ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ମାର୍ଚ୍ଚ ପୃଷ୍ଠା ୭
  • “ଜାଗ୍ରତ ଥାଅ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ଜାଗ୍ରତ ଥାଅ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଅଧର୍ମ ପୁରୁଷ ପ୍ରକାଶିତ ହେବ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ମାର୍ଚ୍ଚ ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୫

“ଜାଗ୍ରତ ଥାଅ”

୨୫:୧-୧୨

ଯୀଶୁ ଖ୍ରୀଷ୍ଟ ଦଶ କନ୍ୟାଙ୍କ ଦୃଷ୍ଟାନ୍ତ ବିଶେଷ କରି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଧ୍ୟାନରେ ରଖି କହିଥିଲେ। କିନ୍ତୁ ଏଥିରୁ ଯେଉଁ ଶିକ୍ଷା ମିଳେ, ତାହା ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଲାଗୁ ହୁଏ। (ପ୍ର୧୫-ହି ୩/୧୫ ୧୨-୧୬) ଯୀଶୁ କହିଥିଲେ, “ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ଦଣ୍ଡ ଜାଣ ନାହିଁ।” (ମାଥି ୨୫:୧୩) ଆପଣ ଯୀଶୁଙ୍କ ଏହି ଦୃଷ୍ଟାନ୍ତର ଅର୍ଥ ବୁଝାଇପାରିବେ କି?

  • ବର (ପଦ ୧)— ଯୀଶୁ

  • ପ୍ରସ୍ତୁତ ଥିବା ସୁବୁଦ୍ଧି କନ୍ୟାମାନେ (ପଦ ୨)— ନିଜ ଦାୟିତ୍ୱକୁ ବିଶ୍ୱସ୍ତତାର ସହିତ ତୁଲାଉଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନ, ଯେଉଁମାନେ ସର୍ବଦା ପ୍ରସ୍ତୁତ ଥାʼନ୍ତି ଏବଂ ଶେଷ ପର୍ଯ୍ୟନ୍ତ ଜଗତରେ ଜ୍ୟୋତି ସ୍ୱରୂପ ପ୍ରକାଶ ପାଇଥାʼନ୍ତି (ଫିଲିପ୍‌ ୨:୧୫)

  • କୋଳାହଳ: “ଏହି ଦେଖ, ବର” (ପଦ ୬)— ଯୀଶୁଙ୍କ ଉପସ୍ଥିତିର ଚିହ୍ନ

  • ନିର୍ବୁଦ୍ଧି କନ୍ୟାମାନେ (ପଦ ୮)— ଏପରି ଅଭିଷିକ୍ତ ଖ୍ରୀଷ୍ଟିୟାନ ଯେଉଁମାନେ ବରଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି, କିନ୍ତୁ ଜାଗ୍ରତ ରହନ୍ତି ନାହିଁ ଏବଂ ନିଜ ସଚ୍ଚୋଟତା ବଜାୟ ରଖନ୍ତି ନାହିଁ

  • ସୁବୁଦ୍ଧି କନ୍ୟାମାନେ ନିଜ ତେଲ ଅନ୍ୟକୁ ଦେଲେ ନାହିଁ (ପଦ ୯)— ଶେଷ ମୁଦ୍ରାଙ୍କନ ବା ଶେଷ ମୋହର ପରେ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଏପରି ଅବିଶ୍ୱସ୍ତ ଲୋକମାନଙ୍କୁ ଆଉ ସାହାଯ୍ୟ କରିପାରିବେ ନାହିଁ, ଯେଉଁମାନେ ପୂର୍ବେ ଅଭିଷିକ୍ତ ଥିଲେ। କାରଣ ସେତେବେଳେ ଖୁବ୍‌ ବିଳମ୍ବ ହୋଇଯାଇଥିବ

  • “ବର ଆସିଲେ” (ପଦ ୧୦)— ମହାକ୍ଳେଶର ଶେଷ ଆଡ଼କୁ ଯୀଶୁ ନ୍ୟାୟ କରିବାକୁ ଆସନ୍ତି

  • ସୁବୁଦ୍ଧି କନ୍ୟାମାନେ ବରଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା (ପଦ ୧୦)— ଯୀଶୁ ନିଜ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସ୍ୱର୍ଗରେ ଏକତ୍ର କରିବେ। କିନ୍ତୁ ଯେଉଁମାନେ ବିଶ୍ୱସ୍ତ ରହିବେ ନାହିଁ, ସେମାନେ ସ୍ୱର୍ଗରେ ଜୀବନ ପାଇବାର ଆଶା ହରାଇବେ

ଏହି ଦୃଷ୍ଟାନ୍ତର ଅର୍ଥ ଏହା ନୁହେଁ ଯେ ବହୁସଂଖ୍ୟାରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ବିଶ୍ୱସ୍ତ ରହିବେ ନାହିଁ ଏବଂ ସେମାନଙ୍କ ବଦଳରେ ଅନ୍ୟମାନଙ୍କୁ ଅଭିଷିକ୍ତ କରାଯିବ। ବରଂ ଏହି ଦୃଷ୍ଟାନ୍ତ ଏକ ଚେତାବନୀ ଦେଇଥାଏ। ତାହା ହେଉଛି, ପ୍ରତ୍ୟେକ ଅଭିଷିକ୍ତ ଖ୍ରୀଷ୍ଟିୟାନ ନିଜେ ନିର୍ଣ୍ଣୟ କରିବେ ଯେ ସେମାନେ ପ୍ରସ୍ତୁତ ଓ ଜାଗ୍ରତ ରହିବେ ନା ମୂର୍ଖ ଓ ଅବିଶ୍ୱସ୍ତ ପ୍ରମାଣିତ ହେବେ। ଯୀଶୁ ପରାମର୍ଶ ଦେଲେ: “ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ।” (ମାଥି ୨୪:୪୪) ହୁଏତ ଆମେ ସ୍ୱର୍ଗରେ ଜୀବନ ପାଇବା ପାଇଁ ଆଶା ରଖୁ କିମ୍ବା ପୃଥିବୀରେ, ଯୀଶୁ ଆମ ସମସ୍ତଙ୍କଠାରୁ ଚାହାନ୍ତି ଯେ ବିଶ୍ୱସ୍ତତାର ସହିତ ଈଶ୍ୱରଙ୍କ ସେବା କରିବା ପାଇଁ ଆମେ ନିଜ ମନକୁ ପ୍ରସ୍ତୁତ କରୁ ଏବଂ ଜାଗ୍ରତ ରହୁ।

ମୁଁ କିପରି ଦେଖାଏ ଯେ ମୁଁ ଜାଗ୍ରତ ଅଛି?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ