ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଆପଣଙ୍କ ପ୍ରେମ ପାଇଁ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉଛୁ
ଥେସଲନୀକୀୟର ମଣ୍ଡଳୀ ସମସ୍ୟାଗୁଡ଼ିକ ସତ୍ତ୍ୱେ ଅନ୍ୟ ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ ଦେଖାଇଲେ । ତେଣୁ ପ୍ରେରିତ ପାଉଲ ସେମାନଙ୍କୁ ପ୍ରଶଂସା କଲେ । (୨ଥେସ ୧:୩, ୪) ଠିକ୍ ସେହିପରି ଆଜି ମଧ୍ୟ ଯିହୋବାଙ୍କ ଲୋକେ ବିଶ୍ୱବ୍ୟାପି ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ ଦେଖାଉଛନ୍ତି । jw.org “ଦାନର ବ୍ୟବହାର କିପରି କରାଯାଏ ?” ଶୃଙ୍ଖଳାରେ କୁହାଯାଇଛି ଯେ ଆପଣଙ୍କ ଦାନରୁ ଯେଉଁ ଭାଇଭଉଣୀମାନେ ସମସ୍ୟାରେ ଅଛନ୍ତି, ସେମାନଙ୍କୁ କିପରି ସାହାଯ୍ୟ କରାଯାଉଛି । ଆମେ ଆପଣଙ୍କ ପ୍ରେମ ଓ ଉଦାରମନା ଯୋଗୁଁ ଆପଣଙ୍କୁ ପ୍ରଶଂସା କରୁଛୁ ।
‘ଆମେ ସର୍ବଦା ତୁମପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛୁ ।’ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
• ଆମ ଦାନରୁ କେଉଁ କେଉଁ କାମ କରାଯାଉଛି ?
• ଆବଶ୍ୟକ ପଡ଼ୁଥିବା ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାର ସବୁଠାରୁ ବଢ଼ିଆ ଉପାୟ କʼଣ ?—jw.org ଉପରେ “ପ୍ରଚୁରତା ଅଭାବକୁ ପୂରଣ କରେ” ଲେଖା ମଧ୍ୟ ପଢ଼ନ୍ତୁ