ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯିହିଜିକଲ ୪୬-୪୮
ଇସ୍ରାଏଲୀୟମାନଙ୍କୁ ନିଜ ଦେଶକୁ ଫେରିବା ପରେ କେଉଁସବୁ ଆଶିଷ ମିଳିଥାʼନ୍ତା?
ବନ୍ଦୀ ଥିବା ଇସ୍ରାଏଲୀୟମାନେ ଯିହିଜିକଲଙ୍କ ଦର୍ଶନରୁ ସାହସ ପାଇଲେ। ତାʼ ସଙ୍ଗେ ସଙ୍ଗେ, ସେମାନେ ନିଜ ଦେଶକୁ ଫେରିବା ବିଷୟରେ ପୂର୍ବେ ଯେଉଁସବୁ ଭବିଷ୍ୟତବାଣୀ କରାଯାଇଥିଲା, ସେଗୁଡ଼ିକ ନିଶ୍ଚୟ ପୂରଣ ହେବ ବୋଲି ସେମାନଙ୍କ ବିଶ୍ୱାସ ବଢ଼ିଲା। ଯେତେବେଳେ ସେମାନେ ନିଜ ଦେଶକୁ ଫେରିଥାʼନ୍ତେ, ସେମାନଙ୍କ ଉପରେ ଯିହୋବା ଆଶିଷ ଦେଇଥାʼନ୍ତେ ଏବଂ ଶୁଦ୍ଧ ଉପାସନା ସେମାନଙ୍କ ଜୀବନରେ ପ୍ରଥମ ସ୍ଥାନରେ ରହିଥାʼନ୍ତା।
ଦର୍ଶନରେ ପ୍ରତିଜ୍ଞା କରାଯାଇଥିଲା ଯେ ଈଶ୍ୱରଙ୍କ ଲୋକେ ସଂଗଠିତ ହୋଇଥାʼନ୍ତେ, ପରସ୍ପରକୁ ସହଯୋଗ କରିଥାʼନ୍ତେ ଏବଂ ସୁରକ୍ଷିତ ରହିଥାʼନ୍ତେ
୪୭:୭-୧୪
ଦେଶରେ ଭଲ ଫସଲ ହୋଇଥାʼନ୍ତା ଏବଂ ଚାରିଆଡ଼େ ଫଳବନ୍ତ ବୃକ୍ଷ ଦେଖିବାକୁ ମିଳିଥାʼନ୍ତା
ପ୍ରତ୍ୟେକ ପରିବାର ଉତ୍ତରାଧିକାରୀ ଭାବେ ଜମି ପାଇଥାʼନ୍ତେ
ଜମି ବଣ୍ଟାଯିବା ପୂର୍ବରୁ ଏହାର ଏକ ବିଶେଷ ଅଂଶ ସେମାନେ ଯିହୋବାଙ୍କ ଉଦ୍ଦେଶ୍ୟରେ “ଉତ୍ସର୍ଗ” କରିଥାʼନ୍ତେ
୪୮:୯, ୧୦, NIBV
ମୁଁ କିପରି ଦେଖାଇପାରିବି ଯେ ଯିହୋବାଙ୍କ ଉପାସନାକୁ ଜୀବନରେ ମୁଁ ପ୍ରଥମ ସ୍ଥାନ ଦେଉଛି? (ପ୍ର୦୬-HI ୪/୧୫ ୨୭-୨୮ ¶୧୩-୧୪)