ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୮ ପୃଷ୍ଠା ୨୧
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୮ ପୃଷ୍ଠା ୨୧

ଅଧ୍ୟୟନ ୧୮

ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା

ବାଇବଲ ପଦ

୧ କରିନ୍ଥୀୟ ୯:୧୯-୨୩

ସାରାଂଶ: ଏପରି ତଥ୍ୟ ଦିଅନ୍ତୁ, ଯାହା ଆପଣଙ୍କ ଶ୍ରୋତାମାନଙ୍କୁ ଗଭୀର ଭାବେ ଚିନ୍ତନ କରିବା ପାଇଁ ସାହାଯ୍ୟ କରିବ । ସେମାନଙ୍କୁ ଲାଗିବା ଉଚିତ୍‌ ଯେ ସେମାନେ ଯାହା ଶିଖିଲେ, ସେଥିରୁ ସେମାନଙ୍କର ନିଶ୍ଚୟ ଲାଭ ହେବ ।

ଏହା କିପରି କରିପାରିବେ:

  • ଆପଣଙ୍କ ଶ୍ରୋତାମାନେ ଆଗରୁ ଯାହା ଜାଣିଛନ୍ତି, ତାକୁ ଧ୍ୟାନରେ ରଖନ୍ତୁ । ଶ୍ରୋତାମାନେ ପୂର୍ବରୁ ଯାହା ଶୁଣିଛନ୍ତି କେବଳ ସେଗୁଡ଼ିକୁ ଦୋହରାଇବା ଯଥେଷ୍ଟ ନୁହେଁ, ବରଂ ସେମାନଙ୍କୁ ବିଷୟଟିକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାରେ ସାହାଯ୍ୟ କରନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଶ୍ରୋତାମାନେ ଯେଉଁ କଥାଗୁଡ଼ିକ ସହ ପରିଚିତ ଅଟନ୍ତି, ସେଗୁଡ଼ିକୁ ଶୀଘ୍ର ଶୀଘ୍ର କୁହନ୍ତୁ । କିନ୍ତୁ ନୂଆ କଥାଗୁଡ଼ିକୁ କହିବା ସମୟରେ ଆପଣଙ୍କ କଥାର ବେଗକୁ କମ୍‌ କରି ଧୀରେ ଧୀରେ କୁହନ୍ତୁ ।

  • ଗବେଷଣା ଓ ଚିନ୍ତନ କରନ୍ତୁ । ଯଦି ସମ୍ଭବ, ମୁଖ୍ୟ କଥାଗୁଡ଼ିକୁ ବୁଝାଇବା ପାଇଁ ସାମ୍ପ୍ରତିକ ଘଟଣାଗୁଡ଼ିକୁ ସାମିଲ୍‌ କରନ୍ତୁ କିମ୍ବା ଏପରି ତଥ୍ୟଗୁଡ଼ିକୁ ସଂଗ୍ରହ କରି ସାମିଲ୍‌ କରନ୍ତୁ, ଯାହା ସହ ଶ୍ରୋତାମାନେ କମ୍‌ ପରିଚିତ ଅଟନ୍ତି । ଆପଣଙ୍କଠାରେ ଉପଲବ୍ଧ ଥିବା ତଥ୍ୟ ଉପରେ ଗଭୀର ଭାବେ ଚିନ୍ତନ କରନ୍ତୁ । ଏହା ସହିତ, ସେହି ତଥ୍ୟ ଏବଂ ଆପଣ ସଂଗ୍ରହ କରି ସାମିଲ୍‌ କରୁଥିବା ତଥ୍ୟ ମଧ୍ୟରେ କʼଣ ସମ୍ବନ୍ଧ ରହିଛି, ସେବିଷୟରେ ମଧ୍ୟ ଗଭୀର ଭାବେ ଚିନ୍ତନ କରନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଯେତେବେଳେ ଆପଣ ନିଜ ତଥ୍ୟକୁ ଗଭୀର ଭାବେ ଯାଞ୍ଚ କରନ୍ତି, ନିଜ ଭାବିବାର ଶକ୍ତିକୁ ଜାଗ୍ରତ କରିବା ପାଇଁ ନିଜକୁ କିଛି ପ୍ରଶ୍ନ ପଚାରନ୍ତୁ । ଯେପରି— ‘କଅଣ ? କାହିଁକି ? କେତେବେଳେ ? କେଉଁଠି ? କିଏ ? ଏବଂ କିପରି ?’ ଆପଣଙ୍କ ଉପସ୍ଥାପନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହିଭଳି କିଛି ପ୍ରଶ୍ନ ପଚାରନ୍ତୁ ଏବଂ ସେଗୁଡ଼ିକର ଉତ୍ତର ଦିଅନ୍ତୁ, ଯାହାଫଳରେ ଆପଣ ଯାହା ଶିଖାଉଛନ୍ତି ତାʼକୁ ଆହୁରି ଜୀବନ୍ତ କରିପାରିବେ ।

  • ଆପଣଙ୍କ ବାର୍ତ୍ତା ଶ୍ରୋତାମାନଙ୍କ କାମରେ କିପରି ଆସିବ, ତାହା ଦେଖାନ୍ତୁ । ବାଇବଲ ଯାହା ଶିଖାଏ, ତାହା ଆପଣଙ୍କ ଶ୍ରୋତାମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ କିପରି ସାହାଯ୍ୟ କରିପାରିବ, ସେବିଷୟରେ ବୁଝାନ୍ତୁ । ଆପଣଙ୍କ ଶ୍ରୋତାମାନେ କେଉଁ କେଉଁ ପରିସ୍ଥିତିର ସାମନା କରନ୍ତି, ନିର୍ଦ୍ଦିଷ୍ଟ ପରିସ୍ଥିତିରେ କିଭଳି ମନୋଭାବ ଦେଖାନ୍ତି ଏବଂ ନିର୍ଦ୍ଦିଷ୍ଟ କାମଗୁଡ଼ିକୁ କିଭଳି ଭାବେ କରିଥାʼନ୍ତି, ତାହା ଆଲୋଚନା କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ