ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମରୁଡ଼ି ବର୍ଷରେ ଆପଣ କʼଣ କରିବେ ?
ଆମଠାରେ ବିଶ୍ୱାସ ଓ ଭରସା ଉଭୟ ରହିବା ଉଚିତ୍। ଯଦି ଆମ ବିଶ୍ୱାସ ମଜବୁତ୍ ଥିବ, ତେବେ ଆମେ ଭରସା ରଖିବା ଯେ ଯିହୋବା ଆମକୁ ସୁରକ୍ଷା ଦେବେ ଏବଂ ଆମର ଯତ୍ନ ନେବେ। (ଗୀତ ୨୩:୧, ୪; ୭୮:୨୨) ଆମେ ଜାଣୁ ଯେ ଯୁଗାନ୍ତ ପାଖେଇ ଆସିଛି, ତେଣୁ ଶୟତାନର ଆକ୍ରମଣ ଆହୁରି ବଢ଼ି ବଢ଼ି ଯିବ। (ପ୍ରକା ୧୨:୧୨) ଆମେ ସେଗୁଡ଼ିକର ସାମନା କିପରି କରିପାରିବା?
ମରୁଡ଼ି ବର୍ଷରେ ଆପଣ କʼଣ କରିବେ ? (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
୧. ଆମେ କିପରି ଯିରିମୀୟ ୧୭:୮ ପଦରେ କୁହାଯାଇଥିବା “ବୃକ୍ଷ” ଭଳି ଅଟୁ ?
୨. “ଗ୍ରୀଷ୍ମ” ଭଳି ସମସ୍ୟାଗୁଡ଼ିକ ମଧ୍ୟରୁ ଗୋଟିଏ କʼଣ ?
୩. ଏପରି ସମୟରେ ଆମର କʼଣ ହୁଏ ଏବଂ କାହିଁକି ?
୪. ଶୟତାନ କʼଣ ଭାଙ୍ଗିବାକୁ ଚାହେଁ ?
୫. ଆମେ କିପରି ନିୟମିତ ଉଡ଼ାଜାହାଜରେ ଯାଉଥିବା ଲୋକଙ୍କ ଭଳି ଅଟୁ ?
୬. ଆମେ କାହିଁକି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସଙ୍କ ଉପରେ ଭରସା କରିବା ଜାରି ରଖିବା ଉଚିତ୍ ? ଆମ ଜୀବନରେ କେଉଁସବୁ ପରୀକ୍ଷା ଆସିପାରେ ?
୭. ଲୋକେ ଆମକୁ ଉପହାସ କଲେ ମଧ୍ୟ ଆମେ କାହିଁକି ଭରସା ରଖିବା ଉଚିତ୍ ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକ ଆମର ମଙ୍ଗଳ ପାଇଁ ଅଟେ ?