ଭାଗ ୩ରେ ଆପଣ କʼଣ ଶିଖିଲେ ?
ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି, ତାଙ୍କ ସହ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
୧. ହିତୋପଦେଶ ୨୭:୧୧ ପଢ଼ନ୍ତୁ ।
ଆପଣ କାହିଁକି ଯିହୋବାଙ୍କ ବିଶ୍ୱସ୍ତ ରହିବାକୁ ଚାହାନ୍ତି ?
(ପାଠ ୩୪ ଦେଖନ୍ତୁ ।)
୨. ଯେତେବେଳେ କୌଣସି ମାମଲା ବିଷୟରେ ବାଇବଲରେ ସିଧାସଳଖ ଆଜ୍ଞା ଦିଆଯାଇ ନ ଥାଏ, ସେତେବେଳେ ଆପଣ କିପରି ଭଲ ନିଷ୍ପତ୍ତି ନେଇପାରିବେ ?
(ପାଠ ୩୫ ଦେଖନ୍ତୁ ।)
୩. ଆପଣ ସବୁ କଥାରେ କିପରି ସଚ୍ଚୋଟ ରହିପାରିବେ ?
(ପାଠ ୩୬ ଦେଖନ୍ତୁ ।)
୪. ମାଥିଉ ୬:୩୩ ପଢ଼ନ୍ତୁ ।
କାମ ଓ ଟଙ୍କାପଇସା ମାମଲାରେ ଆପଣ କିପରି ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେଇପାରିବେ ?
(ପାଠ ୩୭ ଦେଖନ୍ତୁ ।)
୫. ଯିହୋବା ଜୀବନକୁ ବହୁମୂଲ୍ୟ ମନେ କରନ୍ତି । ଆପଣ କେଉଁ ଉପାୟଗୁଡ଼ିକରେ ଦେଖାଇପାରିବେ ଯେ ଆପଣ ମଧ୍ୟ ଜୀବନକୁ ବହୁମୂଲ୍ୟ ମନେ କରନ୍ତି ?
(ପାଠ ୩୮ ଦେଖନ୍ତୁ ।)
୬. ପ୍ରେରିତ ୧୫:୨୯ ପଢ଼ନ୍ତୁ ।
ରକ୍ତ ବିଷୟରେ ଆପଣ ଯିହୋବାଙ୍କ ଆଜ୍ଞା କିପରି ମାନିପାରିବେ ?
କʼଣ ଆପଣଙ୍କୁ ଲାଗେ ଯେ ତାଙ୍କ ଆଜ୍ଞା ମାନିବା ଠିକ୍ ହେବ ?
(ପାଠ ୩୯ ଦେଖନ୍ତୁ ।)
୭. ୨ କରିନ୍ଥୀୟ ୭:୧ ପଢ଼ନ୍ତୁ ।
ଶାରୀରିକ ଓ ନୈତିକ ଭାବେ ସଫା ଓ ଶୁଦ୍ଧ ରହିବାର ଅର୍ଥ କʼଣ ?
(ପାଠ ୪୦ ଦେଖନ୍ତୁ ।)
୮. ୧ କରିନ୍ଥୀୟ ୬:୯, ୧୦ ପଢ଼ନ୍ତୁ ।
ଯୌନ ସମ୍ପର୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ? କʼଣ ଆପଣ ସେଥିରେ ସହମତ ?
ମଦ ପିଇବା ବିଷୟରେ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି ?
୯. ମାଥିଉ ୧୯:୪-୬, ୯ ପଢ଼ନ୍ତୁ ।
ବିବାହ ବିଷୟରେ ଈଶ୍ୱରଙ୍କ ସ୍ତର କʼଣ ?
ଯଦି କେହି ବିବାହ କରିବା କିମ୍ବା ଛାଡ଼ପତ୍ର ନେବା ପାଇଁ ଚାହାନ୍ତି, ତାହେଲେ ତାହା କାହିଁକି ସରକାରର ଆଇନ ହିସାବରେ ହେବା ଜରୁରୀ ?
(ପାଠ ୪୨ ଦେଖନ୍ତୁ ।)
୧୦. କେଉଁଭଳି ପର୍ବପର୍ବାଣୀ, ଉତ୍ସବ ଓ ଦିବସଗୁଡ଼ିକୁ ଯିହୋବା ପସନ୍ଦ କରନ୍ତି ନାହିଁ ଏବଂ କାହିଁକି ?
(ପାଠ ୪୪ ଦେଖନ୍ତୁ ।)
୧୧. ଯୋହନ ୧୭:୧୬ ଓ ପ୍ରେରିତ ୫:୨୯ ପଢ଼ନ୍ତୁ ।
ଆପଣ ନିଷ୍ପକ୍ଷ କିପରି ରହିପାରିବେ ?
ଯଦି ମଣିଷମାନଙ୍କର କୌଣସି ନିୟମ ଈଶ୍ୱରଙ୍କ ନିୟମର ବିରୁଦ୍ଧରେ ଅଟେ, ତାହେଲେ ଆପଣ କʼଣ କରିବେ ?
(ପାଠ ୪୫ ଦେଖନ୍ତୁ ।)
୧୨. ମାର୍କ ୧୨:୩୦ ପଢ଼ନ୍ତୁ ।
ଆପଣ କିପରି ଦେଖାଇପାରିବେ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ?