ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ପିତର ୧-୩
‘ଈଶ୍ୱରଙ୍କ ଦିନର ଆଗମନର ଅପେକ୍ଷା କରନ୍ତୁ’
୩:୧୧, ୧୨
ଯିହୋବା ଖୁବ୍ ଶୀଘ୍ର ନିଜ ନିର୍ଦ୍ଧାରିତ ସମୟରେ ନ୍ୟାୟ କରିବାକୁ ଯାଉଛନ୍ତି। କʼଣ ଆମେ ନିଜ କାମରୁ ଦେଖାଉଛୁ ଯେ ଯିହୋବାଙ୍କ ଦିନ ପାଇଁ ଆମେ ପ୍ରସ୍ତୁତ ଅଛୁ ?
“ସଦାଚାରୀ ଓ ଧର୍ମପରାୟଣ” ହେବାରେ କʼଣ ସାମିଲ୍ ରହିଛି ?
ଆମେ ଠିକ୍ ଭୁଲ୍ ବିଷୟରେ ଯିହୋବାଙ୍କ ମାନଦଣ୍ଡଗୁଡ଼ିକ ଅନୁଯାୟୀ ଜୀବନଯାପନ କରିବା ଉଚିତ୍ ଏବଂ ନିଜ ବିଶ୍ୱାସର ପ୍ରତିରକ୍ଷା କରିବା ଉଚିତ୍
ଆମେ ଏକାକୀ ଥାଉ କିମ୍ବା ଲୋକଙ୍କ ମଧ୍ୟରେ, ଆମେ ନିୟମିତ ଭାବେ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଭାଗ ନେବା ଉଚିତ୍