ଗୀତ ୧୧୧
ଆମ ଖୁସିର କାରଣ
(ମାଥିଉ ୫:୧୨)
- ୧. ଅପାର ଖୁସିର କାରଣ, - ପାଉ ସୃଷ୍ଟିରୁ ପ୍ରମାଣ, - ଦେଖୁ ଯେ ସୁନ୍ଦର ଏ ଜନ - ସୃଜିଲ ପିତା ଭୁବନ । - ମିଳେ ନାହିଁ ଖୁସି ସଂସାରେ, - ମିଳେ ଖୁସି ଯେ ଶାସ୍ତ୍ରରେ; - ନିତି ତୋ ଶିକ୍ଷା ନେଉ ଯେବେ, - ବିଶ୍ୱାସରେ ବଢ଼ୁ ତେବେ । - ଦୁଃଖ ଭରା ଏ ଦୁନିଆରେ, - ହାରି ନ ଯାଉ ପ୍ରାଣରେ; - ଶାନ୍ତି ଧୈର୍ଯ୍ୟ ଦିଅ ହେ ପିତା, - ସହିଯିବି ସବୁ ବ୍ୟଥା । - (ଘୋଷା) - ଖୁସିର ପିତା ଯିହୋବା, - ଦେଇଛ କାରଣ ତୁମେ - ଅଦ୍ଭୁତ ଦାନ, ସବୁଠୁ ମହାନ୍ - ପ୍ରଶଂସା କରୁ ଜୟଗାନ୍ । 
- ୨. ଦେଖୁ ପିତା ତୁମ ରଚନା, - ନାଚି ଉଠେ ମୋ ଭାବନା; - ଅଦ୍ଭୁତ ଏ ସୃଷ୍ଟି ତୁମର! - ଗଢ଼ିଛ ଯେ ଭୂ-ସାଗର, - ହେଲେ ଯୀଶୁ ସ୍ୱର୍ଗର ରାଜା, - ଜୟ୍-ଜୟ୍-କାର ଶୁଭେ ଧ୍ୱଜା; - ଚୁପ୍ ରହିବା ଯେ କଷ୍ଟକର - ବାର୍ତ୍ତା ଯେ ଜଣାଇବାର - ନୂଆ ରାଜ୍ୟ, ନୂଆ ଶାସନ, - ଅପେକ୍ଷା କରୁ ସେ ଦିନ; - ନ ଥିବ ଦୁଃଖ ଅବସାଦ, - ବୋହେ ତରଙ୍ଗ ଖୁସିର ! - (ଘୋଷା) - ଖୁସିର ପିତା ଯିହୋବା, - ଦେଇଛ କାରଣ ତୁମେ - ଅଦ୍ଭୁତ ଦାନ, ସବୁଠୁ ମହାନ୍ - ପ୍ରଶଂସା କରୁ ଜୟଗାନ୍ । 
(ଦ୍ୱିବି. ୧୬:୧୫; ଯିଶା. ୧୨:୬; ଯୋହ. ୧୫:୧୧ ମଧ୍ୟ ଦେଖନ୍ତୁ ।)