ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୬-୧୭
ଆପଣଙ୍କ ଚିନ୍ତାଧାରା କାହାର?
୧୬:୨୧-୨୩
ଏଥିରେ କୌଣସି ସନ୍ଦେହ ନାହିଁ ଯେ ପିତର ଭଲ ଉଦ୍ଦେଶ୍ୟରେ ଯୀଶୁଙ୍କୁ ପରାମର୍ଶ ଦେଲେ, କିନ୍ତୁ ଯୀଶୁ ତୁରନ୍ତ ତାଙ୍କ ଚିନ୍ତାଧାରାକୁ ସୁଧାରିଲେ
ଯୀଶୁ ଜାଣିଥିଲେ ଯେ ଏହା ‘ନିଜକୁ ଦୟା କରିବାର’ ସମୟ ନ ଥିଲା। ଏପରି ନିର୍ଣ୍ଣାୟକ ସମୟରେ ସେ ନିଜ ସଂକଳ୍ପରୁ ଓହରିଯିବାର ନ ଥିଲା ଏବଂ ଶୟତାନ ତାଙ୍କଠାରୁ ଏହା ହିଁ ଚାହୁଁଥିଲା
୧୬:୨୪
ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ଜୀବନରେ ମାର୍ଗଦର୍ଶନ କରନ୍ତୁ, ତେବେ ଆମକୁ ଯୀଶୁ କହିଥିବା ତିନୋଟି କାମ କରିବାକୁ ହେବ। ସେମଧ୍ୟରୁ ପ୍ରତ୍ୟେକ କାମରେ କʼଣ ସାମିଲ୍ ରହିଛି?
ନିଜକୁ ଅସ୍ୱୀକାର କର
ନିଜ ଯାତନା ସ୍ତମ୍ଭ ଉଠାଅ
ଯୀଶୁଙ୍କର ଅନୁଗମନ କର