ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୧-୨୨
‘ଯିହୋବାଙ୍କର ଇଚ୍ଛା ସଫଳ ହେଉ’
୨୧:୮-୧୪
ପବିତ୍ର ଶକ୍ତି ପାଉଲଙ୍କୁ ଯିରୂଶାଲମ ଯିବା ପାଇଁ ପ୍ରେରିତ କରୁଥିଲା, ଯେଉଁଠାରେ ତାଙ୍କୁ ଅନେକ କ୍ଳେଶ ସହିବାକୁ ପଡ଼ିଥାʼନ୍ତା । (ପ୍ରେରି ୨୦:୨୨, ୨୩) କିଛି ଖ୍ରୀଷ୍ଟିୟାନମାନେ ପାଉଲଙ୍କୁ ନେଇ ଚିନ୍ତା କରିବାକୁ ଲାଗିଲେ । ତେଣୁ ସେମାନେ ତାଙ୍କୁ ଯିରୂଶାଲମକୁ ନ ଯିବା ପାଇଁ ଅନୁରୋଧ କଲେ । କିନ୍ତୁ ପାଉଲ ସେମାନଙ୍କୁ କହିଲେ, “ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କʼଣ କରୁଅଛ?” (ପ୍ରେରି ୨୧:୧୩) ଏଘଟଣାରୁ ଆମେ ଶିଖୁ ଯେ ଯେତେବେଳେ ଆମ ଭାଇଭଉଣୀମାନେ ଯିହୋବାଙ୍କ ସେବା କରିବା ପାଇଁ କୌଣସି ତ୍ୟାଗ କରିବାକୁ ଚାହାନ୍ତି, ଆମେ କେବେ ମଧ୍ୟ ସେମାନଙ୍କ ସାହସ ଭାଙ୍ଗିବା ଉଚିତ୍ ନୁହେଁ ।