ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୪-୫
ସେମାନେ ସାହସର ସହ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ
୪:୫-୧୩, ୧୮-୨୦, ୨୩-୩୧
ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତମାନେ ଅନ୍ୟମାନଙ୍କୁ ଶିଖାଇବା ପାଇଁ ଯୋଗ୍ୟ କିପରି ହେଲେ? ସେମାନେ ସାହସ ଓ ବିଶ୍ୱାସର ସହ ଅନ୍ୟମାନଙ୍କୁ କିପରି ସାକ୍ଷ୍ୟ ଦେଇପାରିଲେ? ସେମାନେ ଏସବୁ ମହାନ ଶିକ୍ଷକ ଯୀଶୁଙ୍କଠାରୁ ଶିଖିଥିଲେ, କାରଣ ସେମାନେ ସର୍ବଦା “ଯୀଶୁଙ୍କ ସାଙ୍ଗରେ ଥିଲେ ।” (ପ୍ରେରି ୪:୧୩) ଆମେ ଯୀଶୁଙ୍କଠାରୁ କʼଣ କʼଣ ଶିଖିପାରିବା, ଯାହାଫଳରେ ଆମେ ମଧ୍ୟ ଶିଖାଇବାରେ ନିପୁଣ ହୋଇପାରିବା?