ଗୀତ ୯୩
ସଭାରେ ଆଶିଷ ଦିଅ
(ଏବ୍ରୀ ୧୦:୨୪, ୨୫)
୧. ଆସିଛୁ ଆମେ ସଭାକୁ,
ବିନତି କରୁ ପିତା ।
ଆଶିଷ ଦିଅ ଯିହୋବା,
ତୁମ ପବିତ୍ର ଶକ୍ତି ।
୨. ପ୍ରେମେ ଦେଉ ତୋରି ସାକ୍ଷ୍ୟ,
ଶିଖାଉ ତୋରି ବାକ୍ୟ ।
ଭକ୍ତି ଓ ସେବା ଆମର,
ପିତା ଗ୍ରହଣ କର ।
୩. ହେଉ ଶାନ୍ତି ଓ ଏକତା,
ସାହାଯ୍ୟ କର ପିତା ।
ଆମେ କଥା ଓ କାମରୁ
କରିବୁ ତୋ ନାଁ ଉଚ୍ଚା ।
(ଗୀତ. ୨୨:୨୨; ୩୪:୩; ଯିଶା. ୫୦:୪ ମଧ୍ୟ ଦେଖନ୍ତୁ ।)