନାଁର ପ୍ରଚାର । - (ଘୋଷା) - ତୁମ ସାକ୍ଷୀ ଆମେ ହେ ଯିହୋବା, - କରିବା ତୁମ ନାଁ ଉଚ୍ଚ ସଦା । 
- ୨. ମିଶି ଯେବେ କରୁ ପବିତ୍ର କାମ, - ବଢ଼େ ଆମ ଏକତା ଓ ପ୍ରେମ । - ଦେଖାଉ ଆମେ ସତ୍ୟର ଆଲୋକ, - ମିଳେ ତେବେ ଆନନ୍ଦ ଅଧିକ । - ତୁମର ନାମ ଦେଇ କଲ ସମ୍ମାନ୍, - କରିବା ଆମେ ତୁମ ନାଁ ସୁନାମ୍ । - (ଘୋଷା) - ତୁମ ସାକ୍ଷୀ ଆମେ ହେ ଯିହୋବା, - କରିବା ତୁମ ନାଁ ଉଚ୍ଚ ସଦା । 
(ଦ୍ୱିବି. ୩୨:୪; ଗୀତ. ୪୩:୩; ଦାନି. ୨:୨୦, ୨୧ ମଧ୍ୟ ଦେଖନ୍ତୁ ।)