ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୫୫
  • ନିଜ ମଣ୍ଡଳୀକୁ ସହଯୋଗ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ମଣ୍ଡଳୀକୁ ସହଯୋଗ କରନ୍ତୁ
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ଆପଣଙ୍କ ପ୍ରେମ ପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉଛୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଈଶ୍ୱର କେଉଁଭଳି ଉପାସନାକୁ ପସନ୍ଦ କରନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୫୫
ପାଠ ୫୫. କିଛି ଭାଇଭଉଣୀ ରାଜ୍ୟଘରର ବାହାରେ ସଫାସୁତୁରା ଓ ମରାମତି କରୁଛନ୍ତି ।

ପାଠ ୫୫

ନିଜ ମଣ୍ଡଳୀକୁ ସହଯୋଗ କରନ୍ତୁ

ଛପା ସଂସ୍କରଣ
ଛପା ସଂସ୍କରଣ
ଛପା ସଂସ୍କରଣ

ସାରା ଦୁନିଆରେ ଥିବା ହଜାର ହଜାର ମଣ୍ଡଳୀଗୁଡ଼ିକରେ ଲକ୍ଷ ଲକ୍ଷ ଲୋକ ଖୁସିରେ ଯିହୋବାଙ୍କର ଉପାସନା କରୁଛନ୍ତି । ସେମାନେ ଯାହା ଶିଖନ୍ତି ଓ ସେମାନଙ୍କୁ ଯେଉଁ ପରାମର୍ଶ ଦିଆଯାଏ, ତାʼପାଇଁ ସେମାନେ ବହୁତ କୃତଜ୍ଞ ଏବଂ ସେମାନେ ନିଜ ମଣ୍ଡଳୀକୁ ଅଲଗା ଅଲଗା ଉପାୟରେ ସହଯୋଗ କରନ୍ତି । କʼଣ ଆପଣ ମଧ୍ୟ ନିଜ ମଣ୍ଡଳୀ ପାଇଁ କୃତଜ୍ଞ ? ଆପଣ ନିଜ ମଣ୍ଡଳୀ ପାଇଁ କʼଣ କରିପାରିବେ ? ଆସନ୍ତୁ ଜାଣିବା ।

୧. ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ସମୟ ଓ ଶକ୍ତି ଲଗାଇପାରିବା ?

ଆମେ ସମସ୍ତେ ମଣ୍ଡଳୀର କାମଗୁଡ଼ିକରେ ସହଯୋଗ କରିପାରିବା । ଯେପରି, ଆମ ମଣ୍ଡଳୀରେ ଥିବା ବୃଦ୍ଧ ଭାଇଭଉଣୀ କିମ୍ବା ଯେଉଁମାନେ ଭଲ ଭାବେ ଚାଲିପାରନ୍ତି ନାହିଁ, ସେମାନଙ୍କୁ ସଭାରେ ଯିବା ଆସିବା ପାଇଁ ଆମେ ସାହାଯ୍ୟ କରିପାରିବା । ଆମେ ଅନ୍ୟ ଉପାୟରେ ବି ସେମାନଙ୍କୁ ସାହାଯ୍ୟ କରିପାରିବା । ଯେପରି, ସେମାନଙ୍କ ପାଇଁ କିଣାକିଣି କରିପାରିବା କିମ୍ବା ସେମାନଙ୍କ ଘରକୁ ସଫାସୁତୁରା କରିପାରିବା । (ଯାକୁବ ୧:୨୭ ପଢ଼ନ୍ତୁ ।) ତାʼଛଡ଼ା, ଆମେ ରାଜ୍ୟଘରକୁ ମଧ୍ୟ ସଫାସୁତୁରା ଓ ଭଲ ଅବସ୍ଥାରେ ରଖିବା ପାଇଁ ସାହାଯ୍ୟ କରିପାରିବା । ଏସବୁ କରିବା ପାଇଁ ଆମକୁ କେହି ବାଧ୍ୟ କରନ୍ତି ନାହିଁ, ବରଂ ଆମେ “ସ୍ୱେଚ୍ଛାରେ” ଏସବୁ କରୁ, କାରଣ ଆମେ ଯିହୋବା ଓ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ ।​—ଗୀତସଂହିତା ୧୧୦:୩.

ଯେଉଁ ଭାଇଭଉଣୀମାନଙ୍କର ବାପ୍ତିସ୍ମ ହୋଇସାରିଛି, ସେମାନେ ଆହୁରି ଅନ୍ୟ ଉପାୟଗୁଡ଼ିକରେ ମଣ୍ଡଳୀକୁ ସହଯୋଗ କରିପାରିବେ । ଯେଉଁ ଭାଇମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରା କରନ୍ତି, ସେମାନେ ସହାୟକ ସେବକ ଭାବେ ସେବା କରିପାରିବେ ଓ ଆଗକୁ ଯାଇ ପ୍ରାଚୀନ ମଧ୍ୟ ହୋଇପାରିବେ । ତାʼଛଡ଼ା, ଆଉ କିଛି କାମ ଅଛି ଯାହା ଭାଇ ଓ ଭଉଣୀ ଦୁଇଜଣଯାକ କରିପାରିବେ । ଯେପରି, ସେମାନେ ଅଗ୍ରଦୂତ ସେବା କରି ପ୍ରଚାର କାମରେ ସହଯୋଗ କରିପାରିବେ । କିଛି ଖ୍ରୀଷ୍ଟିୟାନମାନେ ଉପାସନାର ଜାଗାଗୁଡ଼ିକୁ ତିଆରି କରିବାରେ ସାହାଯ୍ୟ କରିପାରିବେ କିମ୍ବା ଏପରି ମଣ୍ଡଳୀଗୁଡ଼ିକରେ ଯାଇ ସେବା କରିପାରିବେ, ଯେଉଁଠାରେ ଅଧିକ ଆବଶ୍ୟକତା ରହିଛି ।

୨. ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ପଇସା ଓ ନିଜ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ?

ଆମେ ‘ଆପଣା ଧନରେ ସଦାପ୍ରଭୁଙ୍କର ସମାଦର’ କରିପାରିବା । (ହିତୋପଦେଶ ୩:୯) ଆମକୁ ବହୁତ ଖୁସି ଲାଗେ ଯେ ଆମେ ନିଜ ପଇସା ଓ ନିଜ ଜିନିଷଗୁଡ଼ିକୁ ଦାନ କରି ମଣ୍ଡଳୀ ଓ ସାରା ଦୁନିଆରେ ହେଉଥିବା ପ୍ରଚାର କାମକୁ ସହଯୋଗ କରିପାରୁଛୁ । (୨ କରିନ୍ଥୀୟ ୯:୭ ପଢ଼ନ୍ତୁ ।) ଆମ ଦାନରୁ ସେହି ଭାଇଭଉଣୀମାନଙ୍କୁ ମଧ୍ୟ ସାହାଯ୍ୟ କରାଯାଏ, ଯେଉଁମାନେ ପ୍ରାକୃତିକ ବିପତ୍ତିର ଶିକାର ହୋଇଥାʼନ୍ତି । ଦାନ କରିବା ପାଇଁ କିଛି ଖ୍ରୀଷ୍ଟିୟାନ ନିୟମିତ ଭାବେ କିଛି ପଇସା ଅଲଗା “ସଞ୍ଚୟ କରି” ରଖନ୍ତି । (୧ କରିନ୍ଥୀୟ ୧୬:୨ ପଢ଼ନ୍ତୁ ।) ଆମେ ଉପାସନାର ଜାଗାରେ ରଖାଯାଇଥିବା ଦାନ ବାକ୍ସଗୁଡ଼ିକରେ ଦାନ ଦେଇପାରିବା କିମ୍ବା donate.jw.org ୱେବସାଇଟ୍‌ରେ ଯାଇ ଦାନ ଦେଇପାରିବା । ଏପରି ଭାବେ ପଇସା ଓ ଅନ୍ୟ ଜିନିଷଗୁଡ଼ିକୁ ଦାନ କରି ଆମେ ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ବହୁତ ପ୍ରେମ କରୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ମଣ୍ଡଳୀକୁ ସହଯୋଗ କରିବାର କିଛି ଉପାୟଗୁଡ଼ିକ କʼଣ ।

୩. ଆମେ ଦାନରେ ନିଜ ପଇସା ଓ ଜିନିଷଗୁଡ଼ିକ ଦେଇପାରିବା

ନିଜ ଖୁସିରେ ଦାନ ଦେଉଥିବା ବ୍ୟକ୍ତିକୁ ଯିହୋବା ପ୍ରେମ କରନ୍ତି । ଯୀଶୁ ମଧ୍ୟ ନିଜ ପିତାଙ୍କ ଭଳି ଅଟନ୍ତି । ଉଦାହରଣ ପାଇଁ, ଯୀଶୁ ଜଣେ ଗରିବ ବିଧବା ଉପରେ ଧ୍ୟାନ ଦେଲେ । ସେ ଦେଖିଲେ ଯେ ତାʼ ପାଖରେ କମ୍‌ ପଇସା ଥିବା ସତ୍ତ୍ୱେ ସେ ଯିହୋବାଙ୍କ ପାଇଁ ଦାନ ଦେଲା । ଏହି କଥା ପାଇଁ ଯୀଶୁ ତାକୁ ବହୁତ ପ୍ରଶଂସା କଲେ । ଲୂକ ୨୧:୧-୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଯିହୋବା କେବଳ ସେତେବେଳେ ଖୁସି ହୁଅନ୍ତି, ଯେତେବେଳେ ଆମେ ବହୁତ ଟଙ୍କା ଦାନ ଦେଉ ?

  • ଯେତେବେଳେ ଆମେ ନିଜ ଇଚ୍ଛାରେ ଦାନ ଦେଉ, ସେତେବେଳେ ଯିହୋବା ଓ ଯୀଶୁଙ୍କୁ କିପରି ଲାଗେ ?

ଆମ ଦାନକୁ ଅଲଗା ଅଲଗା ଉପାୟରେ ବ୍ୟବହାର କରାଯାଏ । କିପରି ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’ (୪:୪୭)

  • ଆମେ ଯେଉଁ ଦାନ ଦେଉ, ତାହା ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକର ଲାଭ ପାଇଁ କିପରି ବ୍ୟବହାର କରାଯାଏ ?

ଜଣେ ବୃଦ୍ଧା ମହିଳା ଦାନ ବାକ୍ସରେ ଦାନ ଦେଉଛନ୍ତି ।

୪. ଆମେ ଅନ୍ୟ ଉପାୟରେ ମଧ୍ୟ ସାହାଯ୍ୟ କରିପାରିବା

ପ୍ରାଚୀନ ସମୟରେ ଯିହୋବାଙ୍କର ସେବକମାନେ ଉପାସନାର ଜାଗାଗୁଡ଼ିକୁ ଭଲ ଅବସ୍ଥାରେ ରଖୁଥିଲେ । ସେମାନେ ପଇସା ଦେବା ସହ ଆଉ କିଛି ବି କରୁଥିଲେ । ୨ ବଂଶାବଳୀ ୩୪:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପ୍ରତ୍ୟେକ ଇସ୍ରାଏଲୀୟ ଯିହୋବାଙ୍କ ଗୃହର ଦେଖାରେଖା କରିବା ପାଇଁ କିପରି ସହଯୋଗ କଲେ ?

ଆସନ୍ତୁ ଦେଖିବା ଯେ ଇସ୍ରାଏଲୀୟମାନଙ୍କ ପରି ଆଜି ଯିହୋବାଙ୍କ ସାକ୍ଷୀମାନେ କʼଣ କରନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ନିଜ ରାଜ୍ୟଘରର ଦେଖାରେଖା କରନ୍ତୁ (୩:୩୧)

‘ନିଜ ରାଜ୍ୟଘରର ଦେଖାରେଖା କରନ୍ତୁ,’ ଭିଡିଓର ଗୋଟିଏ ଦୃଶ୍ୟ । ପୁରୁଷ, ସ୍ତ୍ରୀ ଓ ପିଲାମାନେ ସମସ୍ତେ ମିଶି ରାଜ୍ୟଘରର ସଫାସୁତୁରା କରୁଛନ୍ତି ।
  • ନିଜ ରାଜ୍ୟଘରକୁ ସଫାସୁତୁରା ଓ ଭଲ ଅବସ୍ଥାରେ ରଖିବା କାହିଁକି ଜରୁରୀ ?

  • ଆପଣ ଏହି କାମରେ କିପରି ସହଯୋଗ କରିପାରିବେ ?

ରାଜ୍ୟଘରର ନିର୍ମାଣ କାମରେ କିଛି ଭାଇଭଉଣୀ ସ୍ୱୟଂସେବକ ଭାବେ କାମ କରୁଛନ୍ତି ।

୫. ମଣ୍ଡଳୀରେ ଅଧିକ ସେବା କରିବା ପାଇଁ ଭାଇମାନେ ଆଗକୁ ବଢ଼ିପାରିବେ

ବାଇବଲରେ ଖ୍ରୀଷ୍ଟିୟାନ ଭାଇମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ ସେମାନେ ମଣ୍ଡଳୀର କାମଗୁଡ଼ିକରେ ଅଧିକରୁ ଅଧିକ ସହଯୋଗ କରିବା ପାଇଁ ଆଗକୁ ବଢ଼ନ୍ତୁ । ସେମାନେ ଏହା କିପରି କରିପାରିବେ ? ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

ଭିଡିଓ: ଭାଇମାନେ​—ବଢ଼ିଆ କାମ କରିବା ପାଇଁ ଆଗକୁ ବଢ଼ନ୍ତୁ (୫:୧୯)

  • ଭିଡିଓରେ ରାୟନ ମଣ୍ଡଳୀକୁ ଆହୁରି ଭଲ ଭାବେ ସହଯୋଗ କରିବା ପାଇଁ କʼଣ କଲେ ?

ବାଇବଲରେ ସହାୟକ ସେବକ ଓ ପ୍ରାଚୀନମାନଙ୍କ ପାଇଁ ଯୋଗ୍ୟତାଗୁଡ଼ିକ ଦିଆଯାଇଛି । ୧ ତୀମଥି ୩:୧-୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯେଉଁ ଭାଇମାନେ ସହାୟକ ସେବକ ଓ ପ୍ରାଚୀନ ହେବା ପାଇଁ ଆଗକୁ ବଢ଼ନ୍ତି, ସେମାନଙ୍କଠାରୁ କʼଣ ଆଶା କରାଯାଏ ?

  • ସେମାନଙ୍କ ପରିବାରଠାରୁ କʼଣ ଆଶା କରାଯାଏ ?​—ପଦ ୪ ଓ ୧୧ ଦେଖନ୍ତୁ ।

  • ଯେତେବେଳେ ଭାଇମାନେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରଣ କରିବା ପାଇଁ ପରିଶ୍ରମ କରନ୍ତି, ସେତେବେଳେ ମଣ୍ଡଳୀରେ ସମସ୍ତଙ୍କୁ କିପରି ଲାଭ ହୁଏ ?

ଜଣେ ଯୁବା ଭାଇ ହ୍ୱିଲ୍‌ଚେୟାରରେ ବସିଥିବା ଜଣେ ବୃଦ୍ଧା ଭାଇକୁ ପ୍ରଚାର କାମ ପାଇଁ ନେଇକି ଯାଉଛନ୍ତି ।

ହୁଏତ କେହି ପଚାରିପାରନ୍ତି: “ଯିହୋବାଙ୍କ ସାକ୍ଷୀମାନଙ୍କ କାମ ପାଇଁ ପଇସା କେଉଁଠୁ ଆସେ ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯେତେବେଳେ ଆମେ ନିଜ ସମୟ, ଶକ୍ତି, ପଇସା ଓ ଅନ୍ୟ ଜିନିଷଗୁଡ଼ିକ ଦେଇ ମଣ୍ଡଳୀକୁ ସହଯୋଗ କରୁ, ସେତେବେଳେ ଯିହୋବା ଏହା ଦେଖି ବହୁତ ଖୁସି ହୁଅନ୍ତି ।

ଆପଣ କʼଣ କହିବେ ?

  • ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ସମୟ ଓ ଶକ୍ତି ଲଗାଇପାରିବା ?

  • ଆମେ ମଣ୍ଡଳୀକୁ ସହଯୋଗ କରିବା ପାଇଁ କେଉଁ କେଉଁ ଉପାୟରେ ନିଜ ପଇସା ଓ ଜିନିଷଗୁଡ଼ିକୁ ବ୍ୟବହାର କରିପାରିବା ?

  • ଆପଣ କେଉଁ କେଉଁ ଉପାୟରେ ମଣ୍ଡଳୀକୁ ସହଯୋଗ କରିବା ପାଇଁ ଚାହିଁବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ଈଶ୍ୱର ଚାହାନ୍ତି ଯେ ଖ୍ରୀଷ୍ଟିୟାନମାନେ ନିଜ ରୋଜଗାରର ଦଶମାଂଶ ଦିଅନ୍ତୁ ? ଆସନ୍ତୁ ଜାଣିବା ।

“ରୋଜଗାରର ଦଶମାଂଶ ଦେବା ବିଷୟରେ ବାଇବଲରେ କʼଣ ଲେଖାଅଛି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ମଣ୍ଡଳୀରେ ଆଗକୁ ବଢ଼ିବାର ଅର୍ଥ କʼଣ ।

“କʼଣ ଆପଣ ଭଲ କାମ କରିବା ପାଇଁ ଆଗକୁ ବଢ଼ୁଛନ୍ତି ?” (ପ୍ରହରୀଦୁର୍ଗ-ହି, ୧୫ ସେପ୍ଟେମ୍ବର, ୨୦୧୪)

ଆସନ୍ତୁ ଏପରି କିଛି ଭାଇମାନଙ୍କ ସହ ଦେଖା ହେବା, ଯେଉଁମାନେ ସାହସର ସହିତ ସମସ୍ୟାକୁ ପାର କରି ଭାଇଭଉଣୀମାନଙ୍କ ଯାଏଁ ପ୍ରକାଶନ ପହଞ୍ଚାନ୍ତି ।

କଙ୍ଗୋରେ ବାଇବଲର ପ୍ରକାଶନଗୁଡ଼ିକର ବଣ୍ଟନ (୪:୨୫)

ଜାଣନ୍ତୁ ଯେ ପଇସା ମାମଲାରେ ଆମ ସଂଗଠନ ଅନ୍ୟ ଧାର୍ମିକ ସଂଗଠନଗୁଡ଼ିକଠାରୁ କିପରି ଅଲଗା ।

“ଯିହୋବାଙ୍କ ସାକ୍ଷୀମାନଙ୍କର କାମ ପାଇଁ ପଇସା କେଉଁଠୁ ଆସେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ