ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅକ୍ଟୋବର ପୃଷ୍ଠା ୭
  • ଆପଣ ଈଶ୍ୱରଙ୍କ ବାକ୍ୟକୁ ବହୁମୂଲ୍ୟ ମନେ କରନ୍ତି କି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ଈଶ୍ୱରଙ୍କ ବାକ୍ୟକୁ ବହୁମୂଲ୍ୟ ମନେ କରନ୍ତି କି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • JW.ORG ୱେବସାଇଟ୍‌ରେ ପାଆନ୍ତୁ ବୁଦ୍ଧିଭରା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବାଇବଲକୁ ଈଶ୍ୱର ଲେଖାଇଛନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଅଧ୍ୟୟନ ପାଇଁ ପରାମର୍ଶ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା ?
    ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଆମେ କେଉଁଠି ପାଇବା?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅକ୍ଟୋବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆପଣ ଈଶ୍ୱରଙ୍କ ବାକ୍ୟକୁ ବହୁମୂଲ୍ୟ ମନେ କରନ୍ତି କି ?

ବାଇବଲରେ ଯିହୋବାଙ୍କ ବାକ୍ୟ ଓ ଚିନ୍ତାଧାରା ଅଛି, ଯିଏ ଏହି ପବିତ୍ର ବହିର ଲେଖକ ଅଟନ୍ତି। (୨ପିତ ୧:୨୦, ୨୧) ଏହି ବହି ଦେଖାଏ ଯେ ଈଶ୍ୱର ତାହାଙ୍କ ରାଜ୍ୟ ଜରିଆରେ ନିଜ ଶାସନ କରିବାର ଅଧିକାରକୁ ସାବ୍ୟସ୍ତ କରିବେ। ଫଳସ୍ୱରୂପ, ସମଗ୍ର ମାନବଜାତି ପାଖରେ ଆଶା ରହିଛି ଯେ ଏହି ପୃଥିବୀରେ ଖୁବ୍‌ ଶୀଘ୍ର ଏକ ସୁନ୍ଦର ସମୟ ଆସିବ। ବାଇବଲ ଆମ ପ୍ରେମମୟ ସ୍ୱର୍ଗୀୟ ପିତାଙ୍କର ମହାନ ଗୁଣଗୁଡ଼ିକ ବିଷୟରେ ମଧ୍ୟ ଜାଣିବାରେ ଆମକୁ ସାହାଯ୍ୟ କରେ।—ଗୀତ ୮୬:୧୫.

ଆମ ମଧ୍ୟରୁ ପ୍ରତ୍ୟେକେ ଯିହୋବାଙ୍କ ବାକ୍ୟକୁ ଭିନ୍ନ ଭିନ୍ନ କାରଣରୁ ବହୁମୂଲ୍ୟ ମନେ କରୁ। କିନ୍ତୁ କʼଣ ଆମେ ପ୍ରତିଦିନ ଏହାକୁ ପଢ଼ୁ ଏବଂ ଯାହା ଶିଖୁ ଆମ ଜୀବନରେ ଲାଗୁ କରୁ ? ଯଦି ଆମେ ଏପରି କରୁ, ତେବେ ଦେଖାଉ ଯେ ଏହି ଉପହାରକୁ ଆମେ ବହୁମୂଲ୍ୟ ମନେ କରୁ। ଆସନ୍ତୁ, ଆମେ ନିଜ କାମରେ ପ୍ରମାଣିତ କରିବା ଯେ ଆମଠାରେ ମଧ୍ୟ ସେହି ମନୋଭାବ ରହିଛି, ଯାହା ଗୀତସଂହିତାର ଲେଖକଙ୍କଠାରେ ଥିଲା: “ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ।”—ଗୀତ ୧୧୯:୯୭.

ବାଇବଲ ସେମାନଙ୍କ ଜୀବନଠୁ ବଳି ଅତି ପ୍ରିୟ ଥିଲା—ଉଦ୍ଧୃତାଂଶ (ୱିଲିୟମ୍‌ ଟିଣ୍ଡେଲ୍‌) (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ୱିଲିୟମ୍‌ ଟିଣ୍ଡେଲ୍‌ ନିଜ ଣ୍ଟିଙ୍ଗ୍‌ ସ୍‌ରେ; ଟିଣ୍ଡେଲ୍‌ଙ୍କର ନୂତନ ନିୟମର ଥମ ସଂସ୍କରଣ

    ୱିଲିୟମ୍‌ ଟିଣ୍ଡେଲ୍‌ ବାଇବଲର କିଛି ଭାଗଗୁଡ଼ିକୁ କାହିଁକି ଅନୁବାଦ କଲେ ?

  • ବାଇବଲକୁ ଅନୁବାଦ କରିବା ପାଇଁ ସେ ଯାହା ଉଦ୍ୟମ କଲେ, ତାହା କାହିଁକି ଉଲ୍ଲେଖନୀୟ ଥିଲା ?

  • ଟିଣ୍ଡେଲ୍‌ ଅନୁବାଦ କରିଥିବା ବାଇବଲଗୁଡ଼ିକ କିପରି ଇଂଲଣ୍ଡକୁ ଗୋପନରେ ପଠାଯାଉଥିଲା ?

  • ଆମେ ପ୍ରତ୍ୟେକେ କିପରି ଦେଖାଇପାରିବା ଯେ ବାଇବଲ ଆମ ପାଇଁ ବହୁମୂଲ୍ୟ ଅଟେ ?

ଚିନ୍ତନ ପାଇଁ: ଈଶ୍ୱରଙ୍କ ବାକ୍ୟ କିପରି. . .

  • ପ୍ରଦୀପ ଓ ଆଲୁଅ ଅଟେ ?—ଗୀତ ୧୧୯:୧୦୫

  • ଜଳ ଅଟେ ?—ଏଫି ୫:୨୬

  • ଖଡ଼୍‌ଗ ଅଟେ ?—ଏଫି ୬:୧୭

  • ଦର୍ପଣ ଅଟେ ?—ଯାକୁ ୧:୨୩-୨୫

ଈଶ୍ୱରଙ୍କ ବାକ୍ୟ ପ୍ରତିଦିନ ପଢ଼ନ୍ତୁ

ବାଇବଲ ପଠନର ସୂଚୀ

କʼଣ ଆପଣ jw.org ୱେବସାଇଟ୍‌ରେ ଥିବା ବାଇବଲ ପଠନର ସୂଚୀକୁ ବ୍ୟବହାର କରି ବାଇବଲ ପଢ଼ିବା ପାଇଁ ଚେଷ୍ଟା କରିଛନ୍ତି ? ଏହି ସୂଚୀର PDF ଆପଣଙ୍କୁ ସିଧାସଳଖ ଭାବେ jw.org ୱେବସାଇଟ୍‌ ଓ ବାଇବଲର ସେହି ପୃଷ୍ଠାକୁ ନେଇଯିବ, ଯାହା ଆପଣ ପଢ଼ିବାକୁ ଚାହୁଁଛନ୍ତି। ଯଦି ଆପଣଙ୍କ ଭାଷାରେ ଅଡିଓ ରେକଡିଙ୍ଗ୍‌ ଅଛି, ସେଗୁଡ଼ିକୁ ମଧ୍ୟ ଆପଣ jw.org ୱେବସାଇଟ୍‌ରେ ପାଇପାରିବେ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ