ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୭
  • ହାର୍‌ ମାନନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହାର୍‌ ମାନନ୍ତୁ ନାହିଁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପାଉଲ କʼଣ କଲେ ?
  • ପାଉଲଙ୍କଠାରୁ ଆମେ କʼଣ ଶିଖୁ ?
  • ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ନମ୍ର ରହନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଲୋକମାନଙ୍କ ବିଷୟରେ ଭାବନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଧୈର୍ଯ୍ୟ ଧରନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଭାବିଚିନ୍ତି କଥା ହୁଅନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଆହୁରି ଦେଖନ୍ତୁ
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୭

ପୁଣିଥରେ ଭେଟିବା ସମୟରେ

ପାଉଲ ଗୋଟିଏ ବିଦ୍ୟାଳୟରେ କିଛି ଲୋକମାନଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ପ୍ରେରିତ ୧୯:୮-୧୦

ପାଠ ୭

ହାର୍‌ ମାନନ୍ତୁ ନାହିଁ

ସିଦ୍ଧାନ୍ତ: ‘ସେମାନେ ପ୍ରତିଦିନ ଶିକ୍ଷା ଦେବାରୁ ଓ ସୁସମାଚାର ପ୍ରଚାର କରିବାରୁ କ୍ଷାନ୍ତ ହେଲେ ନାହିଁ ।’—ପ୍ରେରି. ୫:୪୨.

ପାଉଲ କʼଣ କଲେ ?

ପାଉଲ ଗୋଟିଏ ବିଦ୍ୟାଳୟରେ କିଛି ଲୋକମାନଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ଭିଡିଓ: ଏଫିସରେ ଶିଖାଇବା ବେଳେ ପାଉଲ ହାର୍‌ ମାନିଲେ ନାହିଁ

୧. ଭିଡିଓ ଦେଖନ୍ତୁ କିମ୍ବା ପ୍ରେରିତ ୧୯:୮-୧୦ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. ଯେବେ ଗୋଟିଏ ଅଞ୍ଚଳର ଲୋକମାନେ ପାଉଲଙ୍କ କଥା ଶୁଣିବା ପାଇଁ ମନା କରିଦେଲେ, ତେବେ ପାଉଲ କʼଣ କଲେ ?

  2. ଖ. ଯେଉଁ ଲୋକମାନେ ପାଉଲଙ୍କ କଥା ଶୁଣିବା ପାଇଁ ଚାହୁଁଥିଲେ, ସେମାନଙ୍କୁ ଶିଖାଇବା ପାଇଁ ପାଉଲ କେତେଥର ଯାଉଥିଲେ ? ସେ ଏପରି କେବେ ଯାଏ କଲେ ?

ପାଉଲଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମେ ଚାହୁଁ ଯେ ପୁନଃସାକ୍ଷାତ କଲା ବେଳେ ଲୋକମାନେ ଆମର କଥା ଶୁଣନ୍ତୁ ଆଉ ବାଇବଲ ଅଧ୍ୟୟନ କରିବା ପାଇଁ ରାଜି ହୋଇଯାʼନ୍ତୁ, ତେବେ ଏଥିରେ ସମୟ ଓ ପରିଶ୍ରମ ଲାଗିବ ।

ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ସେସମୟରେ ଯାʼନ୍ତୁ ଯେବେ ଲୋକଙ୍କ ପାଖରେ ସମୟ ଥାଏ । ଭାବନ୍ତୁ: ‘ତାʼ ପାଖରେ ମୋʼ ସହ କଥା ହେବା ପାଇଁ କେବେ ସମୟ ହେବ ? ସେ କେଉଁ ଜାଗାରେ ଭେଟିବା ପାଇଁ ଚାହିଁବ ?’ ଯଦି ସେସମୟରେ ଆପଣଙ୍କର କିଛି କାମ ରୁହେ, ତେବେ ବି ଆପଣ ତାʼ ସହ ଭେଟିବା ପାଇଁ ଚେଷ୍ଟା କରନ୍ତୁ ।

୪. ନିଜ ସେଡ୍ୟୁଲରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ପୂର୍ବରୁ ସମୟ ସ୍ଥିର କରନ୍ତୁ । ପ୍ରତିଥର କଥାବାର୍ତ୍ତା ଶେଷ ହେବା ପୂର୍ବରୁ ହିଁ ସମୟ ସ୍ଥିର କରନ୍ତୁ ଯେ ଆପଣ ଆର ଥରକୁ କେବେ ଭେଟିବେ । ଆଉ ଯେଉଁ ସମୟ ସ୍ଥିର କରିଛନ୍ତି, ସେହି ସମୟରେ ହିଁ ଯାଆନ୍ତୁ ।

୫. ନିରାଶ ହୁଅନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଅଧିକାଂଶ ସମୟ ଘରେ ରହେ ନାହିଁ କିମ୍ବା ସେ ବ୍ୟସ୍ତ ରହେ, ତାହେଲେ ଏହା ଭାବନ୍ତୁ ନାହିଁ ଯେ ସେ ଶିଖିବା ପାଇଁ ଚାହେଁ ନାହିଁ । (୧ କରି. ୧୩:୪, ୭) ଚେଷ୍ଟା କରିବା ଜାରି ରଖନ୍ତୁ, କିନ୍ତୁ ଏଥିରେ ହିଁ ନିଜର ସବୁ ସମୟ ନଷ୍ଟ କରନ୍ତୁ ନାହିଁ ।—୧ କରି. ୯:୨୬.

ଏହା ବି ଦେଖନ୍ତୁ

ପ୍ରେରି. ୧୦:୪୨; ୧ କରି. ୯:୨୨, ୨୩; ୨ କରି. ୪:୧; ଗାଲା. ୬:୯

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ