ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp20 ସଂ ୨ ପୃଷ୍ଠା ୧୪-୧୫
  • ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରିବେ ?
  • ଈଶ୍ୱରଙ୍କ ରାଜ୍ୟ କʼଣ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • “ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ପରମେଶ୍ୱରଙ୍କ ରାଜ୍ୟ ଶାସନ କରେ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
wp20 ସଂ ୨ ପୃଷ୍ଠା ୧୪-୧୫
ଜଣେ ବ୍ୟକ୍ତି ବାଇବଲ ପଢ଼ିବା ପୂର୍ବରୁ ପ୍ରାର୍ଥନା କରୁଛନ୍ତି ।

ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ !

ଭାବନ୍ତୁ, ଆପଣଙ୍କ ଅଞ୍ଚଳରେ ଗୋଟିଏ ଭୟଙ୍କର ଝଡ଼ ତୋଫାନ ଆସିବାକୁ ଯାଉଛି । ଅଧିକାରୀ ସମସ୍ତଙ୍କୁ ଶୀଘ୍ର ନିଜ ଜାଗା ଛାଡ଼ି ଗୋଟିଏ ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ କହୁଛନ୍ତି । ଏପରି ସମୟରେ ଆପଣ କʼଣ କରିବେ ? ନିଶ୍ଚୟ ଆପଣ ଆଶ୍ରୟ ନେବା ପାଇଁ ଗୋଟିଏ ସୁରକ୍ଷିତ ଜାଗା ଖୋଜିବେ ।

ଦେଖିବାକୁ ଗଲେ ଆମ ସମୟରେ ମଧ୍ୟ ଗୋଟିଏ ଭୟଙ୍କର “ଝଡ଼ ତୋଫାନ” ଆସିବାକୁ ଯାଉଛି । ଯୀଶୁ ସେହି ତୋଫାନକୁ “ମହାକ୍ଲେଶ” କହିଲେ । (ମାଥିଉ ୨୪:୨୧) ଏହି ତୋଫାନକୁ ଆସିବାରୁ କେହି ବି ରୋକିପାରିବେନି, କିନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ ଆମେ ନିଶ୍ଚୟ କିଛି ପଦକ୍ଷେପ ନେଇପାରିବା । ତାହା କʼଣ ?

ଯୀଶୁ ଖ୍ରୀଷ୍ଟ ନିଜ ପାର୍ବତ୍ୟ ଉପଦେଶରେ ଏହା ପରାମର୍ଶ ଦେଲେ, “ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର ।” (ମାଥିଉ ୬:୩୩) ଆମେ ଏହି ପରାମର୍ଶକୁ କିପରି ମାନିପାରିବା ?

ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରି । ତାʼଅର୍ଥ ହେଉଛି ଯେ ଆମକୁ ଈଶ୍ୱରଙ୍କ ରାଜ୍ୟକୁ ଅନ୍ୟ ଜିନିଷଗୁଡ଼ିକଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ । (ମାଥିଉ ୬:୨୫, ୩୨, ୩୩) ତାହା କାହିଁକି ? କାରଣ ମଣିଷମାନେ ଦୁନିଆର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି । କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ମଣିଷମାନଙ୍କ ବଡ଼ରୁ ବଡ଼ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ ।

ଈଶ୍ୱରଙ୍କ ଧାର୍ମିକତାକୁ ଅନ୍ୱେଷଣ କରି । ଆମେ ଈଶ୍ୱରଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକ ଉପରେ ଚାଲିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ । କାହିଁକି ? କାରଣ ଯଦି ଆମେ ନିଜେ ନିଷ୍ପତ୍ତି ନେବା ଯେ ଠିକ୍‌ ଓ ଭୁଲ କʼଣ ଅଟେ, ତେବେ ପରିଣାମ ବହୁତ ଖରାପ ହେବ । (ହିତୋପଦେଶ ୧୬:୨୫) କିନ୍ତୁ ଯଦି ଆମେ ଈଶ୍ୱରଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା, ତାହେଲେ ଆମେ ତାଙ୍କୁ ଖୁସି କରିପାରିବା ଓ ନିଜେ ବି ଖୁସି ରହିବା ।—ଯିଶାଇୟ ୪୮:୧୭, ୧୮.

ଆମକୁ ଈଶ୍ୱରଙ୍କ ରାଜ୍ୟ ଓ ତାଙ୍କ ଧାର୍ମିକତାକୁ ଲଗାତାର ଅନ୍ୱେଷଣ କରିବାର ଅଛି । ଯୀଶୁ ସଚେତନ କରିଥିଲେ ଯେ କିଛି ଲୋକମାନଙ୍କ ଧ୍ୟାନ ଈଶ୍ୱରଙ୍କ ରାଜ୍ୟରୁ ହଟିଯିବ । ହୁଏତ ସେମାନଙ୍କୁ ଲାଗେ ଯେ ଅଧିକରୁ ଅଧିକ ପଇସା ରୋଜଗାର କଲେ, ସେମାନେ ନିଜ ଭବିଷ୍ୟତ ସୁରକ୍ଷିତ କରିପାରିବେ । ଆଉ କିଛି ଲୋକ ନିଜ ଜୀବନରେ ଏତେ ବ୍ୟସ୍ତ ଥାନ୍ତି ଯେ ସେମାନଙ୍କ ପାଖରେ ଈଶ୍ୱରଙ୍କ ରାଜ୍ୟକୁ ଅନ୍ୱେଷଣ କରିବା ପାଇଁ ସମୟ ହିଁ ବଞ୍ଚେନି ।—ମାଥିଉ ୬:୧୯-୨୧, ୨୫-୩୨.

କିନ୍ତୁ ଯୀଶୁ ପ୍ରତିଜ୍ଞା କଲେ ଯେ ଯେଉଁ ଲୋକମାନେ ଆଜି ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତି, ସେମାନଙ୍କୁ ବଞ୍ଚିବା ପାଇଁ ଯାହା ବି ଆବଶ୍ୟକ ଜିନିଷ ଅଛି ସେସବୁ ମିଳିବ । ତାʼସହ ସେମାନଙ୍କୁ ଭବିଷ୍ୟତରେ ବହୁତ ଆଶିଷ ମିଳିବ ।—ମାଥିଉ ୬:୩୩.

ପ୍ରଥମ ଶତାବ୍ଦୀରେ ଯୀଶୁଙ୍କ ଶିଷ୍ୟମାନେ ଈଶ୍ୱରଙ୍କ ରାଜ୍ୟ ଓ ତାଙ୍କ ଧାର୍ମିକତାକୁ ଅନ୍ୱେଷଣ କରୁଥିଲେ, କିନ୍ତୁ ସେମାନଙ୍କ ବଞ୍ଚିଥିବା ଯାଏ ସମସ୍ତ ଦୁଃଖକଷ୍ଟର ବିନାଶ ହେଲାନି । ତଥାପି ସେମାନଙ୍କର ସୁରକ୍ଷା କରାଗଲା । କିପରି ? ଆସନ୍ତୁ ଦେଖିବା ।

ଈଶ୍ୱରଙ୍କ ସ୍ତରଗୁଡ଼ିକୁ ମାନି ଯୀଶୁଙ୍କ ଶିଷ୍ୟମାନେ ସେହି କଷ୍ଟଗୁଡ଼ିକରୁ ରକ୍ଷା ପାଇଲେ, ଯାହା ଈଶ୍ୱରଙ୍କ ସ୍ତରଗୁଡ଼ିକୁ ନ ମାନିଲେ ଆସେ । ଶିଷ୍ୟମାନଙ୍କୁ ପୂରା ବିଶ୍ୱାସ ଥିଲା ଯେ ଈଶ୍ୱରଙ୍କ ରାଜ୍ୟ ଆସିବ, ତେଣୁ ସେମାନେ ବଡ଼ ବଡ଼ ସମସ୍ୟାର ସାମନା କରିପାରିଲେ । ତାʼଛଡ଼ା ସେହି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଈଶ୍ୱର ସେମାନଙ୍କୁ ‘ସେହି ମହାଶକ୍ତି ଦେଲେ, ଯାହା ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ ।’—୨ କରିନ୍ଥୀୟ ୪:୭-୯.

କʼଣ ଆପଣ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରିବେ ?

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଯୀଶୁଙ୍କ ଆଜ୍ଞା ପାଳନ କଲେ ଓ ଈଶ୍ୱରଙ୍କ ରାଜ୍ୟକୁ ଅନ୍ୱେଷଣ କଲେ । ସେମାନେ ଜାଗା ଜାଗାରେ ଯାଇ ସେହି ରାଜ୍ୟ ବିଷୟରେ ଖୁସିର ଖବର ଶୁଣାଇଲେ । (କଲସୀୟ ୧:୨୩) କʼଣ ଆଜି ବି କେହି ଏହି କାମକୁ କରୁଛନ୍ତି ?

ହଁ ! ଯିହୋବାଙ୍କ ସାକ୍ଷୀମାନେ ଭଲଭାବେ ଜାଣନ୍ତି ଯେ ଶୟତାନର ଦୁନିଆକୁ ବିନାଶ କରାଯିବାର ବହୁତ କମ୍‌ ସମୟ ରହିଯାଇଛି । ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଏହି ଦୁନିଆକୁ ବିନାଶ କରିଦେବ । ତେଣୁ ସେମାନେ ଯୀଶୁଙ୍କ ଏହି କଥା ମାନିବା ପାଇଁ ପୂରା ଚେଷ୍ଟା କରୁଛନ୍ତି, “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍‌ପରେ ଯୁଗାନ୍ତ ହେବ ।”—ମାଥିଉ ୨୪:୧୪.

କʼଣ ଆପଣ ଏହି ଖୁସିଖବର ଉପରେ ଧ୍ୟାନ ଦେବେ ? ଆମେ ଆପଣଙ୍କୁ ପ୍ରୋତ୍ସାହନ ଦେଉ ଯେ ଆପଣ ସେହି ଲୋକମାନଙ୍କ ଭଳି ହୁଅନ୍ତୁ, ଯେଉଁମାନେ ପ୍ରଥମ ଶତାବ୍ଦୀରେ ବେରୟା ନାମକ ସହରରେ ରହୁଥିଲେ । ଯେବେ ପ୍ରେରିତ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଖୁସିର ଖବର ଶୁଣାଇଲେ, ତେବେ ସେମାନେ ‘ପୂର୍ଣ୍ଣ ଆଗ୍ରହର’ ସହ ସନ୍ଦେଶ ଶୁଣିଲେ । ପାଉଲଙ୍କ କଥା ସତ ଅଟେ ନା ନାହିଁ, ଏହା ଜାଣିବା ପାଇଁ ସେମାନେ “ଶାସ୍ତ୍ର ଅନୁସନ୍ଧାନ” କଲେ । ତାʼପରେ ଯେବେ ସେମାନଙ୍କୁ ଭରସା ହୋଇଗଲା ଯେ ଏହି କଥାଗୁଡ଼ିକ ସତ ଅଟେ, ତେବେ ସେମାନେ ତାʼ ଅନୁସାରେ ପଦକ୍ଷେପ ଉଠାଇଲେ ।—ପ୍ରେରିତ ୧୭:୧୧, ୧୨.

ପୂରା ଦୁନିଆରେ ଲକ୍ଷ ଲକ୍ଷ ଲୋକ ଆଗକୁ ଦିଆଯାଇଥିବା ଉପାୟଗୁଡ଼ିକରୁ ଈଶ୍ୱରଙ୍କ ରାଜ୍ୟର ସହଯୋଗ କରୁଛନ୍ତି

  1. ଯିହୋବାଙ୍କ ସାକ୍ଷୀମାନେ ଜଣେ ବ୍ୟକ୍ତିଙ୍କ ଘର ବାହାରେ ଛିଡ଼ା ହୋଇ କଥା ହେଉଛନ୍ତି ।

    ରାଜ୍ୟର ଖୁସିଖବର ଶୁଣି

  2. ସେହି ବ୍ୟକ୍ତି ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରୁଛନ୍ତି ।

    ଧ୍ୟାନର ସହ ଶାସ୍ତ୍ରର ଯାଞ୍ଚ କରି

  3. ସେହି ବ୍ୟକ୍ତି ରାଜ୍ୟ ଘରେ ସଭା ପାଇଁ ଆସିଛନ୍ତି ।

    ରାଜ୍ୟର ସହଯୋଗ କରୁଥିବା ଲୋକମାନଙ୍କ ସହ ମିଳାମିଶା କରି

  4. ଜଣେ ବ୍ୟକ୍ତି ବାଇବଲ ପଢ଼ିବା ପୂର୍ବରୁ ପ୍ରାର୍ଥନା କରୁଛନ୍ତି ।

    ଈଶ୍ୱରଙ୍କ ସେବା କରିବା ପାଇଁ ପଦକ୍ଷେପ ନେଇ

ଆପଣ ମଧ୍ୟ ବେରୟାର ଲୋକମାନଙ୍କ ଭଳି ଶାସ୍ତ୍ରର ଯାଞ୍ଚ କରିପାରିବେ । ଭରସା ରଖନ୍ତୁ, ଈଶ୍ୱରଙ୍କ ରାଜ୍ୟ ଓ ତାଙ୍କ ଧାର୍ମିକ ସ୍ତରଗୁଡ଼ିକୁ ଲଗାତାର ଅନ୍ୱେଷଣ କଲେ ଆପଣ କେବଳ ଆଜି ନୁହେଁ, ବରଂ ଭବିଷ୍ୟତରେ ମଧ୍ୟ ପ୍ରକୃତ ଶାନ୍ତି ଓ ସୁରକ୍ଷା ପାଇପାରିବେ ।

ଯିହୋବାଙ୍କ ସାକ୍ଷୀମାନଙ୍କ କାମ ବିଷୟରେ ଅଧିକ ଜାଣିବା ପାଇଁ ଆମ ୱେବସାଇଟ୍‌ jw.orgରେ ଯାନ୍ତୁ ।

ଏହି ୱେବସାଇଟ୍‌ରେ ୧,୦୦୦ରୁ ବି ଅଧିକ ଭାଷାରେ ତଥ୍ୟ ଉପଲବ୍ଧ ଅଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ