ଭାଗ ୧ରେ ଆପଣ କʼଣ ଶିଖିଲେ ?
ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି, ତାଙ୍କ ସହ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
୧. ଈଶ୍ୱରଙ୍କ କେଉଁ ପ୍ରତିଜ୍ଞାଗୁଡ଼ିକ ଆପଣଙ୍କ ହୃଦୟକୁ ଛୁଇଁଗଲା ଏବଂ କାହିଁକି ?
(ପାଠ ୦୨ ଦେଖନ୍ତୁ ।)
୨. ଆପଣ କାହିଁକି ବିଶ୍ୱାସ କରନ୍ତି ଯେ ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ ?
୩. ଆମେ ଯିହୋବାଙ୍କୁ କାହିଁକି ତାଙ୍କ ନାମ ଧରି ଡାକିବା ଉଚିତ୍ ?
(ପାଠ ୦୪ ଦେଖନ୍ତୁ ।)
୪. ବାଇବଲରେ ଲେଖାଅଛି ଯେ ଈଶ୍ୱର ହିଁ ମଣିଷ, ଗଛଲତା, ଜୀବଜନ୍ତୁ ଓ ସବୁକିଛିକୁ ସୃଷ୍ଟି କରିଛନ୍ତି । (ପ୍ରକାଶିତ ବାକ୍ୟ ୪:୧୧) କʼଣ ଆପଣ ଏହା ଉପରେ ବିଶ୍ୱାସ କରନ୍ତି ?
(ପାଠ ୦୬ ଦେଖନ୍ତୁ ।)
୫. ହିତୋପଦେଶ ୩:୩୨ ପଢ଼ନ୍ତୁ ।
ଯିହୋବା କାହିଁକି ଆମର ସବୁଠୁ ଭଲ ସାଙ୍ଗ ହୋଇପାରିବେ ?
ଯିହୋବା ନିଜ ସାଙ୍ଗମାନଙ୍କଠାରୁ କʼଣ ଚାହାନ୍ତି ? କʼଣ ଯିହୋବା ଆମଠାରୁ ଅତ୍ୟଧିକ ଆଶା କରନ୍ତି ?
୬. ଗୀତସଂହିତା ୬୨:୮ ପଢ଼ନ୍ତୁ ।
ଆପଣ କେଉଁ କେଉଁ କଥା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିଛନ୍ତି ? ଆପଣ ଆଉ କେଉଁ କଥା ପାଇଁ ପ୍ରାର୍ଥନା କରିପାରିବେ ?
ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର କିପରି ଦିଅନ୍ତି ?
(ପାଠ ୦୯ ଦେଖନ୍ତୁ ।)
୭. ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ ।
ଯିହୋବାଙ୍କ ସାକ୍ଷୀମାନଙ୍କ ସଭାଗୁଡ଼ିକରେ ଆସିଲେ ଆପଣଙ୍କୁ କʼଣ ଲାଭ ହେବ ?
ହୁଏତ ସଭାଗୁଡ଼ିକରେ ଯିବା ପାଇଁ ଆପଣଙ୍କୁ କଷ୍ଟକର ଲାଗିପାରେ । କିନ୍ତୁ ଆପଣ କʼଣ ଭାବନ୍ତି ଆପଣଙ୍କୁ କାହିଁକି ସେଠାକୁ ଯିବା ଉଚିତ୍ ?
(ପାଠ ୧୦ ଦେଖନ୍ତୁ ।)
୮. ଆମେ କାହିଁକି ପ୍ରତିଦିନ ବାଇବଲ ପଢ଼ିବା ଉଚିତ୍ ? ଆପଣ ପ୍ରତିଦିନ କେଉଁ ସମୟରେ ବାଇବଲ ପଢ଼ନ୍ତି ?
(ପାଠ ୧୧ ଦେଖନ୍ତୁ ।)
୯. ଏବେ ଯାଏଁ ଆପଣ ବାଇବଲରୁ ଯାହାସବୁ ଶିଖିଲେ, ସେମଧ୍ୟରୁ କେଉଁ କଥା ଆପଣଙ୍କୁ ସବୁଠୁ ବେଶି ଭଲ ଲାଗେ ?
୧୦. ବାଇବଲ ଶିଖିବା ଆରମ୍ଭ କରିବା ପରଠୁ, କʼଣ ଆପଣଙ୍କୁ କିଛି ସମସ୍ୟାର ସାମନା କରିବାକୁ ପଡ଼ିଛି ? ବାଇବଲ ଶିଖିବା ଜାରି ରଖିବା ପାଇଁ କେଉଁ କଥା ଆପଣଙ୍କୁ ସାହାଯ୍ୟ କରିବ ?
(ପାଠ ୧୨ ଦେଖନ୍ତୁ ।)